ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୪ ହଜାର ୬୯ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୩୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୮ ହଜାର ୮୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୬ ଲକ୍ଷ ୨୭ ହଜାର ୫୭ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦ କୋଟି ୧୬ ଲକ୍ଷ ୨୬ ହଜାର ୨୮ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୯ କୋଟି ୭୮ ଲକ୍ଷ ୩୨ ହଜାର ୬୬୭ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧ ଛୁଇଁଛି।
Posted inକରୋନା ଭାଇରସ୍, ଜାତୀୟ View All
ସ୍ବତନ୍ତ୍ର ଟେନ୍ରେ କାନପୁର ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସଫଦରଗଞ୍ଜ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍ରେ କାନପୁରରେ ଥିବା ନିଜ ଜନ୍ମସ୍ଥାନକୁ ଗସ୍ତ କରିଛନ୍ତି। ଏହି ଯାତ୍ରାରେ ରାମନାଥ...
ସଂଶୋଧନ ହୋଇପାରିବ ଟିକା ପ୍ରମାଣପତ୍ର ତ୍ରୁଟି
ନୂଆଦିଲ୍ଲୀ, ୧୦ା୬: ଟିକା ନେଇଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ ଏଣିକି ସେମାନେ କୋଓ୍ବିନ୍ ଆପ୍ ଯୋଗେ ତାହାକୁ ସଂଶୋଧନ କରିପାରିବେ। କେନ୍ଦ୍ର ସରକାରଙ୍କ...
ସନ୍ତାନ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା, ଡାକ୍ତର କରିଦେଲେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର; ଆଉ ତା’ ପରେ…
ରାଞ୍ଚି,୨୦ା୬: ଜଣେ ମହିଳା ସଦର ହସ୍ପିଟାଲରେ ସନ୍ତାନ ପ୍ରସବ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରମାନେ କାହାକୁ କିଛି ନ ପଚାରି ମହିଳାଙ୍କର...
ବିବାହର ପ୍ରଥମ ରାତିରେ ଘଟିଲା ଏମିତି ଘଟଣା: ସ୍ବାମୀ କହିଲେ, ମୋ ସହ ହୋଇଛି ଧୋକା
କାନପୁର,୨୦।୬: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଦମ୍ପତି ନିଜ କିନ୍ନର ସନ୍ତାନକୁ ଶାସ୍ତ୍ରୀ ନଗରର ଜଣେ ଯୁବକଙ୍କୁ ବିବାହ...
ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..
ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ...
୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…
କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍ ୮୮୭...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଭାଇ ଗିରଫ
ମୁମ୍ବାଇ,୨୩।୬: ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭାଇ ଇକ୍ବାଲ କାସକରକୁ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଗିରଫ କରିଛି । ବୁଧବାର ଡ୍ରଗ୍ସ ମାମଲାରେ କାସକରଙ୍କୁ...


