ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୪ ହଜାର ୬୯ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୩୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୮ ହଜାର ୮୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୬ ଲକ୍ଷ ୨୭ ହଜାର ୫୭ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦ କୋଟି ୧୬ ଲକ୍ଷ ୨୬ ହଜାର ୨୮ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୯ କୋଟି ୭୮ ଲକ୍ଷ ୩୨ ହଜାର ୬୬୭ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧ ଛୁଇଁଛି।
Posted inକରୋନା ଭାଇରସ୍, ଜାତୀୟ View All
ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲା ମାଙ୍କଡ଼
ନୂଆଦିଲ୍ଲୀ,୨୦।୬: ଦିଲ୍ଲୀ ମେଟ୍ରୋ ଟ୍ରେନରେ ଅନ୍ୟ ଯାତ୍ରୀଙ୍କ ସହ ଯାତ୍ରା କରୁଛି ଏକ ମାଙ୍କଡ଼। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...
ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା କଲେ ଏମିତି ହୃଦୟଥରା କାମ
ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ...
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
ସିନୋଭାକ୍କୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରୀ
ଜେନେଭା, ୨ା୬: ଚାଇନା ଦ୍ୱିତୀୟ କରୋନା ଟିକା ସିନୋଭାକ୍ର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ଦେଇଛି। ଏହି ଟିକା ଉତ୍ପାଦନ, କାର୍ଯ୍ୟକାରିତା...
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ...
‘ଘରେ ଘରେ ମାସ୍କ’ କାର୍ଯ୍ୟକ୍ରମ
ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୩।୬(ବ୍ୟୁରୋ/ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ...
ବଡ଼ ଅଘଟଣ: ପ୍ରବଳ ବର୍ଷାରେ ୪ ଭାସିଗଲେ
ଭୋପାଳ,୧୨ା୬: ମଧ୍ୟପ୍ରଦେଶରେ ପ୍ରଥମ ମୌସୁମୀ ପହଞ୍ଚିସାରିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ସିଙ୍ଗ୍ରାଉଲି ଜିଲାର ଏକ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଡ୍ରେନ ପାର୍...
ଟିକା ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ
ନୂଆଦିଲ୍ଲୀ,୮।୬: କୋଭିଡ୍ ଟିକାକରଣ ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ, ତା’ର ମୂଲ୍ୟ ମଙ୍ଗଳବାର ନିର୍ଦ୍ଧାରିତ କରିଛନ୍ତି କେନ୍ଦ୍ର ସରକାର। ଏହା ଅନୁଯାୟୀ, କୋଭିଶିଲ୍ଡ...


