ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ଏଥିରେ ଓଡ଼ିଶାର ୨ ଖେଳାଳି ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ପ୍ରତିଭାସମ୍ପନ୍ନ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ଗୁରୁବାର ଘୋଷିତ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ଏକମାତ୍ର ଦୀପ୍ ