ବରଗଡ଼ ଅଫିସ,୨୪ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢ଼ି ଚାଲିଛି, ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠିଛି । ଗୁରୁବାର ଅତାବିରା ଓକିଲ ସଂଘ ଧାନ ଉଠାଣ ଏବଂ ଚାଷୀମାନଙ୍କୁ ଫସଲ କ୍ଷତି ଦାବିରେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅତାବିରା ବ୍ଲକ କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି । ବରଗଡ଼ ଜିଲା ଓକିଲ ସଂଘର ଧାରଣାକୁ ଅତାବିରା ଓକିଲ ସଂଘ ସମର୍ଥନ କରିଛି। ସେହିପରି ତୁରନ୍ତ ଉପରୋକ୍ତ ଦାବି ପୂରଣ କରିବାକୁ ସଂଘ ଦାବି କରିଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଓକିଲ ସଂଘ ସ୍ମାରକପତ୍ରରେ ଚେତାବନୀ ଦେଇଛି। ସଂଘର ସଭାପତି ଉନ୍ନିକ୍ରିଷ୍ଣନ ନାୟାରଙ୍କ ନେତୃତ୍ୱରେ ସଂଘର ଅନ୍ୟ କର୍ମକର୍ତ୍ତା ଏବଂ ସଭ୍ୟବୃନ୍ଦ ଅତାବିରା ବ୍ଳକ କୃଷି କାର୍ଯ୍ୟାଳୟକୁ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ।
Posted inଆମ ଜିଲା ଖବର, ବରଗଡ଼ View All
ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍ପିସିବି ପକ୍ଷରୁ ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର...
ଅଙ୍ଗ ନଦୀରେ ପୋଲ ନିର୍ମାଣ କରିବାକୁ ସରକାରଙ୍କ ଘୋଷଣା
ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଲଖମରା ଏବଂ ଚର୍ଦାପାଲି ଗ୍ରାମ ଦେଇ ପ୍ରବାହିତ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର...
ସିଏସ୍ଓ ଅଫିସରେ ଗଜାଧାନ ଗଦାଇଲେ ଚାଷୀ
ବରଗଡ଼ ଅଫିସ,୧୪।୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। ମାତ୍ର ଧାନ କିଣାବିକା ସମସ୍ୟା ଅସମାହିତ...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ରାସ୍ତା ଅବରୋଧ କଲେ ଚାଷୀ
କଣ୍ଟାମାଳ,୧୭ା୬(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ...
୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍ସୋ କୋର୍ଟ
ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...
ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ
ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...


