କୋଲକାତା,୨୩।୬: ବିଧାନସଭା କାର୍ଯ୍ୟ ବାଧା ସୃଷ୍ଟି କରିବା ସହିତ ରାଜ୍ୟପାଳ ଜଗଦୀପ୍ ଧାନଖର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଏଭଳି କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ସହିତ ଏକ ଭର୍ଚୁଆଲ୍ ବୈଠକରେ ବିମାନ ରାଜ୍ୟପାଳଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳ ରାଜ୍ୟରେ ଅଶାନ୍ତି ସୃଷ୍ଟି ଲାଗି ଷଡ଼ଯନ୍ତ୍ର କରୁଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଭୁଲି ରାଜ୍ୟପାଳ ଭାଜପା ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ସେ କହିଥିଲେ। ରାଜଭବନ ଭାଜପା କାର୍ଯ୍ୟାଳୟ ପାଲଟିଥିବା କୁନାଲ ଅଭିଯୋଗ ଆଣିଥିଲେ। ଲୋକମତକୁ ଭାଜପା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ତେଣୁ ରାଜ୍ୟରେ ସମ୍ବିଧାନର ଅନୁଚ୍ଛେଦ ୩୫୫ ଏବଂ ୩୫୬ର ପ୍ରୟୋଗ କରିବାକୁ ଷଡ଼ଯନ୍ତ୍ର କରୁଥିବା କୁନାଲ କହିଛନ୍ତି।
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...
ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ...
କୋଭିଡ ନିୟମ ଉଲ୍ଲଂଘନ କଲେ ଶୀଘ୍ର ଆସିବ ତୃତୀୟ ଲହର: ହାଇକୋର୍ଟ
ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍ ରହିଛି। ତେଣୁ ଦିଲ୍ଲୀ ସରକାର...
ଆତଙ୍କବାଦୀଙ୍କ ୯ ଗୁଳି ବାଜିବା ପରେ ମୃତ୍ୟୁ ସହ ସଂଗ୍ରାମରେ ବିଜେତା ହୋଇଥିଲେ ଚେତନ ଚିତା; ଏବେ କୋଭିଡ୍ ସହ ଲଢ଼ୁଛନ୍ତି ଯୁଦ୍ଧ
ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି।...
ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା
ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ...
ଟିକା ପାଇଁ କମ୍ପାନୀ ରିହାତି
ବେଙ୍ଗାଲୁରୁ, ୨୪।୬: କୋଭିଡ୍ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...
ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା
ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...
୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…
ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...


