ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୯୪/୨୧) ରୁଜୁ କରି ସମ୍ପୃକ୍ତ ଜେଲ ଓ୍ବାର୍ଡରଙ୍କୁ ଅଟକ ରଖିଛି। ଅନ୍ୟପକ୍ଷେ ପୋଲିସ ଏସ୍ଆଇ ଦୁର୍ବ୍ୟବହାର ପ୍ରଦର୍ଶନ ସହ ହତ୍ୟା ଧମକ ଦେଇଥିବା ନେଇ ଜେଲ୍ ଓ୍ବାର୍ଡରଙ୍କ ସ୍ତ୍ରୀ ପାଲଟା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଥାନା କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଅରବିନ୍ଦ ସ୍କୁଲ ନିକଟରେ ବାରିପଦା ଜେଲର ୱାର୍ଡର ମନୋଜ କୁମାର କୁଅଁରଙ୍କ ସମେତ ଅନ୍ୟ ୩ଜଣ ଛିଡ଼ା ହୋଇଥିଲେ। ସେମାନେ ମାସ୍କ ପିନ୍ଧି ନ ଥିବାରୁ ପାଟ୍ରୋଲିଂ ଦାୟିତ୍ୱରେ ଥିବା ଏସ୍ଆଇ ଶଶୀଭୂଷଣ ପରିଡ଼ା ତାଗିଦ୍ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଜେଲ୍ ୱାର୍ଡର ମନୋଜ ପୋଲିସ ଏସ୍ଆଇ ପରିଡ଼ାଙ୍କୁ ଠେଲାପେଲା ସହ ଆକ୍ରମଣ କରିଥିଲେ। ପୋଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେ ଗାଳିଗୁଲଜ କରିଥିଲେ।
Posted inଆମ ଜିଲା ଖବର, ମୟୂରଭଞ୍ଜ, ରାଜ୍ୟ View All
୧୨ ଜେଲରୁ ମୁକ୍ତ ହେବେ ୧୬ କଏଦୀ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଜା ଅବଧି ପୂର୍ବରୁ ରାଜ୍ୟର ୧୧ ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ। ଜେଲରେ ଆଜୀବନ ସଜା କାଟୁଥିବାବେଳେ ବ୍ୟବହାରରେ...
ଗୋଟିଏ କୋଠରିରେ ୧୫୦ କର୍ମଚାରୀ
ପାଲଲହଡା,୨୫ା୬(ଡି.ଏନ.ଏ.) ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ଲକ୍ଡାଉନ୍ରେ ବଢ଼ିଛି ମାଦକଦ୍ରବ୍ୟ କାରବାର
ଜଗତ୍ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍ସିଂହପୁର ଜିଲାରେ ଲକ୍ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ...
ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି...
ଅଗ୍ନିକାଣ୍ଡରେ ଜଳିଗଲା କ୍ୟାବିନ: ସାମଗ୍ରୀ ପୋଡ଼ି ପାଉଁଶ
ପାଟଣା,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ପାନ ଦୋକାନ କ୍ୟାବିନରେ ଶନିବାର ସକାଳୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଅନେକ...
ମାଲକାନଗିରି ଜିଲାପାଳଙ୍କୁ କରୋନା
ମାଲକାନଗିରି,୨୦ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାପାଳ ଓ୍ବାଇ ବିଜୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଓ୍ବାଇ...
ଓ୍ବେବ୍ସାଇଟରେ ପ୍ରଭାବ ଏବଂ ପଇସା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ...


