ଭୁବନେଶ୍ୱର,୨୬।୬(ବ୍ୟୁରୋ): ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଭାବେ ଅଗ୍ରସର ହେବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ୯୦ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯କୁ ଖସିଛି। ୨୦୨୦ରେ ମଧ୍ୟ ଏହି ଧାରା ବଜାୟ ରହିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ଆନ୍ତଃ-ବିଭାଗୀୟ ସମନ୍ବୟ ବୈଠକରୁ ଏହି ସୂଚନା ମିଳିଛି। ଚଳିତ ବର୍ଷ ସମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଆୟୋଜିତ ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।
ଶିଳ୍ପାଞ୍ଚଳ, ଖଣିଖାଦାନ ଅଞ୍ଚଳ, ଦୁର୍ଗମ ଗ୍ରାମାଞ୍ଚଳରେ ମ୍ୟାଲେରିଆ ପ୍ରାଦୁର୍ଭାବ ଅଧିକ। ସମ୍ପକ୍ତ ଅଞ୍ଚଳରେ ଥିବା ଜନବସତି ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏଥିସହ ସହରାଞ୍ଚଳର ସ୍ଥିର ଜଳାଶୟରେ ମଶାବଂଶ ନାଶକାରୀ ତେଲ ପକାଇବା, ବିଭିନ୍ନ ଜଳାଶୟ ଏବଂ ନାଳରେ ଜୀବାଣୁ ଖାଦକ ମାଛ ଛାଡ଼ିବା, ମଶା ବଂଶବୃଦ୍ଧି-ଚକ୍ର ଛିନ୍ନ କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ବତନ୍ତ୍ର ଜନସ୍ବାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା କରିବା ସହ କର୍ମଚାରୀଙ୍କ ପରୀକ୍ଷଣ ଏବଂ ସମ୍ପୃକ୍ତ ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ନିରୀକ୍ଷଣ ଜାରି ରଖିବାକୁ କୁହାଯାଇଛି। ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରାୟ ୧୦ ହଜାର କଳାକାର ସଂଘ ଏବଂ ଲୋକକଳାକୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ମ୍ୟାଲେରିଆ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୨୦୧୬ରେ ୪.୪୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୭ ଜଣ ପ୍ରାଣ ହରାଇଥିଲେ। ୨୦୧୯ ବେଳକୁ ପଜିଟିଭ୍ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯,୫୫୬ ଏବଂ ୯ରେ ପହଞ୍ଚତ୍ଥିଲା। ୨୦୧୮ ଏବଂ ୨୦୧୯ ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭% କମିଥିବା ବେଳେ ଓଡ଼ିଶାରେ ୪୦% ହ୍ରାସ ପାଇଛି। ସେହିପରି ୨୦୧୬ରେ ବାର୍ଷିକ ପାରାସାଇଟ୍ ହାର ୮ ଜିଲାରେ ୧%ରୁ ତଳେ ରହିଥିଲା। ୨୦୧୯ ବେଳକୁ ୨୩ଟି ଜିଲାରେ ଏହା ୧%ରୁ ତଳେ ରହିଛି। ଏହିସବୁ ତଥ୍ୟ ଭିତ୍ତିରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓଡ଼ିଶାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟଧାରାକୁ ଏକ ଉତ୍ତମ ପ୍ରମାଣିତ ବ୍ୟବସ୍ଥା (ବେଷ୍ଟ ପ୍ରାକ୍ଟିସ୍) ଭାବେ ବିଶ୍ୱ ମ୍ୟାଲେରିଆ ବିବରଣୀ-୨୦୨୦ରେ ସ୍ଥାନିତ କରିଛି। ସୂଚନାଯୋଗ୍ୟ, ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରୁ ୨୦୨୦ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬,୦୮୮ ମ୍ୟାଲେରିଆ ନିରାକରଣ କ୍ୟାମ୍ପ୍ ଆୟୋଜନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ପ୍ରାୟ ୧.୫୭ କୋଟି ଜୀବାଣୁନାଶକ ମଶାରି ବଣ୍ଟନ କରାଯାଇଛି। ପ୍ରାୟ ୨.୮କୋଟି ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ସୁରକ୍ଷା ଦିଆଯାଇଛି। ୪୮,୪୫୫ ଆଶାକର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ପରିଚାଳନା ବିଷୟରେ ତାଲିମ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଉନ୍ନୟନ କମିଶନର ପ୍ରଦୀପ ଜେନା, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ସଚିବ ଦେଓରଞ୍ଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ୍, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
୧୭ ଜିଲାରେ ଘଡଘଡି ସହ ବର୍ଷା
ଭୁବନେଶ୍ବର,୩।୬: ରାଜ୍ୟର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
ଏହି ନେତାମାନଙ୍କୁ ୩୦ ଜିଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ବରିଷ୍ଠ ନେତାମାନଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୬ ଜଣ ନେତାଙ୍କୁ ବିଭିନ୍ନ ଜିଲା ପାଇଁ ପର୍ଯ୍ୟବେକ୍ଷକ ଭାବରେ ଦଳ ପକ୍ଷରୁ ନିଯୁକ୍ତି...
ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍
ବାଲେଶ୍ୱର ଅଫିସ,୭ା୬: ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ସୋମବାର କେନ୍ଦ୍ରୀୟ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି...
ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍ଦେଇ କେବଳ...
୨୪ ଘଣ୍ଟାରେ ସବୁ ଜିଲାକୁ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ...
ରଥଯାତ୍ରା ପରିଚାଳନା ପାଇଁ ଏସ୍ଓପି ପ୍ରସ୍ତୁତ ହେବ
ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ...
‘ୟାସ୍’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ବାତ୍ୟା ‘ୟାସ୍’ ଅନେକ କ୍ଷତି ଘଟାଇଥିଲା। ଏହି ବାତ୍ୟାରେ ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ତେବେ ଗୁରୁବାର...


