ବେଙ୍ଗାଲୁରୁ, ୨୪।୬: କୋଭିଡ୍ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ରିହାତି ଘୋଷଣା କରାଯାଇଛି। ଯେଉଁମାନେ କୋଭିଡ୍ ଟିକାର ଡବଲ ଡୋଜ୍ ନେଇଛନ୍ତି, ସେମାନଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ମୂଳ ଭଡ଼ାରେ ୧୦ ପ୍ରତିଶତ ରିହାତି ଦେବ ବୋଲି କହିଛି। ସେହିପରି ଫାଷ୍ଟଫୁଡ୍ କମ୍ପାନୀ ମାକ୍ଡୋନାଲ୍ଡର ଭାରତୀୟ ଶାଖା ମିଲ୍ ଉପରେ ୨୦% ରିହାତି ଦେଉଛି। ହୋମ୍ ଆପ୍ଲିଆନ୍ସ ନିର୍ମାତା ଗଡ୍ରେଜ ଟିକା ନେଇଥିବା ଗ୍ରାହକମାନଙ୍କୁ ଏହାର ଉତ୍ପାଦ ଉପରେ ଅଧିକ ଓ୍ବାରେଣ୍ଟି ଦେଉଛି। ଏଥିପାଇଁ ଗ୍ରାହକଙ୍କୁ ଟିକା ସାର୍ଟିଫିକେଟ ଦେଖାଇବାକୁ ହେବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୂ୍ୟନ ଗୋଟିଏ ଡୋଜ୍ ଟିକା ନେଇଥିବା ଏହାର ଗ୍ରାହକମାନଙ୍କୁ ଜମାରାଶି ଉପରେ ଅଧିକ ସୁଧ ଦେଉଛି। ଏହା ସତ୍ତ୍ୱେ ଭାରତରେ ଟିକାଦାନ ହାର ଯଥେଷ୍ଟ କମ୍ ରହିଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ କୋଟିରୁ ସାମାନ୍ୟ ଅଧିକ ଡୋଜ୍ ଦିଆଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭...
ଟପ୍ ୨୦୦ ମଧ୍ୟରେ ଭାରତର ୩ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ, ୯।୬: ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ରେ ଇଣ୍ଡିଆନ...
ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ
ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
କୋଭିଡ୍ ନିୟମ ଭୁଲି ନାଚିଲେ ଭାଜପା ଏମ୍ପି
ଜୟପୁର,୨୨।୬: ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ହେଲେ ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। କିନ୍ତୁ କଟକଣାକୁ ଖାତିର କରୁ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
ଭିଡ଼ କଲେ, ବୋହିନେଲେ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ...
୨ ପ୍ରକାର ଭାକ୍ସିନ୍ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…
ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ...


