ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ ରବିବାର ଉତ୍ତରପ୍ରଦେଶର ଦୁଇଟି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଗତ ମାର୍ଚ୍ଚରେ ଏହି ଜମି କାରବାର ହୋଇଥିଲା। ଜଣେ ବ୍ୟକ୍ତିଙ୍କଠାରୁ ଦୁଇଜଣ ରିଅଲ ଇଷ୍ଟେଟ୍ ଡିଲର ୨ କୋଟି ଟଙ୍କାରେ ସମ୍ପତ୍ତି କିଣି ମାତ୍ର କେତେ ମିନିଟ ପରେ ଏହାକୁ ୧୮.୫ କୋଟି ଟଙ୍କାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ବିକ୍ରି କରିଥିବା ସମାଜବାଦୀ ପାର୍ଟି (ଏସ୍ପି) ଏବଂ ଆମ୍ ଆଦ୍ମୀ ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି। ୟୁପିର ପୂର୍ବତନ ମନ୍ତ୍ରୀ ତଥା ଏସ୍ପି ନେତା ପଓ୍ବନ ପାଣ୍ଡେ ରବିବାର ଅଯୋଧ୍ୟାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ସ୍ଥାନୀୟ ଭାଜପା ନେତା ଓ କେତେଜଣ ଟ୍ରଷ୍ଟ ସଦସ୍ୟ ଏହି ଜମି ଜାଲିଆତିରେ ସମ୍ପୃକ୍ତ ଅଛନ୍ତି। ଏହି ଅବସରରେ ପଓ୍ବନ ଉକ୍ତ ଜାଲ୍ ଜମି କାରବାରର ଦସ୍ତାବିଜ୍ ଦେଖାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଦସ୍ତାବିଜ୍ ଅପୁଯାୟୀ ରାମ ଜନ୍ମଭୂମି ସ୍ଥଳକୁ ଲାଗି ରହିଥିବା ଏକ ଜମିକୁ ପ୍ରକୃତ ମୂଲ୍ୟଠାରୁ ବହୁଗୁଣ ଅଧିକ ଦାମ୍ରେ ବିକ୍ରି କରାଯାଇଛି। ଏଥିରେ ସେ ଉଭୟ କାରବାରର ଷ୍ଟାମ୍ପ୍ ଡ୍ୟୁଟି ପେପର ଦେଖାଇଛନ୍ତି। ଦୁଇଟି ଯାକ କାରବାରରେ ଅଯୋଧ୍ୟା ମେୟର ଏବଂ ଟ୍ରଷ୍ଟର ଜଣେ ସ୍ଥାନୀୟ ସଦସ୍ୟ ସାକ୍ଷୀ ରହିଛନ୍ତି। ଯେଉଁ ଭଗବାନ ରାମଙ୍କ ନାମରେ ଆଦର୍ଶ ରାମରାଜ୍ୟ ଗଠନ କରିବା କଥା କୁହାଯାଉଛି, ତାଙ୍କ ମନ୍ଦିର ନିର୍ମାଣ ବେଳେ ଏଭଳି ବେଆଇନ କାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଛନ୍ତି। ସେହିପରି ଏଏପିର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ କହିଛନ୍ତି, ୫ ମିନିଟରେ ଜମି ୧୬.୫ କୋଟି ଟଙ୍କା ମହଙ୍ଗା ହୋଇଯିବା ବିଶ୍ୱ ରେକର୍ଡ। ରବି ମୋହନ ତିଓ୍ବାରି ଓ ସୁଲ୍ତାନ ଅନ୍ସାରୀଙ୍କଠାରୁ ୧୮.୫ କୋଟି ଟଙ୍କାରେ ୨ କୋଟିର ଜମିକୁ କିଣାଯାଇଛି। ପ୍ରତି ସେକେଣ୍ଡରେ ଏହି ଜମିର ମୂଲ୍ୟ ପ୍ରାୟ ୫.୫ ଲକ୍ଷ ଟଙ୍କା ବଢ଼ାଇ ଦିଆଯାଇଛି। କେବଳ ଭାରତ ନୁହେଁ, ସାରା ବିଶ୍ୱର କୌଣସି ସ୍ଥାନରେ ଏତେ କମ୍ ସମୟରେ ଜମି ମୂଲ୍ୟ ଏଭଳି ବଢ଼ିବା କେବେ ଦେଖିବାକୁ ମିଳିନାହିଁ। ତେବେ ବିରୋଧୀଙ୍କ ଏହି ଅଭିଯୋଗକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ପୂର୍ବରୁ ଆମ ଉପରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଅଭିଯୋଗ ମଧ୍ୟ ଅଣାଯାଇଥିଲା। ଏଭଳି ଆରୋପକୁ ନେଇ ଆମେ ଆଦୌ ଚିନ୍ତିତ ନୋହୁଁ।
ଭାକ୍ସିନ୍ ନେଲେ ମିଳୁଛି ଫ୍ରିଜ୍ ସହିତ ଅନ୍ୟ ଦାମିକା ଉପହାର…
ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ...
ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ...
ନୂଆ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର: ଭିଟାମିନ୍ ଟ୍ୟାବଲେଟ୍-ଷ୍ଟିମ୍ ନେବାକୁ ମନା …
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି।...
କୃଷକଙ୍କ ସହ ଛିଡ଼ା ହେବ ଟିଏମ୍ସି
କୋଲକାତା,୯।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବୁଧବାର ଭେଟିଛନ୍ତି ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାଏତ। ବୈଠକରେ ୩ ବିବାଦୀୟ କୃଷି...
ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା
ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...
୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…
ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...
ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ: ଦିଲ୍ଲୀ ହାଇକୋର୍ଟ…
ନୂଆଦିଲ୍ଲୀ,୧୫।୬: ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଦର୍ଶନ କରିବାକୁ ଆତଙ୍କବାଦ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ ଦିଲ୍ଲୀ...
ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା
ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...


