ନିକଟରେ ମୋରକୋର ଜଣେ ମହିଳା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ଏହି ମହିଳା ଜଣଙ୍କ ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବରୁ କୌଣସି ମହିଳା ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇ ନ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ନିଜର ବିଶ୍ୱ ରେକର୍ଡ ଯୋଗୁ ଚର୍ଚ୍ଚାରେ ଥିଲେ। ଏହି ରୁଷୀୟ ମହିଳାଙ୍କ ନାଁରେ ଏକ ବିଶେଷ ରେକର୍ଡ ଅଛି। ୧୭ତମ ଶତାବ୍ଦୀର ଭାଲେଣ୍ଟିନା ଭାସିଲୟେଭ, ତାଙ୍କ ଜୀବନରେ ୨୭ଥର ଗର୍ଭବତୀ ହୋଇଥିବା କୁହାଯାଏ। ଭାଲେଣ୍ଟିନା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ରୁଷିଆର ତୃତୀୟ ବୃହତ୍ତମ ସହର ଶୁୟାରେ ରହୁଥିଲେ। ସେ କୃଷକ ଫିଡୋର ଭାସିଲୟେଭଙ୍କୁ ବିବାହ କରିଥିଲେ। ସେ ନିଜ ଜୀବନରେ ୧୬ ଥର ଯାଆଁଳା ସନ୍ତାନ, ୭ଥର ଏକାସଙ୍ଗେ ୩ଟା ସନ୍ତାନ ଏବଂ ୪ ଥର ଏକାସଙ୍ଗେ ୪ ସନ୍ତାନ ଜନ୍ମ ଦେଇଥିଲେ। ଭାଲେଣ୍ଟିନାଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ପ୍ରଥମେ ୧୭୮୨ ମସିହାରେ ନିକୋଲସ୍କର ମଠ ରୁଷିଆର ରାଜଧାନୀ ମସ୍କୋକୁ ରିପୋର୍ଟ କରିଥିଲେ। ଏହାର ଏକ ବର୍ଷ ପରେ ଅର୍ଥାତ୍ ୧୭୮୩ରେ ଜେଣ୍ଟେଲମ୍ୟାନ୍ ପତ୍ରିକାରେ ଏହି ଘଟଣା ବିଷୟରେ ଛପା ଯାଇଥିଲା। ଅବଶ୍ୟ କେତେକ ଗବେଷକ ଭାଲେଣ୍ଟିନାଙ୍କ ପ୍ରଜନନ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୧୭ ତମ ଶତାବ୍ଦୀରେ ଆଧୁନିକ ବୈଜ୍ଞାନିକ କୌଶଳର ଅଭାବ ସତ୍ତ୍ୱେ, ଏହି ମହିଳା କିପରି ଏତେଥର ଗର୍ଭବତୀ ହୋଇ ସଫଳତାର ସହିତ ପ୍ରସବ କରିଥିଲେ ତାକୁ ନେଇ ସେତେବେଳେ ଆଲୋଚନା ମଧ୍ୟ ହୋଇଥିଲା।
‘ସେବାରୁ ଆତ୍ମତୃପ୍ତି’
୧୯୯୯ ମସିହା ମହାବାତ୍ୟା ସମୟରେ ସହାୟତାର ହାତ ବଢ଼ାଇଥିଲେ ଦେଶ ବିଦେଶର ବହୁ ସଂସ୍ଥା। ଏଥିରେ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏଶନ ସହ ସତ୍ସଙ୍ଗ ସାମିଲ ହୋଇଥିଲା।...
କୁନି କୁକୁରର ବଡ଼ କମାଲ
କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍, ଚାରିଭାଗରୁ ଏକ ଭାଗ ଜ୍ୟାକ୍ ରଶେଲ୍ ଟେରିଏର୍ ଏବଂ ଅନ୍ୟ ଚାରିଭାଗରୁ ଏକ...
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ବୁଲେଟ୍ ଟ୍ରେନ୍ଠାରୁ ବି ତୀବ୍ର ବେଗରେ ଯିବ ଏହି ଯାନ
ବିଗତ କିଛି ଦଶନ୍ଧି ମଧ୍ୟରେ ଟେକ୍ନୋଲୋଜି ଆମ ଜୀବନରେ ଅନେକ ପ୍ରଭାବ ପକାଇଛି। ଯଦିଓ ଭ୍ରମଣ ତରିକା ପାରମ୍ପରିକ ହୋଇଆସୁଛି ତଥାପି କିଛି ସମୟ ପାଇଁ...
ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍ଅପ୍ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…
ବ୍ୟାଙ୍କକ୍: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ...
କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ
କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ...
ବନ୍ୟାରେ ଭାସିଗଲା କାର୍, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…
ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍ ଭାସିଗଲା। ଜଣେ ମହିଳା ଏହି କାର୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...


