ପାଟଣା,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ପାନ ଦୋକାନ କ୍ୟାବିନରେ ଶନିବାର ସକାଳୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଅନେକ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥି ସହ ଉକ୍ତ ଦୋକାନ ସଂଲଗ୍ନ ଥିବା ଏକ ଲେଡିଜ କର୍ଣ୍ଣର ମଧ୍ୟ ଆଂଶିକ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଶତ୍ରୁଘ୍ନ ମହାନ୍ତ କ୍ୟାବିନ କରି ପାନ ଦୋକାନଟିଏ ଦେଇଥିଲେ। କୌଣସି କାରଣରୁ ଆଜି ସକାଳେ ହଠାତ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ
କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍ପ୍ଲେ...
କୋଭିଡ୍ ନିୟମ ଉଲ୍ଲଘଂନ: ୫ ଦୋକାନ ସିଲ୍
କେସିଙ୍ଗା,୧୪।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର କୋଭିଡ୍ ନିୟମ ଉଲ୍ଲଘଂନ ନେଇ ୫ଟି ଦୋକାନକୁ ସୋମବାର ଏନ୍ଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର
କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ରଥଖଳାରେ ସେବାୟତ ହାତାହାତି
ପୁରୀ ଅଫିସ,୪ା୬: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ। ରଥ କାମରେ ବିଶ୍ୱକର୍ମା ମହାରଣା ନିୟୋଜିତ ହୋଇଛନ୍ତି। ତେବେ ଏହି ପବିତ୍ର କାମ...
ନିଉତା ବାଣ୍ଟିଲେ ହନୁମାନ
ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
ଗୋଟିଏ ଜୁଇରେ ୧୦ କୋଭିଡ୍ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...
ନୂଆ ବିପିଏଲ୍ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା
କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଥିଲା।...


