ଫେକ୍ ନ୍ୟୁଜ୍ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍ ନ୍ୟୁଜ୍ର ପ୍ରଭାବକୁ ପ୍ରତିହତ କରିବା ପାଇଁ ମହାରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ରତନ ଚତୁର୍ବେଦୀ ଅଣ୍ଟା ଭିଡ଼ିଛନ୍ତି। ସୁର୍ଗଣା ବ୍ଲକ୍ରେ ରତନ ଜିଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବୟସ ୪୮ ବର୍ଷ। ସେ ଲୋକମାନଙ୍କୁ ଏକୁଟିିଆ ଟିକାକରଣର ସତ୍ୟାସତ୍ୟ ବୁଝାଉଛନ୍ତି। ଟିକାର ଉପକାରିତା ତଥା କୋଭିଡ୍ ମହାମାରୀର ଭୟାଭୟତା ଉପରେ ସଚେତନ କରୁଛନ୍ତି। ଏବେ ସୁଦ୍ଧା ସେ ୧୦,୦୦୦ ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ସକ୍ଷମ ହୋଇ ପାରିଛନ୍ତି। ରତନ ସୁର୍ଗୁଣା ବ୍ଲକର ୧୦ଟି ଗାଁରେ ଏଭଳି ଅଭିଯାନ ଚଳାଇଛନ୍ତି। ଏପରିକି ଦୁର୍ଗମ ଅଞ୍ଚଳରେ ଥିତ୍ତ୍ବା ପଡ଼ା ଗଁାଗୁଡ଼ିକୁ ଚାଲି ଚାଲି ଯାଇ ଲୋକମାନଙ୍କୁ ସଚେତନ କରୁଛନ୍ତି। ତାଙ୍କ ବ୍ଲକର ୧.୭୮ ଲକ୍ଷ ଲୋକଙ୍କୁ ଟିକାକରଣ କରିବା ତାଙ୍କ ଲକ୍ଷ୍ୟ ବୋଲି କହନ୍ତି ରତନ। ରତନ ସକାଳୁ ଉଠି ଏହି କାର୍ଯ୍ୟରେ ବାହାରି ଯାଆନ୍ତି। ଲୋକଙ୍କୁ ବୁଝାଇବା ପରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ଲୋକମାନଙ୍କୁ ଟିକାକରଣ କେନ୍ଦ୍ରରେ ପହଞ୍ଚାଉଛନ୍ତି।
ପେଟେଣ୍ଟମୁକ୍ତ ଟିକା
ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...
ଇମ୍ରାନ୍ଙ୍କ ମନ୍ତବ୍ୟ
ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ...
ଏଇ ଭାରତରେ
କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...
କଲେ ମଲ, ନ କଲେ ଭଲ
ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...
ଶିକ୍ଷକତାକୁ ଦୂରୁ ଜୁହାର
ଅକ୍ଷୟ କୁମାର ମିଶ୍ର ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ...
ଜି୭ର ମିଥ୍ୟା ପ୍ରତିଶ୍ରୁତି
ଜେମ୍ସ କେ.ଗଲବ୍ରେଥ୍ ନିକଟରେ ଏକ ନିବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ୟୁନାଇଟେଡ୍ ଷ୍ଟେଟ୍ସ ୍ଏଜେନ୍ସି ଫର୍ ଇଣ୍ଟର୍ନ୍ୟାଶନାଲ ଡେଭଲପ୍ମେଣ୍ଟର ନୂଆ ପ୍ରଶାସକ ସାମଂଥା ପାଓ୍ବାରଙ୍କ...
ଜି-୭ ଓ ସର୍ବନିମ୍ନ ଟିକସ ହାର
ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍ ଆଗୁଆ ଦେଶଗୁଡ଼ିକ ୫ ଜୁନ୍ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍ଗୁଡ଼ିକ ଉପରେ ଟ୍ୟାକ୍ସ ବା...
ମାଙ୍ଗାଲୋର ନ ଯାଇ ମଙ୍ଗଳ
ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍ ବେଜୋସ୍ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...


