ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ ଏହାଠାରୁ ଅଧିକ ମୃତ୍ୟୁ ମଧ୍ୟ କୌଣସି ଦିନ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ବିହାରର ନୀତୀଶ କୁମାର ସରକାର ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ସତ କହୁ ନ ଥିଲେ। ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସତ ପଦାକୁ ଆସିବାରୁ ମୃତ୍ୟୁସଂଖ୍ୟା ଏତେ ବଡ଼ ଦେଖାଯାଉଛି। ଅନ୍ୟ ରାଜ୍ୟଗୁଡ଼ିକ ନିଜ ନିଜ ପ୍ରକୃତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆଣିଲେ ହୁଏତ ଆହୁରି ନୂଆ ରେକର୍ଡ ସୃଷ୍ଟି ହୋଇପାରେ।
ବିହାରରେ ୯,୪୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ବିହାରରେ ପୂର୍ବରୁ ମୃତ୍ୟୁସଂଖ୍ୟା ୩,୯୫୧ ବୋଲି ଦର୍ଶାଯାଇଥିଲା। ରାଜ୍ୟ ସରକାର ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ପାଟନା ହାଇକୋର୍ଟ ଏହାର ଅଡିଟ୍ କରିବା ପାଇଁ ତାଗିଦ କରିଥିଲେ। ସମସ୍ତ ୩୮ ଜିଲାରେ ୨୦ ଦିନ ଧରି ସମୀକ୍ଷା କରିବା ପରେ ନୂଆ ସଂଖ୍ୟା ସାମ୍ନାକୁ ଆସିଛି। ଘରୋଇ ହସ୍ପିଟାଲ, ହୋମ୍ ଆଇସୋଲେଶନ ଏବଂ କୋଭିଡ୍ ପରବର୍ତ୍ତୀ ଜଟିଳତା ଯୋଗୁ ଏପରି ଘଟିଥିଲା ବୋଲି ରାଜ୍ୟର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରତ୍ୟୟ ଅମ୍ରିତ କହିଛନ୍ତି। ଏହାକୁ ପୁନଃ ସମୀକ୍ଷା କରି ୫,୫୦୦ ନୂଆ ସଂଖ୍ୟାକୁ ମିଶାଇ ଅପ୍ଡେଟ୍ କରାଯାଇଛି। ତେବେ ମୃତ୍ୟୁସଂଖ୍ୟାରେ ୭୨.୮% ଅଭିବୃଦ୍ଧିର କାରଣ କ’ଣ ଏବଂ କେଉଁ କେଉଁ ଜିଲାରେ ଅତିରିକ୍ତ ମୃତ୍ୟୁ କେବେ କେବେ ଘଟିଥିଲା ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟରେ ୭,୧୫,୧୭୯ ସଂକ୍ରମିତ ଥିବା ବିହାର ସରକାର ସୂଚନା ଦେଇଛନ୍ତି। ବିହାରର ନୂଆ ମୃତ୍ୟୁକୁ ମିଶାଇ ଭାରତରେ ଦୈନିକ ମୃତ୍ୟୁସଂଖ୍ୟା ୬,୧୪୮ରେ ପହଞ୍ଚତ୍ବା ସର୍ବକାଳୀନ ରେକର୍ଡ। ଏଥିସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩,୫୯,୬୭୬ ଛୁଇଁଛି। ଏହା ପୂର୍ବରୁ ମଙ୍ଗଳବାର ଦେଶରେ ୨,୨୧୯ ଜଣଙ୍କ କରୋନା ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଦେଶରେ ଲଗାତର ତୃତୀୟ ଦିନ ଧରି ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୯୨,୫୬୯ ନୂଆ ମାମଲା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୧,୮୩,୧୨୧ରେ ପହଞ୍ଚତ୍ଛି। ସର୍ବାଧିକ ପ୍ରଭାବିତ ତାମିଲନାଡୁରେ ୧୭,୩୨୧, କେରଳ ୧୬,୨୦୪, ମହାରାଷ୍ଟ୍ର ୧୦,୯୮୯, କର୍ନାଟକ ୧୦,୯୫୯ ଓ ଆନ୍ଧ୍ରପ୍ରଦେଶରେ ୮,୭୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୮% ରହିଛନ୍ତି। କେବଳ ତାମିଲନାଡୁରେ ହେଉଛି ୧୮.୪୨%। ଏହି ଅବଧି ମଧ୍ୟରେ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୭୬,୫୫,୪୯୩ରେ ପହଞ୍ଚତ୍ଛି। ତେବେ ସକ୍ରିୟ ମାମଲା ୧୧,୬୭,୯୫୨କୁ ଖସିଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅପ୍ଡେଟ୍ କରାଯାଇଛି।
ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍ସି
ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...
ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ
ଲକ୍ଷ୍ନୌ,୧୩।୬: ମଦ ଭଳି ତମାଖୁ ବିକ୍ରି ପାଇଁ ମଧ୍ୟ ଲାଇସେନ୍ସ ଦରକାର। ତେବେ ଏଭଳି ନିୟମ ଉତ୍ତରପ୍ରଦେଶ(ୟୁପି)ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯୋଗୀ ଆଦିତ୍ୟ ନାଥଙ୍କ...
ସନ୍ତାନ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା, ଡାକ୍ତର କରିଦେଲେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର; ଆଉ ତା’ ପରେ…
ରାଞ୍ଚି,୨୦ା୬: ଜଣେ ମହିଳା ସଦର ହସ୍ପିଟାଲରେ ସନ୍ତାନ ପ୍ରସବ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରମାନେ କାହାକୁ କିଛି ନ ପଚାରି ମହିଳାଙ୍କର...
ଭାକ୍ସିନ୍ ନେଲେ ମିଳୁଛି ଫ୍ରିଜ୍ ସହିତ ଅନ୍ୟ ଦାମିକା ଉପହାର…
ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ...
ସିଂଘଓ୍ବି ରାମଦେବ ମୁହାଁମୁହିଁ
ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ...
ଶୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୨୫।୬: ଜମ୍ମୁ-କଶ୍ମୀର ଶୋପିଆନର ହାଜିପୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ହୋଇଥିବା ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।...
ସୋନିଆଙ୍କୁ ଭେଟିଲେ ଷ୍ଟାଲିନ
ନୂଆଦିଲ୍ଲୀ,୧୮ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ତାମିଲନାଡୁରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଡିଏମ୍କେ-କଂଗ୍ରେସ...
ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ
ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା...


