ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର ଯାତ୍ରା ସମୟରେ ବିରାଟ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଅଛନ୍ତି। ଭାମିକା ଚଳିତ ବର୍ଷ ଜାନୁୟାରୀ ୧୧ରେ ଜନ୍ମ ହୋଇଥିଲେ। ବିରାଟ ଏବଂ ଅନୁଷ୍କା ଭାରତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । କୋହଲି ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ରେ ଇଟାଲୀର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ କରିଥିଲେ। ପରେ ଏହି ବିବାହର ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏପରି ଏକ ଭିଡିଓରେ କୋହଲି ଅନୁଷ୍କାଙ୍କ ପାଇଁ ଗୀତ ଗାଉଥିବାର ଦେଖାଯାଇଥିଲା। ଏହି ଗୀତ ଶୁଣିବା ପରେ ଅନୁଷ୍କା ଶର୍ମାଙ୍କ ଆଖି ଲୁହରେ ଭରି ଯାଇଥିଲା। କୋହଲି ଅନୁଷ୍କାଙ୍କ ପାଇଁ ‘ମେରେ ମେହବୁବ କୟାମତ ହୋଗି …’ ଗୀତ ଗାଇଥିଲେ। ଏହି ସମୟରେ ଅନୁଷ୍କା ଭାବପ୍ରବଣ ହୋିଯାଇଥିଲେ।
ଅନୁଷ୍କା ଶର୍ମା ଶାହରୁଖ ଖାନଙ୍କ ସହ ‘ରବ ନେ ବନା ଡି ଯୋଡି’ (୨୦୦୮)ରେ ଡେବ୍ୟୁ କରିଥିଲେ। ସେହି ବର୍ଷ କୋହଲି ମଧ୍ୟ ଭାରତ ପାଇଁ ଡେବ୍ୟୁ କରିଥିଲେ।
ପ୍ରଧାନମନ୍ତ୍ରୀ ହେବେ କି; ଉତ୍ତରରେ ସୋନୁ ସୁଦ୍ କହିଲେ..
କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ...
ଆଉ ଲୋଡ଼ା ୪୬ ରନ୍; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…
ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍ ସହ ନିମ୍ନ କ୍ରମରେ ଆସି ରନ୍ ଯୋଡ଼ିବାର...
ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...
ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା
ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...
ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ
କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ...
ପ୍ରଥମଥର ଏପରି କରିବାକୁ ଯାଉଛନ୍ତି ସଲମାନ ଖାନ୍
ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ...
ପିତାଙ୍କୁ ମନେ ପକାଇଲେ ମାଧୁରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି କିଛି…
ମୁମ୍ବାଇ: ଜୁନ୍ ୨୦ ଅର୍ଥାତ୍ ରବିବାର ସମଗ୍ର ଦେଶରେ ପିତୃ ଦିବସ ପାଳନ କରାଯାଉଛି। ପିଲାମାନେ ଏହି ଦିନଟିକୁ ନିଜ ପିତାଙ୍କ ସହିତ ଏକ ବିଶେଷ...
ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…
ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର...


