ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍ ହୋଟେଲରେ ଏକ ସ୍ବତନ୍ତ୍ର ରୁମ୍ରେ ସେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ଦୋହାଠାରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତ ଏସିଆନ ଚାମ୍ପିୟନ କାତାରଠାରୁ ୦-୧ ଗୋଲରେ ପରାଜିତ ହୋଇଥିଲା। ଉଭୟ ବିଶ୍ୱକପ୍ ଓ ଏସିଆନ କପ୍ ପାଇଁ ମିଳିତ ଭାବେ ଖେଳାଯାଉଥିବା କ୍ୱାଲିଫାୟର୍ସରୁୁ ଏହା ଅନ୍ୟତମ ମ୍ୟାଚ୍ ଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର କୋଭିଡ୍ ଟେଷ୍ଟ ଫଳାଫଳ ବାହାରିଥିଲା। ଚେନ୍ନାଇନ୍ ଏଫ୍ସି ଏହି ୨୩ ବର୍ଷୀୟ ଖେଳାଳିଙ୍କର ଆଉ କିଛିଦିନ ପରେ କରୋନା ଟେଷ୍ଟ ହେବ ବୋଲି ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ଅନିରୁଦ୍ଧ ଭାରତ ପାଇଁ ୨୦ଟି ମ୍ୟାଚ ଖେଳିଛନ୍ତି। ଭାରତ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ ଦୌଡ଼ରୁ ବାଦ୍ ପଡ଼ିସାରିଛି। କିନ୍ତୁ ୨୦୨୩ ଏସିଆନ୍ କପ୍ ଆଶା ରଖିଛି। ଭାରତ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚରୁ ୩ ପଏଣ୍ଟ ଅର୍ଜନ କରିଛି। ଗ୍ରୁପ୍ ଇ’ ଷ୍ଟାଣ୍ଡିଂରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ଙ୍କ ତତ୍ତ୍ୱାବଧାନରେ ଭାରତ ଆଉ ଦୁଇଟି ମ୍ୟାଚ ଖେଳିବ। ଦଳ ଜୁନ୍ ୭ରେ ବାଂଲାଦେଶ ଏବଂ ଜୁନ୍ ୧୫ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।
ଫ୍ରେଞ୍ଚ୍ ଓପନ ଟେନିସ୍: ତୃତୀୟ ରାଉଣ୍ଡରେ ଜେଭେରେଭ, ଇସ୍ନର
ପ୍ୟାରିସ,୩।୬: ଫ୍ରେଞ୍ଚ୍ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍, ୧୫ତମ ସିଡ୍ ଖେଳାଳି ନରଓ୍ବେର...
ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର
ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ।...
ଫ୍ରେଞ୍ଚ୍ ଓପନ୍ ଟେନିସ: ନାଡାଲ, ସିତ୍ସିପାସ, ଜେଭରେଭ ସେମିଫାଇନାଲରେ
ପ୍ୟାରିସ, ୧୦।୬- ସ୍ପେନ୍ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍ର ଷ୍ଟିଫାନୋସ ସିତ୍ସିପାସ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...
୫୩ ବଲ୍ରୁ ବିସ୍ଫୋରକ ଶତକ ହାସଲ କଲେ ଏହି ଟେଷ୍ଟ କ୍ରିକେଟର୍
ୟୁଏଇ,୧୮।୬: ପାକିସ୍ତାନ ସୁପର ଲିଗରେ ଚମତ୍କାର ପ୍ରଦର୍ଶନ କରୁଥିବା ଅଷ୍ଟ୍ରେଲୀୟ କ୍ରିକେଟର ଉସମାନ ଖାୱାଜା ଏକ ଶତକ ହାସଲ କରିଛନ୍ତି। ଇସଲାମାବାଦ ୟୁନାଇଟେଡ ପାଇଁ ଖେଳୁଥିବା...
ଫ୍ରେଞ୍ଚ୍ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ
ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
ରୋନାଲ୍ଡୋଙ୍କ ରେକର୍ଡ: ପର୍ତ୍ତୁଗାଲର ଦମ୍ଦାର ବିଜୟ
ବୁଦାପେଷ୍ଟ,୧୭।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ଏମିତି ଫଟୋ ଛାଡିଲେ ଜାଡେଜା: ପ୍ରଶଂସକ କଲେ ସନ୍ଦେହ
ଲଣ୍ଡନ,୮।୬: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇଂଲଣ୍ଡର ଟିମ ଇଣ୍ଡିଆ ସହିତ ଅଛନ୍ତି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ (ଡବ୍ଲୁଟିସି ଫାଇନାଲ) ପାଇଁ ପ୍ରସ୍ତୁତ...


