କୋଭିଡ୍-୧୯ର ମୁକାବିଲା ପାଇଁ ସାରା ପୃଥିବୀରେ ଚାଲିଛି ଟିକାକରଣ ବା
ଭ୍ୟାକ୍ସିନେସନ। ଭୟ ଓ ଆତଙ୍କ ମଧ୍ୟରେ ଜିଉଥିବା ମଣିଷଙ୍କ ପାଇଁ ଏହା ହିଁ ଜିଇବାର ଏକମାତ୍ର ଭରସା। ତେବେ ଲୋକଙ୍କ ମନରୁ ଭୟ ଦୂର କରିବା ତଥା ସକାରାତ୍ମକ ଭାବ ସୃଷ୍ଟି କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି କିଛି ସ୍ଥଳକୁ ଭ୍ୟାକ୍ସିନେସନ ସେଣ୍ଟର
କରାଯାଇଛି; ଯାହାକି ବେଶ୍ ଅଜବ…
କ୍ରାଇଷ୍ଟ ଦ ରିଡିମର୍ : ବ୍ରାଜିଲ୍ରେ ଭ୍ୟାକ୍ସିନେସନ ପ୍ରତି ଅଧିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରିଓ ଡି ଜେନିରୋସ୍ଥିତ ଲୋକପ୍ରିୟ ସ୍ମାରକ କ୍ରାଇଷ୍ଟ: ଦ ରିଡିମର୍(ଯିଶୁ ଖ୍ରୀଷ୍ଟଙ୍କ ପ୍ରତିମା) କୁ ଭାକ୍ସିନେସନ ସେଣ୍ଟର ଭାବେ ବଛାଯାଇଛି। ଲୋକେ ଏହି ବିଶାଳ ପ୍ରତିମା ତଳେ ଭାକ୍ସିନ ନେଉଛନ୍ତି। ଆଉ ପ୍ରଭୁ ଯିଶୁଙ୍କ ନିକଟରେ ଭ୍ୟାକ୍ସିନ୍ ନେବାକୁ ସୌଭାଗ୍ୟ ମନେ କରିବା ସହ ନିଜକୁ ସୁରକ୍ଷିତ ବୋଲି ମଧ୍ୟ ମନେକରୁଛନ୍ତି।
ଡିଜ୍ନୀଲାଣ୍ଡ: ଡିଜ୍ନୀଲାଣ୍ଡ ସବୁ ପିଲାଙ୍କର ଅତି ପ୍ରିୟ ସ୍ଥାନ। ଏଠାକୁ ଯିବା ଅନେକଙ୍କ ଜୀବନର ଏକ ସ୍ବପ୍ନ ବି। ହେଲେ କୋଭିଡ୍ ଲାଗି ଶୂନ୍ଶାନ୍ ହୋଇଯାଇଥିବା ଫ୍ରାନ୍ସର ପ୍ୟାରିସ୍ରେ ଥିବା ଡିଜ୍ନୀଲାଣ୍ଡକୁ କୋଭିଡ୍-୧୯ ଭ୍ୟାକ୍ସିନେସନ ସେଣ୍ଟରରେ ରୁପାନ୍ତରିତ କରି ଦିଆଯାଇଛି। ସପ୍ତାହାନ୍ତ ବା ଓ୍ବିକେଣ୍ଡରେ ଏଠାରେ ଲୋକଙ୍କୁ ଭାକ୍ସିନ ଦିଆଯାଉଛି।
ଡ୍ରାକୁଲା କ୍ୟାସେଲ୍: ଟ୍ରାନ୍ସିଲଭାନିଆର ବ୍ରାନ୍ କ୍ୟାସେଲ୍, ଯାହା କି ଡ୍ରାକୁଲା କ୍ୟାସେଲ୍ଭାବେ ବହୁଳ ପରିଚିତ, ତାକୁ ମଧ୍ୟ ଭ୍ୟାକ୍ସିନେସନ ସେଣ୍ଟର କରାଯାଇଛି। ଭାବୁଥିବେ ଡ୍ରାକୁଲା ବୋଧେ ଭ୍ୟାକ୍ସିନ୍ର ଲୋଭ ଦେଖାଇ ନିଜ ଜାଲରେ ଫସାଇବାକୁ ଚାହୁଁଛି। କିନ୍ତୁ ସେମିତି କିଛି ନୁହେଁ, ଲୋକମାନେ ଏଠାରେ ସୁରକ୍ଷିତ ଭାବେ ଭ୍ୟାକ୍ସିନ ନେଇ ଘରକୁ ଫେରୁଛନ୍ତି।
ନ୍ୟୁୟର୍କ ମ୍ୟୁଜିୟମ୍: ଏପ୍ରିଲ ମାସରେ ନ୍ୟୁୟର୍କର ଆମେରିକାନ୍ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରୀରେ କୋଭିଡ୍-୧୯ର ଟିକାକରଣ ଆରମ୍ଭ ହୋଇଛି। ଏହି ଅଭିଯାନ ସମୟରେ ଲୋକମାନେ ସଂଗ୍ରହାଳୟରେ ନିର୍ମିତ ୯୪ ଫୁଟ୍ର ବିଶାଳ ବ୍ଲୁ ହ୍ବେଲ୍ ମଡେଲ ତଳେ ଭାକ୍ସିନ ନେଇଥିଲେ। ତେବେ ମଜାର କଥା ସେହି ବ୍ଲୁ ହ୍ବେଲ୍ ମଡେଲକୁ ବି ବ୍ୟାଣ୍ଡେଡ୍ ଲଗାଯାଇଥିଲା। ଯେମିତି କି ହ୍ବେଲ୍ଟି ଟିକାକରଣର ପ୍ରତୀକ ଭଳି ଲାଗିବ।
ଏପ୍ସମ୍ ଡାଉନ୍ସ ରେସ୍ କୋର୍ସ: ଦକ୍ଷିଣ ଇଂଲଣ୍ଡରେ ପ୍ରସିଦ୍ଧ ‘ଏପ୍ସମ୍ ଡାଉନ୍ସ ରେସ୍କୋର୍ସ’, ‘ଦ ଡର୍ବି’ ସମର୍ ହର୍ସ ରେସିଂ ବା ଘୋଡା ଦୌଡ ଇଭେଣ୍ଟ ଆୟୋଜନ କରିଥାଏ। ଏହାର ମଜା ଉଠାଇବାକୁ ଉକ୍ତ ରେସ୍କୋର୍ସରେ ଲୋକଙ୍କର ପ୍ରବଳ ଗହଳି ହୋଇଥାଏ। ତେବେ କୋଭିଡ ପାଇଁ ଶୂନ୍ଶାନ୍ ହୋଇଯାଇଥିବା ଏହି ସ୍ଥାନକୁ ବି ବ୍ରିଟେନ୍ରେ ଅସ୍ଥାୟୀ ଟିକାକରଣ ଭାବେ ପରିଣତ କରାଯାଇଛି।
ଓ୍ବାଟର ପାର୍କ: ଦିନେ ଏହି ଓ୍ବାଟରପାର୍କରେ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଖୁବ୍ ମସ୍ତି କରୁଥିଲେ। କିନ୍ତୁ ମହାମାରୀ ଲାଗି ସେଠି ଏବେ ଦେଖିବାକୁ ମିଳୁନି ମଜାମସ୍ତିର ଦୃଶ୍ୟ। ତାହା ଏବେ ପାଲଟିଛି ଭ୍ୟାକ୍ସିନେସନ ସେଣ୍ଟର। ଏହି ସ୍ଥାନଟି ହେଉଛି ସ୍କଟଲାଣ୍ଡର ଟାଇମ୍ କ୍ୟାପ୍ସୁଲ ଓ୍ବାଟରପାର୍କ।
ଆଇସ୍ ରିଙ୍କ: ଆଇସ୍ ସ୍କେଟିଂ ପାଇଁ ତିଆରି ହୋଇଥିବା ଆଇସ୍ ରିଙ୍କ ବି ଭ୍ୟାକ୍ସିନେସନ୍ ସେଣ୍ଟର ଭାବେ ବ୍ୟବହାର ହେଉଛି। ବର୍ଲିନ୍ର ଏରିକା ହେସ୍ ଆଇସ୍ ଷ୍ଟାଡିୟମ ହେଉଛି ଜର୍ମାନୀ କ୍ୟାପିଟାଲ ବର୍ଲିିନ୍ର ପ୍ରଥମ ଭ୍ୟାକ୍ସିନେସନ୍ ସେଣ୍ଟର।
ବେସ୍ବଲ୍ ପାର୍କ: କୋଭିଡ୍ ପାଇଁ ସବୁ ପ୍ରକାରର କ୍ରୀଡା ପ୍ରତିଯୋଗିତା ବନ୍ଦ। ନ୍ୟୁୟର୍କର ସିଟି ଫିଲ୍ଡ ବେସ୍ବଲ୍ ପାର୍କରେ ବି ଆଉ ବେସ୍ ବଲ୍ ଖେଳର ଆୟୋଜନ ହେଉନି। ତେଣୁ ଏହାକୁ ଏବେ ଭ୍ୟାକ୍ସିନେସନ ସେଣ୍ଟର କରାଯାଇଛି।
କ୍ୟାଥେଡ୍ରାଲ୍ରେ ଭ୍ୟାକ୍ସିନ୍: ଇଂଲଣ୍ଡ, ସାଲିସ୍ବରିରେ ଥିବା ୮୦୦ ବର୍ଷ ପୁରାତନ ସାଲିସ୍ବରି କ୍ୟାଥେଡ୍ରାଲ ଏକ ପବିତ୍ର ସ୍ଥଳ। ଭର୍ଜିନ ମେରୀ ପୂଜା ପାଉଥିବା ଏହି କ୍ୟାଥେଡ୍ରାଲ୍ର ଶାନ୍ତ ପରିବେଶ ମଧ୍ୟରେ ଏବେ ଚାଲିଛି ଭ୍ୟାକ୍ସିନେସନ।
ନଦୀରେ ଭାକ୍ସିନେସନ ସେବା: ନିକଟରେ ଶ୍ରୀନଗରର ଡାଲ୍ ହ୍ରଦ କୂଳରେ ଡଙ୍ଗା ଚଳାଉଥିବା ଶିକାରାଓ୍ବାଲାଙ୍କୁ ହ୍ରଦ କୂଳରେ ଡଙ୍ଗା ଉପରେ ବସାଇ ଭ୍ୟାକ୍ସିନ ଦିଆଯାଉଥିଲା। ସେହିଭଳି ବ୍ରାଜିଲ୍ର ସୋଲିମସ୍ ନଦୀରେ ଜଳସ୍ତର ବଢିବା ଯୋଗୁ ଆମାଜନ୍ ନଦୀରେ ବନ୍ୟା ଆସିଥିଲା। ସେତେବେଳେ ଲୋକଙ୍କୁ ଆମାଜନ ନଦୀରେ ଡଙ୍ଗା ଉପରେ ଭ୍ୟାକ୍ସିନ ଦିଆଯାଇଥିଲା।
ଭ୍ୟାକ୍ସି ବସ୍: ପୂର୍ବ ଫ୍ରାନ୍ସରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଅସୁବିଧାକୁ ଧ୍ୟାନରେ ରଖି ‘ଭ୍ୟାକ୍ସି ବସ୍’ର ସୁବିଧା ପ୍ରଦାନ କରାଯାଉଛି। ଏହି ସୁବିଧା ସେହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ, ଯେଉଁମାନେ କି ଭ୍ୟାକ୍ସିନେସନ ସେଣ୍ଟର ପର୍ଯ୍ୟନ୍ତ ଯିବାକୁ ସମର୍ଥ ନୁହନ୍ତି।
ପାଦୁକ ପାଣି ପିଇଲେ ଭଲ ହେଉଛି କରୋନା: ଭିଡ଼ିଓ ଭାଇରାଲ…
ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ...
ଶେଷରେ କ୍ଷମା ମାଗିଲା ଗୁଗଲ୍, ଜାଣନ୍ତୁ କାହିଁକି
ଗୁଗଲ୍ରେ ସର୍ଚ୍ଚ କରିବା ବେଳେ ‘ଭାରତରେ ସବୁଠାରୁ ଖରାପ ଭାଷା କ’ଣ? ଏହାର ଉତ୍ତରରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ରେ ଉତ୍ତର ଥିଲା ‘କନ୍ନଡ’। ଏହି କଥା...
୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…
ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଛି।...
ଅମରପ୍ରେମରୁ କାବେରୀ
ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...
ଅଦା ଖାଇ ମାଙ୍କଡ଼ ହେଉଛି ଏପରି, ମୁହଁକୁ ଦେଖିଲେ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...
ବିଶାଳ ସମୁଦ୍ର ଉପରେ ଗାଁ: ୧୩୦୦ ବର୍ଷରୁ ସେଭଳି ଅଛି; ଉତ୍ପତି ଇତିହାସ କିଛି…
ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ...
ବସ୍-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…
ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...
ବାପାଙ୍କ ମୃତ୍ୟୁ ପରେ କାହିଁକି ଖେଳ ଛାଡ଼ି ଦେଇଥିଲେ ନମ୍ବର ଓ୍ବାନ୍ ଫାଇଟର
ମିକ୍ସଡ୍ ମାର୍ସାଲ ଆଟର୍ସ(ଏମ୍ଏମ୍ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ...


