ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍ ଯୋଗୁ ବିପଦ ବଢ଼ିବାରେ ଲାଗିଛି। ରୁଷିଆରେ ଦେଖାଦେଇଥିବା ନୂଆ ଭାରିଆଣ୍ଟ୍ରୁ ଦୂରେଇ ରହିବା ପାଇଁ ପୁଣି ଥରେ ଦେଶରେ ଭାକ୍ସିନ୍ ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କେତେକ ଅଞ୍ଚଳରେ ସଂକ୍ରମଣ ସ୍ଥିତି ସଙ୍କଟ ଜନକ ଥିବାରୁ ରାଷ୍ଟ୍ରପତି ବ୍ଲାଡିମୀର୍ ପୁଟିନ୍ଙ୍କ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ପୁଟିନ୍ ସଂସଦର ନିମ୍ନ ସଦନରେ ସୂଚନା ଦେଇଛନ୍ତି। ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଧୀରେଧୀରେ ଘନିଭୁତ ହେବାରେ ଲାଗିଥିବାରୁ ୬ ମାସ ତଳେ ଯେଉଁମାନେ ଭାକ୍ସିନ୍ ନେଇଥିଲେ ସେମାନଙ୍କୁ ପୁଣି ଡୋଜ୍ ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଶାକୋ ପ୍ରକାଶ କରିଛନ୍ତି। ରାଜଧାନୀ ମସ୍କୋ ଡେଲ୍ଟା ଭାରିଆଣ୍ଟ୍ର ମୁଖ୍ୟ କେନ୍ଦ୍ର ପାଲଟିଛି। ଏଠାରେ ୯୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ପୁନଃଟିକାକରଣ କାର୍ଯ୍ୟକ୍ରମ ଜୁନ୍ ୨୫ରୁ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍, ପଠାଇଥିଲେ ଏମିତି ମେସେଜ
ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍କୁ ବୋରିସ୍ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍ କମିଙ୍ଗ୍ସ...
ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...
ପୁଅ ବାହା ହେବାକୁ ମନା କରିବାରୁ ମା-ବାପା ନେଲେ ଏମିତି ଚରମ ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ତେହେରାନ,୯ା୬: ଇରାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ତାଙ୍କର ୪୭ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ଫିଲ୍ମନିର୍ମାତା...
ଖୁସି ଖବର: ଭାକ୍ସିନ୍ ମିକ୍ସିଂରେ ପରାଜିତ ହେବ କରୋନା…
ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ମାଲକାନଗିରି ଜିଲାପାଳଙ୍କୁ କରୋନା
ମାଲକାନଗିରି,୨୦ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାପାଳ ଓ୍ବାଇ ବିଜୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଓ୍ବାଇ...
ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍
କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...
୫୦୦ ଡୋଜ୍ କୋଭିଶିଲ୍ଡ୍ ନଷ୍ଟ ହେଲା…
ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...


