ବୁଗୁଡ଼ା, ୫।୬(ଡି.ଏନ୍.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା ସଂକଟରେ ରୋଜଗାର ହରାଇ ଗଞ୍ଜାମ ଜିଲା ବୁଗୁଡ଼ା ସହରର ଅଟୋ ଚାଳକମାନେ ଏବେ ହାତବାନ୍ଧି ବସିଛନ୍ତି। କରୋନାର ପ୍ରଥମ ଲହର ସମୟରେ ଦୀର୍ଘ ୯ ମାସ ଧରି ସାରା ରାଜ୍ୟରେ ଲକ୍ଡାଉନ ରହିବା ଯୋଗୁ ଅଟୋ ଚାଳକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିଲା। ତେବେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେମାନେ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣି ଦ୍ୱିତୀୟ ଲହର ସେମାନଙ୍କ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ବୁଗୁଡ଼ା ସହର ମେଡିକାଲ ଛକର ଶ୍ରୀଜଗନ୍ନାଥ ଅଟୋ ଚାଳକ ସଂଘ ଏବଂ ବସ୍ଷ୍ଟାଣ୍ଡର ଶ୍ରୀବଳଦେବସ୍ବାମୀ ଅଟୋ ଚାଳକ ସଂଘର ଶତାଧିକ ଅଟୋ ଚାଳକ ଲକଡାଉନ ଯୋଗୁ ପ୍ରଭାବିତ ହୋଇଛନ୍ତି। ଦୈନିକ ରୋଜଗାର ଏବେ ଠପ୍ ହୋଇପଡ଼ିଥିବାରୁ ପରିବାର ଚଳାଇବା ସେମାନଙ୍କପକ୍ଷେ କଷ୍ଟକର ହୋଇପଡିଛି l ଅନ୍ୟପଟେ ସରକାରୀ ସ୍ତରରେ ହେଉ କି ନିଜ ସଂସ୍ଥା ପକ୍ଷରୁ କିଛି ବି ସହାୟତା ମିଳୁନାହିଁ। ଯଦି ଆଗକୁ ଲକ୍ଡାଉନ ଅବଧି ପୁଣି ବୃଦ୍ଧି କରାଯାଏ ତେବେ ସେମାନଙ୍କ ବଞ୍ଚି ରହିବା ଅସହନୀୟ ହୋଇପଡ଼ିବ ବୋଲି ଅଟୋ ଚଳାକ ସଂଘ କହିଛନ୍ତି l ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଶ୍ରୀଜଗନ୍ନାଥ ଅଟୋ ଚାଳକ ସଂଘର ସଭାପତି ଓ ସଂପାଦକ ଏବଂ ଶ୍ରୀବଳଦେବସ୍ବାମୀ ଅଟୋ ଚାଳକ ସଂଘର ସଭାପତି ଓ ସଂପାଦକ ଅନୁରୋଧ କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ View All
‘ଟିକା ନ ନେଲେ ଭାରତ ଯାଅ’
ମାନିଲା, ୨୪।୬: ଯେଉଁମାନେ କୋଭିଡ୍ ଟିକା ନେବାକୁ ଅନିଚ୍ଛୁକ ସେମାନଙ୍କୁ ଗିରଫ କରାଯିବ ବୋଲି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି।...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...
ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...
ରାଜଧାନୀରେ ଲୋକଙ୍କୁ ଘରେ ଯୋଗାଇ ଦିଆଯିବ ମଦ: ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ…
ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଲୋକଙ୍କ ଘରେ ମଦ ପହଞ୍ଚାଇବା ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ମଞ୍ଜୁରୀ...
ମଣ୍ଡିକୁ ଧାନ ଆସି ଫେରିଲା
ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି,...
ଲକ୍ଷ୍ୟ କେତେ ଦୂର
ନୂଆଦିଲ୍ଲୀ/ କୋଲକାତା,୩ା୬: ୨୦୨୧ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନର ମନ୍ଥର ଟିକାକରଣକୁ...
ଟିକାକରଣରେ ଅବ୍ୟବସ୍ଥା ନେଇ ଅସନ୍ତୋଷ
ଯାଜପୁର ଅଫିସ,୧୧।୬: ଯାଜପୁର ଜିଲାର କେତେକ କରୋନା ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଛି। ଏହାବାଦ୍ ଜିଲାରେ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ...
ଚାଲାଣ ହେଉଥିଲା ବଳଦ ବୋଝେଇ ଗାଡି: ଅଟକ ରଖିଲେ ଗ୍ରାମବାସୀ
ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ ଶୁକ୍ରବାର ଏକ ବଳଦ ଚାଲାଣ ହେଉଥିବା ଟାଟା ମ୍ୟାଜିକ୍ ଗାଡିକୁ ଅଟକାଇଥିଲେ। ପରେ...


