କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି ଡ୍ରୋନ୍ସ ଏବଂ ଖପୁରିଆ ଆଇଟିଆଇ ସହଯୋଗରେ ଏହି ଡ୍ରୋନ ପ୍ରସ୍ତୁତ କରାଯାଇଛି। ଆଇଟିଆଇର ପ୍ରିନି୍ସପାଲ ହୃଷୀକେଶ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ଏହି ଡ୍ରୋନ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଗତି କରିବ । ଏଥିସହ ଥରେ ଚାର୍ଜ କଲେ ଏହା ୩ ଘଣ୍ଟା କାର୍ଯ୍ୟ କରିବ । ଏହି ଡ୍ରୋନ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇ ୧୨୦ରୁ ୧୮୦ ଫୁଟ ଉଚ୍ଚତାରେ ଉଡ଼ିିପାରିବ । ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଭଳି ସଫଳତା ଦ୍ୱାରା ଛାତ୍ରୀଛାତ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଜ୍ଞାନକୌଶଳରେ କାମ କରିବାର ସୁଯୋଗ ପାଇବେ। ସେହିପରି ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ଭଲ ସ୍ଥାନରେ ନିଯୁକ୍ତି ମିଳିପାରିବ ବୋଲି ପ୍ରିନ୍ସିପାଲ କହିଛନ୍ତି। ସେହିପରି କଟକସ୍ଥିତ ଆଇଜି ଡ୍ରୋନସର ଅଧିକାରୀ ସମ୍ବିତ ପରିଡ଼ା କହିଛନ୍ତି, ଏହି ଡ୍ରୋନରେ ଦୁଇ ପ୍ରକାର କ୍ୟାମେରା ବ୍ୟବହାର କରାଯାଇଛି। ପ୍ରଥମଟି ୪୮ ମେଗା ପିକ୍ସେଲ ବିଶିଷ୍ଟ ହାଇ ରିଜୋଲ୍ୟୁଶନ ଆର୍ଜିବି କ୍ୟାମେରା। ଏଥିରେ ଦିନ ବେଳା ଫଟୋ ଓ ଭିଡିଓ କରିହେବ। ଦ୍ୱିତୀୟଟି ହେଉଛି ଇନଫ୍ରାରେଡ କ୍ୟାମେରା। ଏହାଦ୍ୱାରା ଡ୍ରୋନ ରାତିରେ ସହଜରେ ଉଡିପାରିବା ସହ ଫଟୋ ଓ ଭିଡିଓ କରିପାରିବ। ତେବେ ପ୍ରଥମେ ଏହା ଖଣି ଅଞ୍ଚଳରେ କାର୍ଯ୍ୟ କରିବ ବୋଲି ଯୋଜନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଉପାନ୍ତ ଅଞ୍ଚଳରେ ଟିକା ଯୋଗାଣ କାର୍ଯ୍ୟରେ ନିୟୋଜିତ କରାଯିବ।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍ View All
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ...
କରୋନାରୁ ସୁସ୍ଥ ହୃଦ୍ରୋଗୀ ହାର୍ଟ ଚେକ୍ ଅପ୍ କରିବାକୁ ପରାମର୍ଶ
ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ...
ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
ଚୌଦାର ,୧୬।୬(ଡ଼ି.ଏନ.ଏ):- ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...
ନକଲି ଓଷଧ ବିକ୍ରି ମାମଲା: ପରିଚାଳନା ନିର୍ଦ୍ଦେଶକ ଶିବ ଜେନା ଗିରଫ
କଟକ ଅଫିସ,୨୫।୬: ନକଲି କରୋନା ଔଷଧ ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗୁରୁବାର ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ...
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
ସୌଭାଗ୍ୟରୁ ବଞ୍ଚିତ କରିଦେଲେ ସାଆନ୍ତେ
ଅନୁଗୋଳ ଅଫିସ, ୨୩ା୬ – କିଛିଟା କାବୁ ହୋଇଛି କରୋନା ସଂକ୍ରମଣ। ତଳମୁହାଁ ଧରିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତିକୁ ଦେଖି ପୂର୍ବ କଟକଣାରେ ସାମାନ୍ୟ...
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...
ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ...


