ଦିନଥିଲା ଯେତେବେଳେ ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏକ ସୁମଧୁର ଧୂନ୍ ବାଜିଉଠୁଥିଲା ତା’ପରେ ଆନାଉନ୍ସର କହୁଥିଲେ-ଏଥର ଶୁଣନ୍ତୁ ଆଜିର ଅନୁଚିନ୍ତା ଉପସ୍ଥାପନା- ଶଙ୍କର୍ଷଣ ମଙ୍ଗରାଜ। ଏହି କାର୍ଯ୍ୟକ୍ରମ ସେତେବେଳେ ରେଡ଼ିଓ ଶୁଣୁଥିବା ଓଡ଼ିଶାର ପୁରପଲ୍ଲୀର ଅଗଣିତ ଶ୍ରୋତାଙ୍କ ମନକୁ ମନ୍ତ୍ରମୁଗ୍ଧ କରିଦେଉଥିଲା। ଏଥିପାଇଁ ଓଡ଼ିଶାର ଘରେ ଘରେ ସେ ପରିଚିତ ହୋଇଛନ୍ତି। ସେ ହେଲେ ଅନୁଚିନ୍ତାର ଉଦ୍ଘୋଷକ ଶଙ୍କର୍ଷଣ ମଙ୍ଗରାଜ ।
ତେବେ ଶଙ୍କର୍ଷଣ ମଙ୍ଗରାଜଙ୍କ ଜନ୍ମ ୧୯୪୩ ମସିହା ମେ ୧୭ତାରିଖରେ । ପିତା ନଟବର ମଙ୍ଗରାଜ, ମା ଚିତ୍ରମଣୀ ଦେବୀ। ତାଙ୍କ ଦୁଇଭାଇଙ୍କ ମଧ୍ୟରେ ସେ ସାନ। ତାଙ୍କ ତଳେ ଦୁଇ ଭଉଣୀ।
ପିଲାଦିନ. ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ହାଟବରଡ଼ିହ ଗ୍ରାମପଞ୍ଚାୟତ ଅଧୀନ ଚିଲିକାକୂଳରେ ଅବସ୍ଥିତ ତରାପିରେ। କିନ୍ତୁ ସେ ରହୁଛନ୍ତି ନୀଳଚକ୍ର ଉହାଡ଼, ମଙ୍ଗଳାଘାଟରୋଡ଼, ବାସେଳୀସାହି ପୁରୀରେ। ପିଲାଦିନେ ତାଙ୍କର ଗପ, କବିତା, ପ୍ରବନ୍ଧ, ବଡ଼ଲୋକଙ୍କ ଜୀବନୀ ଲେଖିବା ଅଭ୍ୟାସ ରହିଥିଲା। ଗାଁକୁ ଆସୁଥିବା ଖବରକାଗଜକୁ ଲୋକଙ୍କ ପାଖରେ ପଢ଼ି ଶୁଣାଉଥିଲେ । ନବଜାଗରଣ ପାଠାଗାର କରି ପୋଖରୀ,ରାସ୍ତା ସଫେଇ କରୁଥିଲେ। ଗାଁ ସ୍କୁଲରେ ତାଙ୍କର ପାଠପଢ଼ା ଆରମ୍ଭ ହୁଏ, ତା’ ପରେ ମାମୁ ରଙ୍କନାଥ ସାମନ୍ତରାଙ୍କ ଘରକୁହୁଡ଼ିରେ ରହି ସେ ପଢ଼ିଥିଲେ। ସେ କୁହନ୍ତି, କ୍ଷେତ୍ରବାସୀ ମାଇନର ସ୍କୁଲରେ ବୃତ୍ତି ପାଇଥିଲି। ତା’ପରେ ଜନତା ସ୍କୁଲରେ ୧୦ମରେ ପ୍ରଥମ ସ୍ଥାନ ହାସଲ କରିଥିଲି। କୁହୁଡ଼ିର ସ୍ବାଧିନତା ସଂଗ୍ରାମୀ ନବକିଶୋର ପଟ୍ଟନାୟକ, ରାଧାମୋହନ ପାଣି, ନନ୍ଦକିଶୋର ମାନସିଂ ଖୁବ୍ ପ୍ରଶଂସା କରିଥିଲେ। ଜନତା ହାଇସ୍କୁଲରେ ଏକାଦଶ ପାସ୍ କରିବା ପରେ ପୁରୀ ଏସ୍ସିଏସ୍ କଲେଜରେ ବିଏ କଲି। ପରେ ରାଧାନାଥ ଟ୍ରେନିଂ କଲେଜ କଟକରୁ ବି.ଇଡି. ପାସ୍ କରିଥିଲି। ଏହାପରେ ଶିକ୍ଷକତା ଚାକିରି ମିଳିଥିଲା ମାତ୍ର ଓଡ଼ିଆରେ ଏମ୍ଏ କରିବା ପାଇଁ ରେଭେନ୍ସା କଲେଜରେ ନାଁ ଲେଖିଥିଲି। ଓଡ଼ିଆ ଭାଷା ଓ ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍.