ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ବୈଠକରେ ଉପସ୍ଥିତ ହରେକୃଷ୍ଣ ବାରିକ, ସନ୍ତୋଷ ବାରିକ, ବୁଲୁ ବାରିକ, ଗୋବର୍ଦ୍ଧନ ପଶାଏତ, ଅମିତ ପଶାଏତ, ସୁମିତ ପଶାଏତ, ଅବିନାଶ ପଶାଏତ, ଅନିଲ ପଶାଏତ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କରୋନା ମହାମାରୀ ଯୋଗୁ ଅନେକ ସମୟରେ ଲକ୍ଡାଉନ, ଶଟଡାଉନ ହେବାରୁ ଅର୍ଥ ଉପାର୍ଜନ ବନ୍ଦ ହୋଇଯାଇଛି। ଆର୍ଥିକ ଅନାଟନ ମଧ୍ୟରେ ପରିବାର ପ୍ରତିପୋଷଣ କଷ୍ଟକର ହେଉଛି। ଧାର, କରଜ ବଢ଼ି ଚାଲିଛି । ସ୍ଥିତି ଜଟିଳ ହେବା ପୂର୍ବରୁ ସେଲୁନ ଖୋଲିବାକୁ ଦେଲେ ପିଲାଛୁଆଙ୍କ ମୁହଁରେ ଆହାର ଦେଇପାରିବୁ ବୋଲି ବୈଠକରେ ଉପସ୍ଥିତ ସେଲୁନ ଦୋକାନୀମାନେ କହିଛନ୍ତି । ପ୍ରଶାସନ ଏହା ଉପରେ ବିଚାର କରିବାକୁ ଦାବି ହେଉଛି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.