ନୂଆଦିଲ୍ଲୀ/ଶ୍ରୀନଗର,୨୩ା୬: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା ପାଇଁ ଯଦି ଭାରତୀୟ ଅଧିକାରୀମାନେ ଦୋହା ଯାଇ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରିପାରୁଛନ୍ତି ତେବେ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଲାଗି ପାକିସ୍ତାନ ସହ କଥା ହେଲେ ଅସୁବିଧା କ’ଣ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଡାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ଏଭଳି ପ୍ରଶ୍ନ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ଡ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୪ ତାରିଖରେ ଜମ୍ମୁ-କଶ୍ମୀରର ୧୪ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ଫାରୁକ୍ଙ୍କ ଶ୍ରୀନଗରସ୍ଥିତ ଗୁପ୍କାର ରୋଡ୍ ବାସଭବନରେ ଅନୁଷ୍ଠିତ ବୈଠକରେ ଗୁପ୍କାର ମେଣ୍ଟର ନେତାମାନେ କେନ୍ଦ୍ରର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଉକ୍ତ ବୈଠକରେ ପିପୁଲ୍ସ ଆଲାଏନ୍ସ ଫର୍ ଗୁପ୍କାର ଡିକ୍ଲାରେଶନ(ପିଏଜିଡି) ସାମିଲ ହେବ ବୋଲି ଏହାର ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଦଳୀୟ ବୈଠକରେ କେଉଁ ବିଷୟରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି କଶ୍ମୀରକୁ ସ୍ବାୟତ୍ତତା ଫେରାଇବା ଉପରେ ମେଣ୍ଟ ଜୋର୍ ଦେବ ବୋଲି କୁହାଯାଇଛି। ଫାରୁକ୍ କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା ବେଳେ କଶ୍ମୀରର ପକ୍ଷ ରଖାଯିବ। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ପରେ ଏହା ହେବ ଏହି ଧରଣର ପ୍ରଥମ ବୈଠକ। ତେଣୁ ଉକ୍ତ ବୈଠକରେ ଗୁପ୍କାର ମେଣ୍ଟର ୬ ଦଳ କଶ୍ମୀରକୁ ସ୍ବାୟତ୍ତତା ଫେରାଇବା ନେଇ ଦାବି କରିବେ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ। ସେମାନେ ଯଦି ତାଲିବାନ ସହ ଆଲୋଚନା କରିବାକୁ ଦୋହାକୁ ଯାଇପାରୁଛନ୍ତି, ସହମତି ପାଇଁ ପାକିସ୍ତାନ ସହ ଆଲୋଚନା କରିବାରେ କିଛି ଅସୁବିଧା ନାହିଁ। ବେଆଇନ ଓ ଅସାମ୍ବିଧାନିକ ଭାବେ ଛଡ଼ାଇ ନିଆଯାଇଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଜମ୍ମୁ-କଶ୍ମୀରକୁ ନ ଫେରାଇବା ଯାଏ ଉପତ୍ୟକାରେ ଶାନ୍ତି ଫେରିବ ନାହିଁ। ମୋଦି ଡାକିଥିବା ବୈଠକରେ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ନେଇ ଆମେ ଦାବି ରଖିବୁ ବୋଲି ମେହବୁବା କହିଛନ୍ତି। ସେପଟେ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ୍, ଗୁଲାମନବୀ ଆଜାଦ, ରଜନୀ ପାଟିଲ, ଜି.ଏ. ମୀର ଓ ତାରିକ୍ ହମିଦ୍ କରା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବୈଠକରେ କଂଗ୍ରେସ ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଥିବା ଉକ୍ତ ବୈଠକ ପରେ ଦଳର ଜମ୍ମୁ-କଶ୍ମୀର ଶାଖା ମୁଖପାତ୍ର ରବୀନ୍ଦର ଶର୍ମା ସୂଚନା ଦେଇଛନ୍ତି।
ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍ ଡୋଜ୍…
ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ...
ଅମିତ ଶାହାଙ୍କ ଘରେ ପହଞ୍ଚିଲେ ଜିତିନ୍ ପ୍ରସାଦ: ଭାଜପାରେ ହୋଇପାରନ୍ତି ସାମିଲ୍
ନୂଆଦିଲ୍ଲୀ,୯।୬। କଂଗ୍ରେସକୁ ପୁଣି ଲାଗିପାରେ ଝଟ୍କା। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ପରେ ଏବେ ଦଳ ଛାଡିଆପାରନ୍ତି ଆଉ ଜଣେ ହେବିଓ୍ବେଟ୍। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ...
ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା
କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...
ଅଧିକ ସନ୍ତାନ ଥିବା ମାତାପିତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା
ଆଇଜଲ୍,୨୨।୬: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି। କିନ୍ତୁ ମିଜୋରାମ ଜଣେ ମନ୍ତ୍ରୀ ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ଅଛନ୍ତି।...
ଏଲ୍ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ
ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...
ଭାରତୀୟ ଆଇନକୁ ପାଳନ କର
ନୂଆଦିଲ୍ଲୀ, ୧୯।୬: ଭାରତୀୟ ଆଇନ ଓ ନିୟମାବଳୀକୁ ଅନୁପାଳନ କରିବା ଲାଗି ସଂସଦୀୟ କମିଟି ଶୁକ୍ରବାର ଟୁଇଟର ଇଣ୍ଡିଆକୁ କଡ଼ା ବାର୍ତ୍ତା ଦେଇଛି। ନୂଆ ଆଇଟି...
୭୦ କୋଭି୍ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି
ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...
ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି...