ଏ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଅଫ ଜର୍ନାଲିଜିମ। ରାଷ୍ଟ୍ରଭାଷା ପ୍ରାଜ୍ଞ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରଭାଷା ସଂସ୍ଥାନରେ ପଢିଥିଲି।
ସେବା: ପୁରୀ ହେରାଗୌରୀ ସାହିରେ ରହୁଥିବାବେଳେ ପୂଜ୍ୟ ଆଚାର୍ଯ୍ୟ ହରିହରଙ୍କ ସହିତ ଦେଖାହେବାରୁ ମତେ ଜନସେବା ପାଇଁ ସୁଯୋଗ ଦେଇଥିଲେ। କଟକରେ ରହୁଥିବାବେଳେ ଭାରତ ସେବକ ସମାଜରେ ଯୋଗ ଦେଇଥିଲି। ଟ୍ରେନିଂକଲେଜର ଜଣେ ଗୁରୁପତ୍ନୀଙ୍କ ଅକାଳ ମୃତ୍ୟୁ ହେଲା। ତାଙ୍କ ଶବକୁ କଟକ ମେଡ଼ିକାଲରୁ ଖାନନଗର ମଶାଣିକୁ ଆଣି ସତ୍କାର କରିଥିଲୁ। କଟକରେ ୧୯୬୪ ମସିହାରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଲୁଚିକି ଚନ୍ଦନପୋଖରୀରେ ପହଁରିକି ଆସି ତେଲଙ୍ଗାବଜାରରେ ପହଞ୍ଚିଥିଲୁ। ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଟ୍ରେନିଂ ପିଲାମାନେ ଷ୍ଟାଇପେଣ୍ଡ ଦାବିକରି ସଫଳ ହୋଇଥିଲୁ। ସ୍ବାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକଙ୍କ ଯୋଗୁ ରେଭେନଶାରେ ରାତିବେଳା ପଢ଼ିବାର ସୁବିଧା ହୋଇଥିଲା। ବକ୍ସିବଜାରଠାରେ ରାତି ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଉଦ୍ୟମ କରିଥିଲୁ।
ରେଡ଼ିଓ ପାଇଁ :ପଢ଼ାସହ ଲେଖାଲେଖି ପୁଣି ରେଡ଼ିଓରେ ଭାଗ ନେଉଥିଲି। ଏମ୍ଏ ଫାଇନାଲ ସରିଯାଇଥାଏ। ଅଲଇଣ୍ଡିଆ ରେଡ଼ିଓରେ ଆନାଉନସର ପାଇଁ ବିଜ୍ଞାପନ ବାହାରିଲା। ସେଥିରେ ଆବେଦନ କଲି ପୁଣି ସିଲେକ୍ଟ ହେଲି। କିନ୍ତୁ କଟକ ପାଇଁ ବିବେଚିତ ହେଲି ମାତ୍ର ଜୟପୁରକୁ ପଠାଗଲା। ସେଠାରେ ସେକ୍ ମତଲୁବ ଅଲ୍ଲୀ ସେଠାରୁ ସେହି ପୋଷ୍ଟ ଛାଡ଼ିଥିଲେ। ତେଣୁ ୧୯୬୯ ମସିହା ଅକ୍ଟୋବର ୧୬ତାରିଖରେ ଜୟପୁର ଆକାଶବାଣୀ କେନ୍ଦ୍ରର ଘୋଷକଭାବେ ଯୋଗଦେଲି। ପ୍ରାୟ ୫ବର୍ଷ ପରେ ୧୯୭୪ରେ କଟକରେ ଆନାଉନସର ଭାବେ ସହକାରି ପ୍ରଯୋଜକ ଭାବେ ବିଜ୍ଞାପନ ପ୍ରସାରଣ ସେବାରେ , ଶିଶୁସଂସାର, ଶିକ୍ଷା ବିଭାଗରେ କାର୍ଯ୍ୟକଲି।
