ହାଇଦ୍ରାବାଦ୍,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଭାକ୍ସିନ୍ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ର ହାଇଦ୍ରାବାଦ୍ ସ୍ଥିତ କ୍ୟାମ୍ପସ୍ ଏବେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି। ଦେଶରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ବାୟୋଟେକ୍ର କୋଭାକ୍ସିନ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତେଣୁ କ୍ୟାମ୍ପସ୍ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଲଙ୍ଗାନାର ଶାମିରପେଟ୍ ଅଞ୍ଚଳର ଜିନୋମ୍ ଭ୍ୟାଲିରେ ଭାରତ ବାୟୋଟେକ୍ର ପ୍ଲାଣ୍ଟ୍ର କ୍ୟାମ୍ପସ୍ରେ ସିଆଇଏସ୍ଏଫ୍ କମାଣ୍ଡୋଙ୍କ ସହିତ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସେହିପରି ହାଇଦ୍ରାବାଦ୍ରେ ପାରାମିଲିଟାରୀ ଫୋର୍ସର ୬୪ ଟି ଦଳକୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ସୁରକ୍ଷାକର୍ମୀଙ୍କୁ କ୍ୟାମ୍ପସ୍ରେ ମୁତୟନ କରାଯାଇଛି। ଭାରତ ବାୟୋଟେକ୍ର କ୍ୟାମ୍ପସ୍ରେ ବାହାର ଲୋକଙ୍କ ଯିବା ଆସିବା ଉପରେ ମଧ୍ୟ କଡ଼ା କଟକଣା ଜାରି ହୋଇଥିବା ସିଆଇଏସ୍ଏଫ୍ର ଡିଆଇଜି ଅନୀଲ ପାଣ୍ଡେ ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ
ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...
ନୂଆ ଆକ୍ରାନ୍ତ ସଂଖ୍ୟା ୫୦ ହଜାରରୁ କମ୍…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ
ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...
ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ...
ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...
ପଳାତକ ମେହୁଲ ଚୋକସିଙ୍କ ଜାମିନ ଆବଦେନ ଡୋମିନିକା ହାଇକୋର୍ଟରେ ଖାରଜ
ରୋସେୟୁ,୧୨।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ପୁଣି ଥରେ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଡୋମିନିକା ହାଇକୋର୍ଟ ମେହୁଲଙ୍କ ଜାମିନ ଆବେଦନକୁ ଖାରଜ...
‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’
ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ...
ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...


