ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ ସମେତ ୮ ଜଣଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର ମାମଲା ଦାୟର କରିଛି ଗାଜିଆବାଦ ପୋଲିସ। ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକତା ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି। ହେଲେ ୟୁପି ପୋଲିସ ମିଛ କହୁଛି ବୋଲି କହିଛନ୍ତି ପୀଡ଼ିତ ଅବଦୁଲ ସମଦଙ୍କ ପୁଅ।
ପୋଲିସ କହିବା ଅନୁଯାୟୀ, ପୀଡ଼ିତ ଅବଦୁଲ କିଛି ଲୋକଙ୍କୁ ଆମଲେଟ ବିକି ଥିଲେ। ଏହା ସେମାନଙ୍କୁ ପସନ୍ଦ ଆସି ନ ଥିଲା। ଏଣୁ ୬ ଜଣ ଗ୍ରାହକ ଅବଦୁଲଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରେ ସାମିଲ ଥିଲେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ। ଗାଜିଆବାଦ ପୋଲିସ ସ୍ପଷ୍ଟିକରଣ ଦେବା ପରେ ମଧ୍ୟ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଟୁଇଟର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏଣୁ ଟୁଇଟର ବିରୋଧରେ ମଧ୍ୟ ଏଫ୍ଆଇଆର ରୁଜୁ ହୋଇଛି।
ତେବେ ପୀଡ଼ିତ ଅବଦୁଲଙ୍କ ପୁଅ ବାବଲୁ ସେଫି ଦାବି କରିଛନ୍ତି ଯେ, ପୋଲିସ ମିଛ କହୁଛି। ମୋ ବାପା ଆମଲେଟ ବିକନ୍ତି ନାହିଁ। ଏହି ବ୍ୟବସାୟ ସହ ଆମ ପରିବାରର କେହି ଜଡ଼ିତ ନୁହନ୍ତି। ପୋଲିସ ସତ କହୁ ନାହିଁ। ଆମ ଘଟଣାର ପରଦିନ ଅର୍ଥାତ ୬ ତାରିଖରେ ପୋଲିସକୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ମାମଲା ଦାୟର କରିଥିଲୁ।
ଉଲ୍ଲେଖଯୋଗ୍ୟ, ଟୁଇଟର ଓ ୮ ଜଣଙ୍କ ବିରୋଧରେ ୧୫୩ (ଦଙ୍ଗାକୁ ପ୍ରୋତ୍ସାହିତ କରିବା), ୧୫୩ କ (ଦୁଇ ସାମ୍ପ୍ରଦାୟିକ ଗୋଷ୍ଠୀକୁ ଉତ୍ତେଜିତ କରିବା), ୨୯୫ କ (ଧାର୍ମୀକ ଭାବନାକୁ ଆଘାତ କଲା ଭଳି କାର୍ଯ୍ୟ), ୫୦୫, ୧୨୦ ଖ(ଅପରାଧିକ ଷଡ଼ଯନ୍ତ୍ର) ଓ ୩୪ (ସାଧାରଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା) ଭଳି ସଙ୍ଗିନ ଦଫାରେ ମାମଲା ଦାୟର କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.