ଅନୁଚିନ୍ତା ଦେଲା ପରିଚୟ: ସଙ୍କର୍ଷଣ ମଙ୍ଗରାଜ କୁହନ୍ତି, ୧୯୯୩ମସିହାବେଳକୁ ଦେଶର ଜମ୍ମୁ କଶ୍ମୀରରେ ହିନ୍ଦୁ ପଣ୍ଡିତମାନଙ୍କ ଉପରେ ଅକଥନୀୟଅତ୍ୟାଚାର ହେଉଥିଲା ।
ଏମିତି ପରିସ୍ଥିତିରେ କଟକ ଆକାଶବାଣୀର ନିର୍ଦ୍ଦେଶକ ମତେ ଜଣାଇଲେ ଏବେ ଦେଶରେ ଲୋକଙ୍କ ମନରୁ ବିଦ୍ୱେଷ ହଟିବା ଉଦ୍ଦେଶ୍ୟରେ ଏକ ନୂଆ କାର୍ଯ୍ୟକ୍ରମ ହେବ। ଯେପରି କାହା ବିରୋଧରେ ନୁହେଁ , ନିରପେକ୍ଷ ଭାବେ ଯେମିତି ସମସ୍ତଙ୍କ ମନଛୁଆ ହୋଇପାରିବ। ସେହିଭଳି ଏକ ପ୍ରୋଗ୍ରାମ କରାଗଲା। ସକାଳୁ ସକାଳୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏହି ନୂଆ କପାର୍ଯ୍ୟକ୍ରମ ଅନୁଚିନ୍ତା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନର ଆରମ୍ଭରେ ହିଁ ସେହି ଦିନର ମହତ୍ତ୍ୱକୁ ନେଇ ନାନାପ୍ରକାର କଥାକାହାଣୀରେ ଜୀବନର ମୂଲ୍ୟବୋଧ ଭିତ୍ତିକ ପ୍ରସଙ୍ଗକୁ ସକାରାତ୍ମକ ଭାବେ ‘ସାର୍ବଜନୀନ ଓ ନିରପେକ୍ଷ ଭାବେ ବ୍ୟକ୍ତ କରାଯାଇଥାଏ। ସେତେବେଳେ ଏହା ଖୁବ ଲୋକପ୍ରିୟ ଭାବେ ହୋଇଥିଲା। ଆଧାତ୍ମିକ ଚିନ୍ତାରୁ ଅନୁଚିନ୍ତାର ଜନ୍ମବୋଲି ଆକାଶବାଣୀର ଶ୍ରୋତାଗଣ ବୁଝୁଥିଲେ। ୨୦୦୨ରେ ସିନିୟର ଆନାଉନ୍ସର ଭାବେ ଆକାଶବାଣୀରୁ ଅବସର ନେଇଚି।
ବହିଲେଖା: -ନାଟକ ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ, କ୍ଷୁଦ୍ରନାଟକ- ‘ଅଶୋକ’, ‘ପୁର’ୁ ସେହିପରି ସଂଗୀତରୂପକ-ଯୁଗେ ଯୁଗେ ଜଗନ୍ନାଥ, ଅକାଳ ବୋଧନ, ମାଣବସା, କୋଇଲି, ଚିଲିକାର ପକ୍ଷୀ ଏବଂ ହିଡ଼ ହାତ ଓ ହୃଦୟର ସାହିତ୍ୟ, ଲିରିକ୍ ବାଗ୍ରାର ଓ ଏଫିକ ଓଡ଼ିଆର, ହିମାଦ୍ରୀର ସୂଯର୍ୟ, ନନ୍ଦଲାଲ ବୋଷ, ଅନୁଚିନ୍ତା ପ୍ରଥମଖଣ୍ଡ ଓ ଦ୍ୱିତୀୟଖଣ୍ଡ, ଧରିତ୍ରୀର ଧ୍ରୁବତାରା, ମନେଥିବ, ପିଲାଏ ମୋର ବୋଲକର, ମହାପ୍ରଭୁଙ୍କ ମହିମା, ଦେଶବିଦେଶର ଲୋକକଥା, ସ୍ତୁତି ଭାଗବତ, ଭାଗବତ ସୁବର୍ଣ୍ଣ ସରଣୀ ଆଦି ଅନେକ ବହି ଓ ରୂପକ ଲେଖିଛି ।
ଆଧାତ୍ମିକ କାର୍ଯ୍ୟକ୍ରମ ପ୍ରସାରଣ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣରେ ୧୯୭୨ରୁ ଧାରାବିବରଣୀ ପ୍ରଦାନ କରିଆସୁଛି । ଦୂରଦର୍ଶନ ସମେତ ଅନ୍ୟ କେତେକ ଘରୋଇ ଟିଭି ଚ୍ୟାନେଲରେ ମହାପ୍ରଭୁଙ୍କ ମହିମାର ଧାରାବିବରଣୀ ପ୍ରଦାନ କରିଥାଏ।
ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ: ଉତ୍କଳ ସାହିତ୍ୟ ସମାଜ, ଅନ୍ତର୍ଜାତୀୟ ଦିବ୍ୟଜୀବନ ସଂଘର ଆଜୀବନ ସଦସ୍ୟ, କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ସଭାପତି, ପୁରୀ ଶ୍ରୀଗୋପଜୀ ବିଦ୍ୟା ନିକେତନର କାଯ୍ୟକାରୀ ସଭାପତି, ଯୁଗଯାତ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା,ନୀଳାଚଳ ନାରାୟଣ ବିଦ୍ୟା ନିକେତନ ସମେତ ଅନେକ ଶିକ୍ଷାନୁଷ୍ଠାନ, ଧାର୍ମିକ ଓ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ।
ସମ୍ମାନ ଓ ପୁରସ୍କାର: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ, ୨୦୧୮ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ବର୍ନ୍ଧିତ, ସନ୍ଥ ଅରକ୍ଷିତ ଦାସ ସମ୍ମାନ, ଲକ୍ଷ୍ମୀନାରାୟଣ ସତ୍ସଂଘ ସମ୍ମାନ, ଚିଲିକା ଲୋକକଳା ଉତ୍ସବ-୨୦୦୬ ସମ୍ମାନ, ଉତ୍କଳ ସାହିତ୍ୟ ସମାଜରୁ ବରିଷ୍ଠ ସାହିତି୍ୟକ ସମ୍ମାନ, ଶ୍ରୀଗୁଣ୍ଡିଚା ଆଧାତ୍ମିକ ଟ୍ରଷ୍ଟରୁ ସମ୍ମାନିତ, ଶ୍ରୀଜଗନ୍ନାଥ ମହାତ୍ମ୍ୟ ପ୍ରଚାରକ ପାଇଁ ଗଜପତି ଶ୍ରୀଶ୍ରୀ ଦିବ୍ୟସିଂହ ଦେବଙ୍କଠାରୁ ସମ୍ମାନ ପତ୍ର ପ୍ରାପ୍ତ, ଆକାଶବାଣୀ କଟକ କେନ୍ଦ୍ରର ଶ୍ରେଷ୍ଠବ୍ୟକ୍ତିତ୍ୱ ଆଦି ବହୁ ସମ୍ମାନ,ସ୍ବୀକୃତି ଓ ପୁରସ୍କାର ମିଳିଛି। ଆଚାଯର୍ୟ ହରିହର, ରାମଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସତ୍ୟବାଦୀ ମିଶ୍ର, ପଣ୍ଡିତ ସଦାଶିବ ରଥଶର୍ମା, ଜଷ୍ଟିସ ରଙ୍ଗନାଥ ମିଶ୍ର, ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ରାଧାନାଥ ରଥ, ପ୍ରଫେସର ହୃଦାନନ୍ଦ ରାୟ, ପି.ଭି.କୃଷ୍ଣମୂର୍ତ୍ତି , ପଠାଣି ପଟ୍ଟନାୟକ ପ୍ରମୁଖଙ୍କୁ ଗୁରୁଭାବେ ସମ୍ମାନ ଦିଏ। ପିଲାଦିନେ ଗାଁ ନିକଟ ଆମ୍ବତୋଟା, ନଟାବଣ, ଚିଲିକାକୂଳରେ ବିତାଇଥିବା ସମୟକୁ ଓ ବାଘଛାଲମୁଣ୍ଡିଆରେ ଲେଖିଥିବା ନାଁକୁ ଭୁଲିପାରେ ନାହିଁ। ମୋର ଦୁଇ ଝିଅ ଓ ଗୋଟିଏ ପୁଅ ରାଜ୍ୟ ବାହାରେ ଚାକିରିରେ ରହୁଥିବା ବେଳେ ଏବେ ଘରେ ପତ୍ନୀ ହେମଲତାଙ୍କ ସହିତ ରହୁଛି। ଏକ ମାସିକ ଆଧାତ୍ମିକ ପତ୍ରିକା‘ଦିବ୍ୟସନ୍ଦେଶ’ର ମୁଖ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛି।
-ବନବିହାରୀ ବେହେରା
ବାପାଙ୍କୁ ଚିଠି…
ଗୋଟେ ଦମ୍ଭର ନାଁ, ଗୋଟେ ଅହଙ୍କାରର ନାଁ, ଗୋଟେ ଆଶ୍ରାର ନାଁ, ଗୋଟେ ନିରୀହ ଭଲପାଇବାର ନାଁ ବାପା। ହେଲେ କୌଣସି ସନ୍ତାନ କ’ଣ ସତରେ...
ଦାନ୍ତରେ ସିଲିଣ୍ଡର ଉଠାଇ ଚର୍ଚ୍ଚାରେ ଶାଢି ପିନ୍ଧା ମହିଳା
ଆଜିକାଲି ସୋସିଆଲ ମିଡିଆରେ ଜଣେ ନାଲି ଶାଢି ପିନ୍ଦା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦାନ୍ତରେ ଏଲ୍ପିଜି ସିଲିଣ୍ଡର ଉଠାଉଥିବା...
କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍ ମିଡ଼ିଆରେ ଭାଇରାଲ…
ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ଡାଉନ୍ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍ଙ୍କ ଆର୍ଥିକ ଅବସ୍ଥା...
୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …
କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...
ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା
ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...
ଏହି ପ୍ରାଚୀନ ଦୁର୍ଗରେ ହଠାତ୍ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ
ମଧ୍ୟପ୍ରଦେଶର ରାୟସେନର ପ୍ରାଚୀନ ଦୁର୍ଗରେ ଓଁ କାର ଆକୃତିର ଅଦ୍ଭୁତ ପ୍ରତିବିମ୍ବ ଦେଖିବାକୁ ମିଳିଛି। ରାୟସେନର ଉଚ୍ଚା ପାହାଡ଼ରେ ଥିବା ଏହି ପ୍ରାଚୀନ ଦୁର୍ଗରେ କିଛିଦିନ...
ସ୍କେଟିଂରେ ସଚେତନତା
ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧...
ଆଜି ଓ୍ବାଲର୍ଡ ମ୍ୟୁଜିକ୍ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ
ପ୍ରତି ବର୍ଷ ଜୁନ୍ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍ଡ ମ୍ୟୁଜିକ୍ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ...


