ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୂବନେଶ୍ୱର କୁମାରଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ନିକଟରେ ତାଙ୍କ ପିତାଙ୍କ ମୃତୁ ପରେ ଏବେ ଭୁବନେଶ୍ୱରଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ଏବଂ ତାଙ୍କ ସ୍ତ୍ରୀ ନୁପୁରଙ୍କର ମଧ୍ୟ କରୋନା ଲକ୍ଷଣ ରହିଛି। ଉଭୟ ପରୀକ୍ଷା ପାଇଁ ସେମାନଙ୍କର ନମୁନା ଦେଇଛନ୍ତି ଏବଂ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ଉଭୟ ମିରୁଟରେ ଥିବା ସେମାନଙ୍କ ଘରେ କ୍ୱାରାଣ୍ଟାଇନରେ ଅଛନ୍ତି। ଯଦି ଭୁବନେଶ୍ୱର କୁମାର ପଜିଟିଭ୍ ହୁଅନ୍ତି ତେବେ ଟିମ ଇଣ୍ଡିଆକୁ ବଡ ଝଟ୍କା ଲାଗିବ। ସେ ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତ କରିବେ। ଯଦିଓ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, ଭୁବନେଶ୍ୱର ସେହି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବେ। ଯଦି ଭୁବନେଶ୍ୱର ଫିଟ ହେବେ ନାହିଁ, ତେବେ ଟିମ ଇଣ୍ଡିଆର ବୋଲିଂ ବିଭାଗକୁ ଝଟ୍କା ଲାଗିବ। ସୂଚନାଯୋଗ୍ୟ, ଭୁବନେଶ୍ୱର କୁମାର ଇଂଲଣ୍ଡ ବିପକ୍ଷ ସିରିଜରୁ ଏକଦିବସର ଏବଂ ଟି -୨୦ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଦୀର୍ଘ ସମୟ ଧରି ଆଘାତ ସହ ସଂଗ୍ରାମ କରୁଥିଲେ। ନିକଟରେ ଖବର ଆସିଥିଲା ଯେ ଭୁବନେଶ୍ୱର କୁମାର ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାଁନ୍ତି କିନ୍ତୁ ସେ ଏହି ଖବରକୁ ଭୁଲ ବୋଲି କହିଥିଲେ। ଭୁବନେଶ୍ୱର କୁମାର ନିକଟରେ ପିତାଙ୍କୁ ହରାଇଥିଲେ। ତାଙ୍କ ପିତା କିରଣପାଲ ଦୀର୍ଘ ସମୟ ଧରି ଯକୃତ ରୋଗରେ ପୀଡିତ ଥିଲେ। ବହୁ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇପାରି ନ ଥିଲେ ଏବଂ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।
ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...
୭ ବଲ୍ରେ ବିସ୍ଫୋରକ ୪୨ ରନ୍ କଲେ ଏହି ବ୍ୟାଟ୍ସମ୍ୟାନ୍: ରଚିଲେ ଇତିହାସ
ୟୁଏଇ,୨୦।୬: ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ କରାଚି କିଙ୍ଗସ ଏବଂ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କରାଚି ନିର୍ଦ୍ଧାରିତ...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
ଆଇସିୟୁରେ ମିଲ୍ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ
ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲ୍ଖା ସିଂ କୋଭିଡ୍-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି...
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...
ଅପମାନଜନକ ଟୁଇଟ୍ ପାଇଁ ରବିନସନ୍ ସସ୍ପେଣ୍ଡ
ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ।...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...
ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା
ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...


