ଚଣ୍ଡିଗଡ଼,୨।୬: ଜଣେ ମହିଳା ଅନୈତିକ ସମ୍ପର୍କ ରଖିଥିଲେ ବି ସେ ଭଲ ମା’ ହୋଇପାରିବେ। ଅନୈତିକ ସମ୍ପର୍କ ଭଲ ମା’ ହେବାକୁ ପ୍ରଭାବିତ କରି ନ ଥାଏ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟ ପକ୍ଷରୁ ଏକ ମାମଲାର ଶୁଶାଣି ସମୟରେ ଏଭଳି କୁହାଯାଇଛି। ଜଣେ ଶିଶୁଙ୍କ କଷ୍ଟଡି ନେଇ ହାଇକୋର୍ଟରେ କରାଯାଇଥିବା ଏକ ଆବେଦନରେ କୋର୍ଟ ଏହା କହିଛନ୍ତି। ଏହା ସହିତ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ୧୯୫୬ ହିନ୍ଦୁ ମାଇନରିଟି ଆଣ୍ଡ୍ ଗାର୍ଡିଅନ୍ଶିପ୍ ଆକ୍ଟ୍ର ଧାରା ୬ ଅନ୍ତର୍ଗତ ୫ ବର୍ଷ ବୟସ୍କ ଶିଶୁଙ୍କ ନାଚ୍ୟୁରାଲ ଗାର୍ଡିଅନ୍ ଭାବେ ମା’ଙ୍କୁ ହିଁ ଗ୍ରହଣ କରାଯାଇଥାଏ। ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ମହିଳା ତାଙ୍କ ସାଢ଼େ ୪ ବର୍ଷ ଶିଶୁକନ୍ୟାଙ୍କ କଷ୍ଟଡି ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଅନ୍ୟମାନଙ୍କ ସହିତ ମହିଳାଙ୍କର ଅନୈତିକ ସମ୍ପର୍କ ଥିବା ଶିଶୁକନ୍ୟାଙ୍କ ପିତା କୋର୍ଟରେ ଅଭିଯୋଗ କରିଥିଲେ। ତେବେ ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।
ଆତଙ୍କବାଦୀଙ୍କ ୯ ଗୁଳି ବାଜିବା ପରେ ମୃତ୍ୟୁ ସହ ସଂଗ୍ରାମରେ ବିଜେତା ହୋଇଥିଲେ ଚେତନ ଚିତା; ଏବେ କୋଭିଡ୍ ସହ ଲଢ଼ୁଛନ୍ତି ଯୁଦ୍ଧ
ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି।...
ପୁଣି ଚର୍ଚ୍ଚାରେ ‘ବାବା କି ଢାବା’: କାନ୍ତା ପ୍ରସାଦଙ୍କୁ କ୍ଷମା କରିଦେଲେ ଗୌରବ
ନୂଆଦିଲ୍ଲୀ,୧୫।୬: ‘ବାବା କି ଢାବା’ ପୁଣି ଥରେ ଚର୍ଚ୍ଚାରେ ରହିଛି। ଢାବା ମାଲିକ କାନ୍ତ ପ୍ରସାଦଙ୍କ ଦ୍ୱାରା ହୋଇଥିବା ଚୋରି ଅଭିଯୋଗର ସମ୍ମୁଖୀନ ହେଉଥିବା ୟୁଟ୍ୟୁବର୍...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ସିବିଏସ୍ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା
ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...
ସାଲାଡ ପାଇଁ ସ୍ତ୍ରୀଙ୍କୁ ହତ୍ୟା
ଲକ୍ଷ୍ନୌ,୨।୬ : ରାତ୍ରି ଭୋଜନରେ ସାଲାଡ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ ବେଲଚାରେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ଉତ୍ତର ପ୍ରଦେଶର ଶାମଲି ଜିଲାର...
‘ ଭାଜପାରେ କେହି ରହିବେ ନାହିଁ ’
ନୂଆଦିଲ୍ଲୀ,୧୧।୬ : ବର୍ତ୍ତମାନ ଭାଜପାରେ ଯେଉଁଭଳି ସ୍ଥିତି କେହି ରହିବାକୁ ଚାହୁଁନାହାନ୍ତି। ଭାଜପାରୁ ବାହାରିବା ପରେ ଚିହ୍ନା ଚେହେରା ଦେଖି ଭଲ ଲାଗୁଛି। ଦୀର୍ଘ ୪...
ନୀତି ଆୟୋଗ ଏସ୍ଡିଜି ସୂଚକାଙ୍କ: ଓଡ଼ିଶା ର଼୍ୟାଙ୍କ୍ ଖସିଲା
ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସ୍ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି।...
ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍ସି
ବୀରଭୂମ୍,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍ସ୍ଥିତ ଟିଏମ୍ସି କାର୍ଯ୍ୟାଳୟ ଆଗରେ...


