ଅନ୍ଲାଇନ୍ରେ ଅର୍ଡର ନ କରିବି କିଛି ପହଞ୍ଚିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଭଳି କିଛି ଘଟିଛି ଆମେରିକାର ଜିଲିୟାନ୍ କନ୍ନନ୍ଙ୍କ କ୍ଷେତ୍ରରେ। ସେ କିଛି ମଗାଇ ନ ଥିଲେ ହେଁ ଆମାଜନ୍ରୁ ଗୋଟିଏ ପରେ ଗୋଟିଏ ହୋଇ ୧୫୦ ପ୍ୟାକେଟ ଆସି ତାଙ୍କ ଘରେ ପହଞ୍ଚିଥିଲା। ଷ୍ଟୁଡିଓ ପାଇଁ ତାଙ୍କ ବ୍ୟବସାୟ ସାଥୀ କିଛି ମଗାଇ ଥାଇପାରନ୍ତି ବୋଲି ସେ ପ୍ରଥମେ ଭାବିଥିଲେ। ହେଲେ ପ୍ୟାକେଟ ଖୋଲିବା ପରେ ସେଥିରେ ମାସ୍କ ବ୍ରାକେଟ୍ ଥିବା ସେ ଦେଖିଥିଲେ।
ପ୍ୟାକେଟ ଯାଞ୍ଚ ପରେ ଜିଲିୟାନ୍ କିମ୍ବା ତାଙ୍କର କୌଣସି ସହଯୋଗୀ ଅନ୍ଲାଇନ୍ ଅର୍ଡର ଦେଇ ନ ଥିବା ଜାଣିଥିଲେ। ପରେ ସେ ପ୍ୟାକେଟରେ ତାଙ୍କର ଠିକଣା ଥିବା ବେଳେ ନାମ ନ ଥିବା ଦେଖିଥିଲେ। ପ୍ରଥମେ ସେ ଭୁଲ୍ରେ ପ୍ୟାକେଟଗୁଡ଼ିକ ତାଙ୍କୁ ମିଳିଥିବା ସେ ଭାବିଥିଲେ। ହେଲେ ପ୍ୟାକେଟ ସଂଖ୍ୟା ଧିରେ ଧିରେ ବଢ଼ିବା ପରେ ସେ ଆମାଜନ ସହ ସମ୍ପର୍କ କରିଥିଲେ। ଭୁଲ ସମାଧାନ ହେବା ପୂର୍ବରୁ ତାଙ୍କୁ ୧୫୦ରୁ ଅଧିକ ପ୍ୟାକେଟ ମିଳି ସାରିଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ମାସ୍କ ବ୍ରାକେଟ ଥିଲା।
ପରେ କମ୍ପାନୀ ପକ୍ଷରୁ ମାସ୍କ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ମାସ୍କ ବ୍ରାକେଟ ମିଳିବ। ସେ ମଧ୍ୟ ପାଇଥିବା ପ୍ୟାକେଟଗୁଡ଼ିକ ରଖିପାରିବେ ବୋଲି କହିଥିଲେ। ଏହା ଶୁଣି ଜିଲିୟାନ ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଥିବା ଶିଶୁଙ୍କୁ ତାହା ବଣ୍ଟନ କରିବା ପାଇଁ ଏକ ଡାଇ ମାସ୍କ କିଟ୍ ପ୍ରସ୍ତୁତ କରିବାକୁ ଏବଂ ଏଥିରେ ସେ ଶିଶୁ ଆକାରର ବ୍ରାକେଟ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ହୋଇଥିବା ଅସୁବିଧାକୁ ନେଇ ଆମାଜନ ପକ୍ଷରୁ କିଟ୍ ତିଆରି କରିବା ପାଇଁ ଆବଶ୍ୟକ ବାକି ସାମଗ୍ରୀ ଦିଆଯାଇଥିଲା। ଏହାଛଡ଼ା ଜିଲିୟାନ ବୟସ୍କ ଆକାରର ବ୍ରାକେଟ୍ ମଧ୍ୟ ଡାକ୍ତରଖାନାକୁ ଦାନ କରାଯିବ ବୋଲି କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.