ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲ୍ଖା ସିଂ କୋଭିଡ୍-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫୋନରେ ତାଙ୍କ ସହ କଥା ହୋଇଛନ୍ତି। ଗୁରୁବାରଠାରୁ ମିଲ୍ଖାଙ୍କ ସ୍ବାସ୍ଥ୍ୟାବସ୍ଥା ଅପେକ୍ଷାକୃତ ଭଲ ରହିଛି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି। ଶରୀରରେ ଅକ୍ସିଜେନସ୍ତର କମିବା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବିଭିନ୍ନ ମେଡିକାଲ ପାରାମିଟର ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ପିଜିଆଇଏମ୍ଇଆର ମୁଖପାତ୍ର ପ୍ରଫେସର ଆଶୋକ କୁମାର କହିଛନ୍ତି। ଏକ ୩ ଜଣିଆ ଡାକ୍ତର ଦଳ ମିଲ୍ଖାଙ୍କ ଉପରେ ନଜର ରଖିଛନ୍ତି। ମିଲ୍ଖାଙ୍କ ପୁଅ ଜୀଭ ମଧ୍ୟ ପିତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି କହିଛନ୍ତି ଓ ଫୋନ୍ରେ କଥା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିତାଙ୍କ ସହ କଥା ହୋଇଥିବାରୁ ତାଙ୍କ କୃତଜ୍ଞତା ଜଣାଉଛି ବୋଲି ଜୀଭ ଟୁଇଟ କରି ଜଣାଇଛନ୍ତି।
ପୂର୍ବରୁ କରୋନ ସଂକ୍ରମଣ କାରଣରୁ ମିଲ୍ଖା ମୋହାଲିର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ରବିବାର ଛାଡ଼ ପାଇଥିଲେ। ତେବେ ଘରେ ସେ ଅକ୍ସିଜେନ ସପୋର୍ଟରେ ରହିଥିଲେ। ତାଙ୍କ ୮୨ ବର୍ଷୀୟା ପତ୍ନୀ ମଧ୍ୟ ସମାନ କାରଣ ପାଇଁ ଫୋର୍ଟିସ ହସ୍ପିଟାଲର ଆଇସିୟୁରେ କ୍ରମାଗତ ଭାବେ ରହିଆସୁଛନ୍ତି। ଦୁବାଇରୁ ମେ’ ୧୨ ତାରିଖରେ ଜୀଭ ଚଣ୍ଡିଗଡରେ ପହଞ୍ଚିଥିଲେ। ତାଙ୍କ ବଡ଼ ଭଉଣୀ ମୋନା ମିଲ୍ଖା ସିଂ ମଧ୍ୟ ଆମେରିକାରେ ଜଣେ ଡାକ୍ତର ଭାବେ ଅବସ୍ଥାପିତ। ସେ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ଘରେ କାମ କରୁଥିବା ବ୍ୟକ୍ତିମାନଙ୍କଠାରୁ ମିଲ୍ଖା ସଂକ୍ରମିତ ହେବା ଆଶଙ୍କା କରାଯାଉଛି।
ଉଲ୍ଲେଖଥାଉ କି ମିଲ୍ଖା ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ୪୦୦ ମିଟର ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କର ଟାଇମିଂ ଜାତୀୟ ରେକର୍ଡ ଭାବେ ୩୮ ବର୍ଷଧରି ବଜାୟ ରହିଥିଲା। ୧୯୯୮ରେ ପରମଜିତ୍ ସିଂ ତାଙ୍କର ଏହି ରେକର୍ଡ ଭାଙ୍ଗିଥିଲେ। ମିଲ୍୦ଖା ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କୁ ୧୯୫୯ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...
ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍ ମିଲ୍ଖା
ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
ଚୁର୍ମାର୍ ହେଲା କୋହଲିଙ୍କ ସ୍ବପ୍ନ: ଗୋଟିଏ ବି ଆଇସିସି ଟ୍ରଫି ନ ଜିତିପାରି କଲେ ହ୍ୟାଟ୍ରିକ୍
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଫଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ...
ୟୁରୋକପ୍ ଫୁଟ୍ବଲ: ବେଲ୍ଜିୟମର ହ୍ୟାଟ୍ରିକ ବିଜୟ
ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍ରେ ବେଲ୍ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍ ବି’ରେ ବେଲ୍ଜିୟମ ସବୁ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ...
ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ
କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ...
ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…
ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...
କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏହି କ୍ରିକେଟର୍ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ
ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ...


