ନୂଆଦିଲ୍ଲୀ,୨୩।୬: ପୁରୁଣା ଏକ ଟଙ୍କିଆ ନୋଟ୍ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ଲାଇନ୍ରେ ଏଭଳି ପୁରୁଣା ନୋଟ୍ ଏବଂ କଏନ୍ କିଣା ବିକା ଲାଗି ଖବର ପ୍ରକାଶ ପାଇଥାଏ। ଏକ ଟଙ୍କିଆ ନୋଟ୍କୁ ଛାଡ଼ି ଅନ୍ୟ ସବୁ ନୋଟ୍ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ ଏକ ଟଙ୍କିଆ ନୋଟ୍ରେ ଅର୍ଥମନ୍ତ୍ରଣାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଅନ୍ୟ ସବସ୍ତ ନୋଟ୍କୁ ରିଜର୍ଭ ବ୍ୟାଙ୍କ ଜାରି କରୁଥିବାବେଳେ ଏକ ଟଙ୍କଆ ନୋଟ୍କୁ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଜାରି କରିଥାଏ। ୧୯୧୭ ନଭେମ୍ବର ୩୦ରେ ପ୍ରଥମେ ଏକ ଟଙ୍କିଆ ନୋଟ୍ ଛପାଯାଇଥିଲା। ଏଥିରେ ବ୍ରିଟେନ୍ର ରାଜା ଜର୍ଜ ପଞ୍ଚମଙ୍କର ଫଟୋ ଥିଲା। ୧୯୨୬ରେ ଏକ ଟଙ୍କିଆ ନୋଟ୍ ଛପା ବନ୍ଦ କରାଯାଇଥିଲା। ୧୯୪୦ରେ ପୁଣି ଏହାର ଛପା ଆରମ୍ଭ ହୋଇଥିଲା। ୧୯୯୪ରେ ପୁଣି ଏହାର ଛପାକୁବନ୍ଦ କରାଯାଇଥିଲା। ୨୦୧୫ରେ ଏହାର ଛପା ପୁଣି ଥରେ ଆରମ୍ଭ କରାଯାଇଥିଲା। ଏଭଳି ପୁରୁଣା ଟଙ୍କା ଅବା କଏନ୍କୁ ଏକ ନିଦ୍ଦିଷ୍ଟ ଓ୍ବେବସାଇଟ୍ରେ ବିକ୍ରି କରାଯାଇଥାଏ।
ମୋଦିଙ୍କୁ ମମତାଙ୍କ ଚିଠି
କୋଲକାତା,୨୪।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ...
ସାବଧାନ ! ସ୍ମାର୍ଟଫୋନ୍ରୁ ଶୀଘ୍ର ଡିଲିଟ୍ କରନ୍ତୁ ଏସବୁ ଆପ୍…
ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍ ଆପ୍କୁ ଟାର୍ଗେଟ୍ କରିଛି। ଏସବୁ ଆପ୍କୁ ଶୀଘ୍ର ନିଜ...
ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର
ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...
ଦଳ କହିଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବି: ୟେଦ୍ୟୁରପ୍ପା
ବେଙ୍ଗାଲୁରୁ,୬।୬: କର୍ନାଟକରେ ପୁଣି ରାଜନୈତିକ ଅସ୍ଥିରତା ଦେଖା ଦେଇଛି। କର୍ନାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପାଙ୍କ ଭାଜପାର କିଛି ବିଧାୟକଙ୍କ ସହ ମନୋମାଳିନ୍ୟ ରହିଛି। ଏହି କାରଣରୁ...
ଅପଚୟ କଲେ କମ୍ ମିଳିବ
ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ...
ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ
ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...
ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଚଣ୍ଡିଗଡ଼,୨୧।୬: ଏଣିକି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗଛ ଲଗାଇଲେ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ସରକାର...
ସାଲାଡ ପାଇଁ ସ୍ତ୍ରୀଙ୍କୁ ହତ୍ୟା
ଲକ୍ଷ୍ନୌ,୨।୬ : ରାତ୍ରି ଭୋଜନରେ ସାଲାଡ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ ବେଲଚାରେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ଉତ୍ତର ପ୍ରଦେଶର ଶାମଲି ଜିଲାର...


