ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ବୁଧବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। କରୋନା ଭଳି ସମୟରେ ଔଷଧ ଦୋକାନର କର୍ମଚାରୀମାନେ କୌଣସି ବାଧାବିଘ୍ନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇଛନ୍ତି। ଲକ୍ଡାଉନ୍ ବା ଶଟ୍ଡାଉନ ସବୁ ସମୟରେ ସେମାନେ ଔଷଧ ବିତରଣରେ କୌଣସି ହେଳା କରିନାହାନ୍ତି। ତେଣୁ ସେମାନଙ୍କ କାର୍ଯ୍ୟ ଓ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଔଷଧ ଦୋକାନର କର୍ମଚାରୀଙ୍କୁ ଟିକାକରଣରେ ପ୍ରାଧାନ୍ୟ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କର୍ମଚାରୀମାନେ ୪୫ ଓ ଊଦ୍ଧର୍ବ ବର୍ଷର ହୋଇଥିବେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକା ଏବଂ ଯେଉଁମାନେ ୧୮ରୁ ୪୪ବର୍ଷ ମଧ୍ୟରେ ଥିବେ ସେମାନଙ୍କୁ ରାଜ୍ୟ ସରକାର କିଣିଥିବା ଟିକାକୁ ଦେବା ପାଇଁ ଚିଠିରେ ଦର୍ଶାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା
ପୁରୀ ଅଫିସ, ୮।୬: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବିରୋଧରେ ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା...
୫୦୦ ଡୋଜ୍ କୋଭିଶିଲ୍ଡ୍ ନଷ୍ଟ ହେଲା…
ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...
ସହାୟତାର ହାତ ବଢ଼ାଇଲା ଶତ୍ରୁ…
ଜେରୁଜେଲମ୍୍,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ...
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...
ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଅଧିକ ତାଣ୍ଡବ ରଚିବା ଆଶଙ୍କା…
ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
ଏକ୍ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି
ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...


