ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ ଆରମ୍ଭ କରିବାକୁ ପ୍ରସ୍ତୁତ। ଏଥିପାଇଁ ସେ ହଁ ଭରିଛନ୍ତି। ବାବାର ନିଜ ସମ୍ପର୍କୀୟ ଭଉଣୀ(ଦାଦାଙ୍କ ଝିଅ)ଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଭୟ ପରିବାର ସହମତି ପ୍ରକାଶ କରିଛନ୍ତି। ଉଭୟ ଆସନ୍ତା ବର୍ଷ ବିବାହ କରିବେ ବୋଲି ଜଣାପଡ଼ିଛି। ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଅଜହର ଅଲି ତାଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ।
ତେବେ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବାବର ଆଜମଙ୍କୁ ଗଣାଯାଉଛି। ଲଗାତାର ଭାବେ ସେ ଭଲ ଫର୍ମରେ ନଜର ଆସୁଛନ୍ତି। ଏହାଛଡ଼ା ସେ ତିନୋଟି ଯାକ ଫର୍ମାଟରେ ଦଳର ନେତୃତ୍ୱ ନେଉଛନ୍ତି। ନିକଟରେ ତାଙ୍କ ଦଳ ଜିମ୍ବାଓ୍ବେକୁ ଟେଷ୍ଟ ସିରିଜ୍ରେ ପରାସ୍ତ କରି ବଡ଼ ସଫଳତା ହାସଲ କରିଥିଲା। ଅଧିନାୟକ ଭାବେ ପ୍ରଥମ ଚାରୋଟି ଟେଷ୍ଟ ମ୍ୟାଚ୍ ଜିତିବାରେ ସେ ପ୍ରଥମ ପାକିସ୍ତାନୀ ଅଧିନାୟକ ପାଲଟିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.