ସାଓ ପାଉଲୋ,୨୫।୬: କୋଭିଡ୍-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍ ଟିଟେଙ୍କୁ ଭାରି ପଡିଛି। ପୂର୍ବରୁ ଗୋଟିଏ ସପ୍ତାହ ତଳେ ଜଣେ ବଲିଭିଆ ଫୁଟ୍ବଲର ମଧ୍ୟ ସମକାରଣ ପାଇଁ ଟୁର୍ନାମେଣ୍ଟକୁ ସମାଲୋଚନା କରି ବାସନ୍ଦର ସମ୍ମୁଖୀନ ହୋଇଥିଲେ। କଲମ୍ବିଆ ଓ ଆର୍ଜେଣ୍ଟିନା ପ୍ରଥମେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯିବା ପରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ଗତ ଜୁନ୍ ୧୨ ତାରିଖରେ ଟିଟେ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ନାମେଣ୍ଟ ଆୟୋଜନ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ସପ୍ତାହରୁ କମ୍ ସମୟ ଥିବାବେଳେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଫୁଟ୍ବଲ ପ୍ରଶାସନିକ ସଂସ୍ଥା କନ୍ମେବୋଲ ବ୍ରାଜିଲକୁ ଆୟୋଜକ ରୂପେ ଘୋଷଣା କରିଥିଲା। ଟୁର୍ନାମେଣ୍ଟ ବ୍ରାଜିଲକୁ ଏକ ଗୋଳମାଳିଆ ପରିସ୍ଥିତିରେ ସ୍ଥାନାନ୍ତର ହୋଇଛି ବୋଲି ସେ କହିଥିଲେ। ଫଳରେ କନ୍ମେବୋଲ ଟିଟେଙ୍କ ଉପରେ ୫,୦୦୦ ଡଲାର ଜରିମାନା ଧାର୍ଯ୍ୟ କରିଛି। ଏବେ ବ୍ରାଜିଲ ଫୁଟ୍ବଲ କନ୍ଫେଡେରେଶନ ଟିଟେଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିପାରିବ ନାହିଁ ବୋଲି କନ୍ମେବୋଲ ଅଧ୍ୟକ୍ଷ ଏଡୁଆର୍ଡୋ ଗ୍ରସ ବ୍ରାଉନ କହିଛନ୍ତି। ଆଉଥରେ ଏଭଳି ସମାଲୋଚନା କଲେ ଟିଟେଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ରିଓ ଡି ଜେନିରୋରେ ଗତ ବୁଧବାର ବ୍ରାଜିଲ ୨-୧ ଗୋଲରେ କଲମ୍ବିଆକୁ ହରାଇବା ପରେ ଟିଟେ ଏଭଳି ମନ୍ତବ୍ୟ ଦେଇଥିଲେ। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଫୁଟ୍ବଲ ଖେଳିବା ଠିକ୍ ନୁହେଁ ବୋଲି ସେ କହିଥିଲେ। ପୂର୍ବରୁ ଜୁନ୍ ୧୮ ତାରିଖରେ ବଲିଭିଆ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ଉପରେ ୨୦,୦୦୦ ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଥିଲା। ତାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଥିଲା। ଟୁର୍ନାମେଣ୍ଟରେ ଭାଗ ନେଇଥିତ୍ବା ୧୦ଟି ଦଳରୁ ୫ଟି ଦଳରେ କୋଭିଡ୍-୧୯ ମାମଲା ଦେଖିବାକୁ ମିଳିଥିଲା। କରୋନାରେ ଏ ପର୍ଯ୍ୟନ୍ତ ୫, ୧୦,୦୦୦ ବ୍ରାଜିଲ ନାଗରିକ ପ୍ରାଣ ହରାଇଛନ୍ତି।
କୋଭିଡ୍ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍ ଓପନ ପ୍ରେମୀଙ୍କ ଅସନ୍ତୋଷ
ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ...
୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର
ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍...
ଡବ୍ଲ୍ୟୁଟିସି ଫାଇନାଲ୍ର ଏହି ଗୋଟିଏ ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ଛୁଇଁଗଲା
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ହେଉନା...
ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍ ଷ୍ଟାର; ଫଟୋ ଶେୟାର କରି..
ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
ଆଇସିସି ହଲ୍ ଅଫ୍ ଫେମ୍ରେ ଭିନୁ ମଙ୍କଡ଼
ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍ ଅଫ୍ ଫେମ୍ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ...
ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ
ଅକ୍ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍ ଗଦା କେଉଁଠି। ଏପରି କି ଗଦା ସହ...
ପୋଲାଣ୍ଡ ଓପନ୍: ଦହିୟାଙ୍କୁ ରୌପ୍ୟ
ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍ରେ ଭାରତୀୟ ରେସ୍ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି...


