ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ ନେଇ ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାବେଳେ ‘ଷ୍ଟପ୍ କରୋନା’ ନାମକ ଔଷଧ ଧରାଇ ୨ଶହରୁ ୧୫ଶହ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି। ଏଭଳି ଏକ ଅଭିଯୋଗ ପାଇବାପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗୁରୁବାର ଏୟାରଫିଲ୍ଡ ଥାନା ସୁନ୍ଦରପଦାସ୍ଥିତ ଏକ କ୍ଲିନିକ୍ରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୦ହଜାର ଟଙ୍କାର ଔଷଧ ଜବତ କରିଛନ୍ତି। ଏଥିସହ ବିନା ଲାଇସେନ୍ସରେ ଏଭଳି ଔଷଧ ବିକ୍ରି କରିଥିବା ଅଭିଯୋଗରେ ମାନସ ରଞ୍ଜନ ପାତ୍ର (୪୭)ଙ୍କ ନାମରେ ଡ୍ରଗ୍ସ ଆଣ୍ଡ୍ କସ୍ମେଟିକ୍ସ ଆକ୍ଟ ଧାରା ୧୮(ସି)ରେ ଏକ ମାମଲା ରୁଜୁ କରାଯାଇଛି। ଜବତ ଔଷଧକୁ ପରୀକ୍ଷା ପାଇଁ ଦିଲ୍ଲୀ ଗାଜିଆବାଦକୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି। ଉକ୍ତ ନକଲି ଡାକ୍ତରଙ୍କଠାରୁ ଔଷଧ ସେବନ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରପଦାର କୋକିଳ ଭିଲ୍ଲାରେ ମାନସ ନିଜ ଭଡ଼ା ଘରେ ‘ଷ୍ଟପ୍ କରୋନା’ ନାମରେ ଔଷଧ ଦେଉଥିବା ଖବର ମିଳିବା ପରେ ‘ଧରିତ୍ରୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଧରିତ୍ରୀ ପ୍ରତିନିଧି ରୋଗୀ ସାଜି ଉକ୍ତ କ୍ଲିନିକ୍ରେ ପହଞ୍ଚତ୍ ସମ୍ପୃକ୍ତ ଡାକ୍ତରଙ୍କୁ କେତେକ ଲକ୍ଷଣ କହିଥିଲେ। ଏହାପରେ ମାନସ ୨୦୦ଟଙ୍କା ନେଇ ଏକ ୧୦ ଗ୍ରାମର ପ୍ଲାଷ୍ଟିକ ବୋତଲରେ ‘ଷ୍ଟପ୍ କରୋନା’ ହାତ ଲେଖାଥିବା ତରଳ ଔଷଧ ଦେଇଥିଲେ। ଏହାକୁ ଖାଇଲେ ଜୀବନରେ କେବେ କରୋନା ପାଖ ମାଡ଼ିବ ନାହିଁ। ବହୁ ବଡ଼ ବଡ଼ ଅଧିକାରୀ ଓ ପ୍ରତିଷ୍ଠିତ ଗଣମାଧ୍ୟମ କର୍ମଚାରୀ ଏହାକୁ ଖାଇ ଭଲ ହୋଇଛନ୍ତି। ଆଗାମୀ ଦିନରେ ଏଠାରେ ଏକ କରୋନା ହସ୍ପିଟାଲ ଖୋଲାଯିବ ବୋଲି କହିଥିଲେ। ତେବେ ତାଙ୍କର ଔଷଧ ଓ କ୍ଲିନିକ୍ର ବୈଧତା ଜାଣିବା ପାଇଁ ଆମ ପ୍ରତିନିଧି ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେପରି କାହାକୁ ଅନୁମତି ଦିଆଯାଇ ନ ଥିବା କହିଥିଲେ। ଗୁରୁବାର ପୂର୍ବାହ୍ନରେ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି, ତୁଷାର ରଞ୍ଜନ ପାଣିଗ୍ରାହୀ, ପି.କେ. ଲେଙ୍କା, ସୁଦର୍ଶନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ମାନସଙ୍କ ଘରେ ଚଢ଼ାଉ କରିଥିଲା। ସେତେବେଳେ ସେଠାରେ ୫ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ପ୍ରଥମେ ମାନସ ଡ୍ରଗ୍ସ ଅଧିକାରୀଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ। ଔଷଧ ବିକ୍ରି ଓ ଚିକିତ୍ସା ପାଇଁ ଲାଇସେନ୍ସ ମାଗିବାରୁ ସେ କିଛି ଦେଖାଇପାରି ନ ଥିଲେ। ମାନସ କହିଥିଲେ, ସେ ଯୁକ୍ତ ୨ ବିଜ୍ଞାନ ପଢିଛନ୍ତି। ଗତବର୍ଷ କରୋନା ଆରମ୍ଭ ହେବାପରେ ଏହି ହୋମିଓପାଥିକ କ୍ଲିନିକ୍ ଖୋଲି ନିଜେ ‘ଷ୍ଟପ୍ କରୋନା’ ଔଷଧ ତିଆରି କରି ଲୋକଙ୍କୁ ଦେଉଛନ୍ତି। ଏଥିସହ କ୍ୟାନ୍ସସର, ଡାଇବେଟିସ ଆଦି ବିଭିନ୍ନ ପ୍ରକାର ରୋଗର ଓଷଧ ନିଜେ ତିଆରି କରୁଥିବା ସେ ଡ୍ରଗ୍ସ ଅଧିକାରୀଙ୍କ ଆଗରେ ସ୍ବୀକାର କରିଥିଲେ।
ତୃତୀୟ ମହଲା ଭୟ ଦେଖାଇଲେ
ନକଲି ଡାକ୍ତର ସାଜିଥିବା ମାନସ ଡ୍ରଗ୍ସ ଅଧିକାରୀଙ୍କ ଚଢ଼ାଉ ସମୟରେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ ମଧ୍ୟ ପରେ କିନ୍ତୁ ଭ୍ରୂକ୍ଷେପ କରି ନ ଥିଲେ। ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ସର୍ବ ସମ୍ମୁଖରେ ସିଗାରେଟ ଟାଣିଥିଲେ। ନିଜକୁ ରାଜ୍ୟ ସଚିବାଳୟ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସମ୍ପର୍କୀୟ ବୋଲି କହି ଭୟ ଦେଖାଇଥିଲେ।
କୋଭିଡ୍ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍ଏସ୍
ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’...
‘ମଦ ପାଇଁ ଟଙ୍କା ଦିଅ ନ ହେଲେ ଡେଇଁଲି’
ଝାରସୁଗୁଡ଼ା ଅଫିସ,୧୬ା୬: ଏକା ଜିଦ୍ ମଦ ପିଇବି। ମଦ ପାଇଁ ଟଙ୍କା ଦିଅ ନହେଲେ ଡେଇଁଲି। ଅଗ୍ନିଶମ କର୍ମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଥିଲେ ଟେଲିଫୋନ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...
ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଝାରସୁଗୁଡ଼ା ଅଫିସ,୧୨।୬: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିିଛି। ମୃତକ...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...
ଜଳବନ୍ଦୀରେ ନଦୀକୂଳିଆ ଗାଁ
ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ...


