E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ, ଫୁରସତ

ଭିନ୍ନ ହେବେ ‘ସ୍ପେସ୍‌ ବେବି’
10:34 amJune 23, 2021

ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ପ୍ରସବ କରାଯାଏ, ତଥାପି ରେଡିଏଶନ ଏବଂ ଅନ୍ୟ ପ୍ରତିକ୍ରିୟା କାରଣରୁ ପୃଥିବୀରେ ଜନ୍ମିତ ଶିଶୁଙ୍କଠାରୁ ଭିନ୍ନ ହେବେ ‘ସ୍ପେସ୍‌ ବେବି’। ସେମାନଙ୍କ ଶାରୀରିକ ଗଠନ, ରଙ୍ଗ ଏବଂ ହାବଭାବ ନିଆରା ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଜନସଂଖ୍ୟା ବୃଦ୍ଧି, ମାତ୍ରାଧିକ ପ୍ରଦୂଷଣ କାରଣରୁ ଆଗାମୀ କେତେ ଶହ ବର୍ଷ ପରେ ପୃଥିବୀରେ ଜୀବନଧାରଣ କଷ୍ଟକର ହୋଇପଡ଼ିବ। ଏହି ଆଶଙ୍କାରେ ଏବେଠୁ ପୃଥିବୀ ବାହାରେ ବାସୋପଯୋଗୀ ଗ୍ରହ ଖୋଜାଚାଲିଛି। ମହାକାଶରେ ରହଣି ସମ୍ଭବ ହେଲେ ମନୁଷ୍ୟ କଲୋନୀ ଗଢ଼ିଉଠିବ। ସମାନ୍ତରାଳ ଭାବେ ପ୍ରଜନନ, ଗର୍ଭଧାରଣ, ପ୍ରସବ ମଧ୍ୟ ହେବ। ହେଲେ ଜନ୍ମିତ ଶିଶୁ ପୃଥିବୀର ଶିଶୁଙ୍କ ଭଳି ହେବେ ନାହିଁ। ଗୁରୁତ୍ୱ ଆକର୍ଷଣ ବିହୀନ ମହାକାଶରେ ହେଉଥିବା ବିଭିନ୍ନ କ୍ରିୟା, ପ୍ରତିକ୍ରିୟା ସେମାନଙ୍କ ଶାରୀରିକ ଗଠନକୁ ପ୍ରଭାବିତ କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ମହାକାଶ ଅଭିଯାନ ଇତିହାସରେ ଅଦ୍ୟାବଧି ଜଣେ କେହି ବି ମହିଳା ମହାକାଶଚାରୀ ଗର୍ଭବତୀ ହୋଇନାହାନ୍ତି। ଏହାକୁ ଦେଖିଲେ ‘ସ୍ପେସ୍‌ ବେବି’ ଏକ ଉଦ୍ଭଟ ଚିନ୍ତାଧାରା ବୋଲି ମନେହୁଏ। ହେଲେ ପୃଥିବୀ ବାହାରେ ଜୀବଜଗତର ପରିକଳ୍ପନା ସହିତ ଏସବୁ ବିଷୟରେ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ତେଣୁ ମହାକାଶରେ ଜୀବଜଗତ ସହିତ ଆଗାମୀ ଭବିଷ୍ୟତ ଉପରେ ବୈଜ୍ଞାନିକମାନେ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଛନ୍ତି ୟୁନିଭର୍ସିଟି ଅଫ୍‌ ଏରିଜୋନାର ବୈଜ୍ଞାନିକ। ସେମାନଙ୍କ କହିବା କଥା, ଆସନ୍ତା ୩ ଦଶନ୍ଧି ଭିତରେ ମହାକାଶରେ ସନ୍ତାନ ପ୍ରସବ ଆଉ କଳ୍ପନା ଭିତରେ ସୀମିତ ହୋଇ ରହି ନ ଥିବ। ମଙ୍ଗଳ ସମେତ ଅନ୍ୟ କେତେକ ଗ୍ରହରେ ଜୀବନ ଲାଗି ଅନୁକୂଳ ବାତାବରଣ ଖୋଜାଯିବା ପରେ ସେଠାରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ତେବେ ପୃଥିବୀ ଭଳି ମହାକାଶରେ ୯ମାସ ଯାଏ ସୁରକ୍ଷିତ ଗର୍ଭଧାରଣ ପ୍ରକ୍ରିୟା ସବୁଠାରୁ ଚ୍ୟାଲେଞ୍ଜିଂ ହେବ। କାରଣ ମହାକାଶରେ ତୀବ୍ର ରେଡିଏଶନର ବିପଦ ସହିତ ଅସ୍ଥିର ବିକାଶ ପ୍ରଭାବିତ ହେଉଛି। ତେଣୁ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ସେହିପରି ଗୁରୁତ୍ୱଆକର୍ଷଣ ଅଭାବରୁ ସାଧାରଣ ପ୍ରସବ ଅସମ୍ଭବ। ତେଣୁ କେବଳ ସର୍ଜରି ଏକମାତ୍ର ପନ୍ଥା। ହେଲେ ରେଡିଏଶନ ଆତଙ୍କ ଭିତରେ ସୁରକ୍ଷିତ ଅସ୍ତ୍ରୋପଚାର କରିବା ଏକପ୍ରକାର ଅସମ୍ଭବ। ଯଦି ବି ବୈଜ୍ଞାନିକମାନେ ପ୍ରସବ କରାଇବାରେ ସଫଳ ହୁଅନ୍ତି, ତଥାପି ସ୍ପେସ୍‌ ବେବିଙ୍କ ଶାରୀରିକ ଗଠନ, ରଙ୍ଗ, ମୁଣ୍ଡର ଆକାର ପୃଥିବୀରେ ଜନ୍ମିତ ଶିଶୁଙ୍କଠାରୁ ଭିନ୍ନ ହେବ। ‘ବିଜନେସ ଇନ୍‌ସାଇଡର’ର ଏକ ରିପୋର୍ଟରେ ଏ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରକାଶିତ ହୋଇଛି।

ପରୀକ୍ଷା ଲାଗି ପ୍ରସ୍ତୁତ ସ୍ପେସ୍‌ କମ୍ପାନୀ
‘ସ୍ପେସ୍‌ ବେବି’ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହେବା ପରେ ସ୍ପେସ୍‌ କମ୍ପାନୀଗୁଡ଼ିକ ପରୀକ୍ଷାନିରୀକ୍ଷା ଲାଗି ଚାହିଁ ବସିଛନ୍ତି। ନେଦରଲାଣ୍ଡର ‘ସ୍ପେସଲାଇଫ୍‌ ଅରିଜିନ’ ଆସନ୍ନ ପ୍ରସବାଙ୍କୁ ଭୂପୃଷ୍ଠରୁ ୪୦୦ କି.ମି. ଦୂର ମହାକାଶରେ ପ୍ରସବ କରାଇବାକୁ ଅନୁମତି ଅପେକ୍ଷାରେ ରହିଛି। ହେଲେ ଏହି ସ୍ପେସ୍‌ କମ୍ପାନୀକୁ ଅଦ୍ୟାବଧି ସବୁଜ ସଙ୍କେତ ମିଳିପାରିନାହିଁ। ତେବେ ଏକଥା ସତ ଯେ, ଏହା ଏକ ବ୍ୟୟବହୁଳ ପ୍ରକ୍ରିୟା ହେବ। ରେଡିଏଶନ ନିରୋଧୀ ଗୃହ, ପ୍ରସବ ପରେ ଶିଶୁଙ୍କ ଯତ୍ନରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ।

 


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ, ଫୁରସତ View All

ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...

୧୬ ବର୍ଷର ଛାତ୍ରଙ୍କ ପ୍ରେମରେ ପାଗଳ ଶିକ୍ଷୟିତ୍ରୀ, ମାମଲା ପହଞ୍ଚିଲା କୋର୍ଟରେ, ଜାଣିଲେ…

ଓ୍ବାଶିଂଟନ,୨୫ା୬: ଆମେରିକାର ଟେକ୍ସାସରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପାଗଳ ହୋଇ ଶ୍ରେଣୀ ଶିକ୍ଷୟିତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ଯେତେବେଳେ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ...

ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ

ଷ୍ଟକ୍‌ହୋମ୍‌, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ...

ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…

ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...

ରାଷ୍ଟ୍ରପତି ବାଇଡେନଙ୍କ ପୁଅ କଲ୍‌ଗର୍ଲଙ୍କୁ ଦେଲେ ୧୮ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨୪ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ୨୦୧୮ରେ ଜଣେ କଲ୍‌ଗର୍ଲଙ୍କ ସହିତ ହୋଟେଲରେ ରାତି କଟାଇଥିଲେ। ଯାହାକି ତାଙ୍କ ପିତା ଜୋ-ବାଇଡେନଙ୍କ ଉପରେ...

ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…

ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍‌ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର...

ମଣିଷଙ୍କ ପାଇଁ ଲାଞ୍ଜ; ଚାହୁଁଥିଲେ ପାଇପାରିବେ

କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ।...

ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା

ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି
Next Post Next post:
ବ୍ୟାଟିଂରେ ବି ଜଲଓ୍ବା ଦେଖାଉଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ବୋଲର୍‌: ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍‌

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts