ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍ ପୃଥିବୀ ଉପରେ ଟେଲିସ୍କୋପ୍ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖୁବ୍ଶୀଘ୍ର ଏହି ରିପୋର୍ଟକୁ ପ୍ରକାଶ କରାଯିବ। ପୃଥିବୀର ବିଭିନ୍ନ ରେଡ଼ିଓ ସିଗନାଲ୍ ସହିତ ଏଲିଅନ୍ ସଂଯୋଗ ସ୍ଥାପନ କରିବାକୁ ସକ୍ଷମ। ଏଲିଅନ୍ ରହୁଥିବା ୨୯ଟି ସମ୍ଭାବ୍ୟ ସ୍ଥାନ ସମ୍ପର୍କରେ ଏହି ରିପୋର୍ଟରେ ଦର୍ଶାଯାଇଛି। ଗବେଷକ ଆକାଶ ଗଙ୍ଗାର ଏକ ନକ୍ସ୍ା ପ୍ରସ୍ତୁତ କରି ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଦର୍ଶାଇଛନ୍ତି। ପୃଥିବୀଠାରୁ ୩୨୬ ଆଲୋକ ବର୍ଷ ଦୂରରେ ୨୦୩୪ ନକ୍ଷତ୍ର ରହିଛନ୍ତି। କେତେକ ନକ୍ଷତ୍ରରେ ପୃଥିବୀର ରେଡ଼ିଓ ସିଗନାଲ୍ ପହଞ୍ଚୁଥିବା ନେଇ ଗବେଷକ ଦାବି କରିଛନ୍ତି। ୧୬୪୨ ମସିହାଠାରୁ ଏଲିଅନ୍ ପୃଥିବୀ ଉପରେ କଡ଼ା ନଜର ରଖିଥିବା ନ୍ୟୁୟର୍କର କର୍ନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଲିଜା କାଲ୍ଟେନେଗର କହିଛନ୍ତି। ପୃଥିବୀର ରେଡ଼ିଓ ସିଗନାଲ୍କୁ ୭୫ରୁ ଅଧିକ ନକ୍ଷତ୍ର ସହଜରେ ଉପଲବ୍ଧ କରୁଛନ୍ତି। ଏହି ରେଡ଼ିଓ ସିଗନାଲକୁ ଶହେ ବର୍ଷ ତଳେ ଆରମ୍ଭ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ View All
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...
ପ୍ରାଣୀଟିଏ ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଯୁବକ,ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍ଟାଲି
ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି...
ମିଳିଲା ତୃତୀୟ ବୃହତ୍ ହୀରା
ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍ର ଏହି ହୀରା...
କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ
କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ...
ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ
ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍ ଲିଲି...
ଏହି ପ୍ରାଚୀନ ଦୁର୍ଗରେ ହଠାତ୍ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ
ମଧ୍ୟପ୍ରଦେଶର ରାୟସେନର ପ୍ରାଚୀନ ଦୁର୍ଗରେ ଓଁ କାର ଆକୃତିର ଅଦ୍ଭୁତ ପ୍ରତିବିମ୍ବ ଦେଖିବାକୁ ମିଳିଛି। ରାୟସେନର ଉଚ୍ଚା ପାହାଡ଼ରେ ଥିବା ଏହି ପ୍ରାଚୀନ ଦୁର୍ଗରେ କିଛିଦିନ...
ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍…
ଓ୍ବିଣ୍ଡ୍ହୋକ୍,୧୦।୬: ପୃଥିବୀର ବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍(ଧୂସର ତିମି)। ଇତିମଧ୍ୟରେ ତିମିଟି...


