E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ
11:04 amJune 14, 2021

ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ ରବିବାର ଉତ୍ତରପ୍ରଦେଶର ଦୁଇଟି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଗତ ମାର୍ଚ୍ଚରେ ଏହି ଜମି କାରବାର ହୋଇଥିଲା। ଜଣେ ବ୍ୟକ୍ତିଙ୍କଠାରୁ ଦୁଇଜଣ ରିଅଲ ଇଷ୍ଟେଟ୍‌ ଡିଲର ୨ କୋଟି ଟଙ୍କାରେ ସମ୍ପତ୍ତି କିଣି ମାତ୍ର କେତେ ମିନିଟ ପରେ ଏହାକୁ ୧୮.୫ କୋଟି ଟଙ୍କାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ବିକ୍ରି କରିଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି। ୟୁପିର ପୂର୍ବତନ ମନ୍ତ୍ରୀ ତଥା ଏସ୍‌ପି ନେତା ପଓ୍ବନ ପାଣ୍ଡେ ରବିବାର ଅଯୋଧ୍ୟାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ସ୍ଥାନୀୟ ଭାଜପା ନେତା ଓ କେତେଜଣ ଟ୍ରଷ୍ଟ ସଦସ୍ୟ ଏହି ଜମି ଜାଲିଆତିରେ ସମ୍ପୃକ୍ତ ଅଛନ୍ତି। ଏହି ଅବସରରେ ପଓ୍ବନ ଉକ୍ତ ଜାଲ୍‌ ଜମି କାରବାରର ଦସ୍ତାବିଜ୍‌ ଦେଖାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଦସ୍ତାବିଜ୍‌ ଅପୁଯାୟୀ ରାମ ଜନ୍ମଭୂମି ସ୍ଥଳକୁ ଲାଗି ରହିଥିବା ଏକ ଜମିକୁ ପ୍ରକୃତ ମୂଲ୍ୟଠାରୁ ବହୁଗୁଣ ଅଧିକ ଦାମ୍‌ରେ ବିକ୍ରି କରାଯାଇଛି। ଏଥିରେ ସେ ଉଭୟ କାରବାରର ଷ୍ଟାମ୍ପ୍‌ ଡ୍ୟୁଟି ପେପର ଦେଖାଇଛନ୍ତି। ଦୁଇଟି ଯାକ କାରବାରରେ ଅଯୋଧ୍ୟା ମେୟର ଏବଂ ଟ୍ରଷ୍ଟର ଜଣେ ସ୍ଥାନୀୟ ସଦସ୍ୟ ସାକ୍ଷୀ ରହିଛନ୍ତି। ଯେଉଁ ଭଗବାନ ରାମଙ୍କ ନାମରେ ଆଦର୍ଶ ରାମରାଜ୍ୟ ଗଠନ କରିବା କଥା କୁହାଯାଉଛି, ତାଙ୍କ ମନ୍ଦିର ନିର୍ମାଣ ବେଳେ ଏଭଳି ବେଆଇନ କାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଛନ୍ତି। ସେହିପରି ଏଏପିର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ କହିଛନ୍ତି, ୫ ମିନିଟରେ ଜମି ୧୬.୫ କୋଟି ଟଙ୍କା ମହଙ୍ଗା ହୋଇଯିବା ବିଶ୍ୱ ରେକର୍ଡ। ରବି ମୋହନ ତିଓ୍ବାରି ଓ ସୁଲ୍‌ତାନ ଅନ୍‌ସାରୀଙ୍କଠାରୁ ୧୮.୫ କୋଟି ଟଙ୍କାରେ ୨ କୋଟିର ଜମିକୁ କିଣାଯାଇଛି। ପ୍ରତି ସେକେଣ୍ଡରେ ଏହି ଜମିର ମୂଲ୍ୟ ପ୍ରାୟ ୫.୫ ଲକ୍ଷ ଟଙ୍କା ବଢ଼ାଇ ଦିଆଯାଇଛି। କେବଳ ଭାରତ ନୁହେଁ, ସାରା ବିଶ୍ୱର କୌଣସି ସ୍ଥାନରେ ଏତେ କମ୍‌ ସମୟରେ ଜମି ମୂଲ୍ୟ ଏଭଳି ବଢ଼ିବା କେବେ ଦେଖିବାକୁ ମିଳିନାହିଁ। ତେବେ ବିରୋଧୀଙ୍କ ଏହି ଅଭିଯୋଗକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ପୂର୍ବରୁ ଆମ ଉପରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଅଭିଯୋଗ ମଧ୍ୟ ଅଣାଯାଇଥିଲା। ଏଭଳି ଆରୋପକୁ ନେଇ ଆମେ ଆଦୌ ଚିନ୍ତିତ ନୋହୁଁ।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

୧୦ ହଜାରରୁ ଅଧିକ ଘର ଉପରେ ଚାଲିବ ବୁଲ୍‌ଡୋଜର: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ଚଣ୍ଡିଗଡ଼,୧୭।୬: ହରିୟାଣାର ଫରିଦାବାଦ୍‌ ଏବଂ ଆରାବଳୀ ଜଙ୍ଗଲ ଅଞ୍ଚଳରେ ଥିବା ୧୦ ହଜାରରୁ ଅଧିକ ଘର ଉପରେ ବୁଲ୍‌ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ରୋକ...

ଜେଏନ୍‌ୟୁରେ ଛାତ୍ର-କର୍ମଚାରୀ ସଂଘର୍ଷ

ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ...

୩ ହଜାର ଜୁନିଅର ଡାକ୍ତର ଦେଲେ ଇସ୍ତଫା

ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ...

ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ: ମୁହଁ ଖୋଲିଲେ ଅଡିଟ୍‌ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୬।୬: କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍‌ ହେବ ନାହିଁ। ଏଭଳି ମନ୍ତବ୍ୟ...

କରୋନା ଆକ୍ରାନ୍ତ ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି: ରେମଡେସିଭିର ବ୍ୟବହାର ମନା…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା...

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

କରୋନା କବଳରେ ଏବେ ପ୍ରାଣୀ: ୪ସିଂହ ଭିତରେ ଡେଲ୍‌ଟା ଭାରିଆଣ୍ଟ

ଚେନ୍ନାଇ,୧୯।୬: ମହାମାରୀ କରୋନା କବଳରୁ କେହି ବର୍ତ୍ତିପାରି ନାହାନ୍ତି। ମନୁଷ୍ୟ ପରେ ଏବେ ଜୀବଜନ୍ତୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଇତିମଧ୍ୟରେ ତାମିଲନାଡ଼ୁର ଭଣ୍ଡାଲୁର ସ୍ଥିତ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ
Next Post Next post:
ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts