ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍ ଥଣ୍ଡାରେ ଫଳୁଥିବା ଏକପ୍ରକାର କିସମ ଆନ୍ନା ଆପଲ୍ ତାଙ୍କ ଘର ବାଲ୍କୋନିରେ ଫଳାଉଛନ୍ତି। ବିବେକଙ୍କ ବୟସ ୫୭। ପେସାରେ ଜଣେ ଆର୍ଟିଷ୍ଟ ଏବଂ ଫଟୋଗ୍ରାଫର। କେରଳର ମୁନ୍ନାରରେ ତାଙ୍କର ଏକ ଫାର୍ମ ରହିଥିଲେ ବି ଏହି ଜାତୀୟ ସେଓ ସେ ଘରେ ବର୍ଷେ ହେବ ଚାଷ କରୁଛନ୍ତି। ସେ ପ୍ରଥମେ କାଲିଫର୍ନିଆରୁ ଏହାର ଚାରା ଆଣିବା ଲାଗି ଚେଷ୍ଟା କରିଥିଲେ ବି ଆଇନଗତ କଟକଣା ଯୋଗୁ ସମ୍ଭବ ହୋଇପାରି ନ ଥିଲା। ପରେ ସେ ଏହାକୁ ଭାରତର କୋର୍ଗର ଏକ ନର୍ସରୀରୁ ସଂଗ୍ରହ କରିଥିଲେ ଓ ଚାଷ ଆରମ୍ଭ କରିଥିଲେ। ସେ ଏହି ଚାରାକୁ ଏୟାର ପଟ୍ରେ ଲଗାଉଛନ୍ତି। ଏହି ପଟ୍ରେ ଏକପ୍ରକାର ଶୁଖିଲା ଘାସ, ପର୍ଲାଇଟ ଏବଂ କିଛି ଖତ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ସେ ଆଉ ୪ ପ୍ରକାର ସେଓ ଏହି ପଦ୍ଧତିରେ ଚାଷ କରୁଛନ୍ତି, କିନ୍ତୁ ସେଗୁଡ଼ିକ ଏବେ ସୁଦ୍ଧା ଫଳିନାହିଁ। ବିବେକ ତାଙ୍କ ଫାର୍ମରେ ୬ ପ୍ରକାର ଅଭାକୋଡା ଓ ୪୦ ପ୍ରକାର କଣ୍ଟାଜାତୀୟ ଫଳ ସହ ମୋଟରେ ୩୦୦ ପ୍ରକାର ଫଳଚାଷ କରୁଛନ୍ତି।
ଏଇ ଭାରତରେ
ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା...
କରୋନା ବର୍ଜ୍ୟ ବିପଦ
ଡା. ଉମେଶ ଚନ୍ଦ୍ର ପାତ୍ର ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି...
ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ
ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...
ଅସ୍ଥି କଳସର ଦୁଃଖ
ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...
ଏଇ ଭାରତରେ
ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...
କରୋନା କାଳର ଆର୍ଥିକ ପରିଚାଳନା
ଡ. ଅମରେନ୍ଦ୍ର ଦାସ ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ...
ଦୃଷ୍ଟିପଡ଼ୁ
କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ...
ସଙ୍କଟ କାଳରେ ଭୋକ ଓ ଭୂତାଣୁ
ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ।...


