ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା ‘ଲିଭିଂ ଲିକ୍ୟୁଡ୍ଜ’ ନାମକ ଅନଲାଇନ ପ୍ଲାଟଫର୍ମରୁ ମଦ ଅର୍ଡର କରିଥିଲେ। କିନ୍ତୁ ଏହା ତାଙ୍କ ପାଖରେ ପହଞ୍ଚି ନ ଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି।
” ସତର୍କ ରୁହନ୍ତ ମୁଁ ଠକାମିର ଶିକାର ହୋଇଛି। ଲିଭିଂ ଲିକ୍ୟୁଡ୍ରୁ ମଦ ଅର୍ଡର କରିବା ସହ ଆଗୁଆ ପେମେଣ୍ଟ କରିଥିଲି। ଅର୍ଡର କରିଥିବା ଆଇଟମ୍ ନ ଆସିବାରୁ ମୁଁ ସେମାନଙ୍କୁ ଫୋନ କରିଥିଲି। ସେମାନେ ମୋ ଫୋନ ଉଠାଇ ନ ଥିଲେ“ ବୋଲି ଆଜମି ଟୁଇଟ୍ କରିଛନ୍ତି। ଏଥି ସହ ଉକ୍ତ ଅନଲାଇନ ପ୍ଲାଟଫର୍ମ ସହ ପେମେଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଶେୟାର କରିଛନ୍ତି। ତେବେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରିଛନ୍ତି ନା ନାହିଁ ତାହା ସେ ସ୍ପଷ୍ଟ କରି ନାହାନ୍ତି। ପୂର୍ବରୁ ଅକ୍ଷୟ ଖାନ୍ନା, ନର୍ଗିସ ଫଖରି ଓ କରନ ସିଂ ଗ୍ରୋବରଙ୍କ ଭଳି ବଲିଉଡ୍ ସେଲିବ୍ରେଟି ଅନଲାଇନ ଠକାମିର ଶିକାର ହୋଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.