କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥାଏ। ୩୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଇଚ୍ଛାପୁରରେ ଶ୍ରୀଜୀଉଙ୍କ ରଥ ଗଡୁଥିବା ବେଳେ କରୋନା କଟକଣା ପାଇଁ ଗତବର୍ଷ ଏହି ରଥଯାତ୍ରା ପ୍ରତୀକାତ୍ମକ ଭାବେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୂକୁଳ ହୋଇଥିଲେ ମଧ୍ୟ ଶ୍ରୀବଳଦେବଜୀଉଙ୍କ ରଥ ଗଡିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ତେବେ ପୁରୀରେ ଗତବର୍ଷ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ବିନା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କେନ୍ଦ୍ରାପଡ଼ାରେ ସେପରି ରଥଯାତ୍ରା ସେବାୟତ ଓ ଜିଲା ପ୍ରଶାସନ ପରିଚାଳନାରେ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବରିଷ୍ଠ ସେବାୟତ ନୃସିଂହ ପ୍ରସାଦ ପତ୍ରୀ କହିଛନ୍ତି, ବିଶ୍ୱର ସର୍ବୋଚ୍ଚ ରଥ ମଧ୍ୟରେ ବ୍ରହ୍ମ ତାଳଧ୍ୱଜର ମାନ୍ୟତା ଅଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜିତ ହୋଇ ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ଏହି ରଥଯାତ୍ରା ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ। କରୋନା କଟକଣା ପାଇଁ ଗତବର୍ଷ ରଥଯାତ୍ରାକୁ ମନ୍ଦିର ମଧ୍ୟରେ ସୀମିତ ରଖାଯାଇଥିଲା। ମାତ୍ର ଏହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୁଃଖ ଦେଇଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ କାଠ ଅନୂକୂଳ ସହ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ଦେବୋତ୍ତର କମିଶନ ଓ ରାଜ୍ୟ ସରକାର ଏ ସମ୍ପର୍କରେ ଆଲୋଚନା କରି ରଥଯାତ୍ରାକୁ ଅନୁମତି ଦେବାକୁ ସେବାୟତ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟତମ ସେବାୟତ ଗଗନ ପତ୍ରୀ କହିଛନ୍ତି, ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୨ରେ ସବୁଠି ରଥଯାତ୍ରା ହେଉଥିବାବେଳେ ୧୩ ତାରିଖରେ ବ୍ରହ୍ମ ତାଳଧ୍ୱଜ ରଥ ଗଡ଼ିବ। ଏ ନେଇ ଶ୍ରଦ୍ଧାଳୁଙ୍କ ସହ ସେବାୟତ ପ୍ରସ୍ତୁତ ଅଛନ୍ତି। କରୋନା ମହାମାରୀକୁ ଆଳ କରି ଗତବର୍ଷ ପରି ଚଳିତବର୍ଷ ରଥଯାତ୍ରାକୁ ବନ୍ଦ କଲେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରିବ। ଏହା ବ୍ୟତୀତ ଜିଲା ପ୍ରଶାସନ ପକ୍ଷରୁ ମହାମାରୀର ପରିଚାଳନା ସୁସଙ୍ଗଠିତ ଭାବେ ଚାଲିଛି। ଏଥିପାଇଁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ସେପରି ଗୁରୁତର ରୂପ ନେଇନାହିଁ। କୋଭିଡ୍-୧୯ର ନିୟମ ମାନି ମୟୂରଭଞ୍ଜ ଜିଲାର ବାରିପଦାଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଇଛି। ଆବଶ୍ୟକ ପଡିଲେ ତୁଳସୀ କ୍ଷେତ୍ରାଧିପତିଙ୍କ ରଥ ଗଡ଼ିବାକୁ ଆଇନର ଆଶ୍ରୟ ନିଆଯିବ। ଏ ସମ୍ପର୍କରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରକ୍ରିୟା ଜାରି ରହିଛି। ରଥଖଳା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ View All
୨୬ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୩।୬(ବ୍ୟୁରୋ):ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍। ଏଭଳି ଏକ...
ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ ବନ୍ଦ
ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...
ସୋମବାରଠୁ ଲାଗି ରହିବ ବର୍ଷା
ଭୁବନେଶ୍ବର,୬।୬: କାଳବୈଶାଖି ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।...
ଶୀତଳଭଣ୍ଡାରରେ କୋଟପା ଆଇନ
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...


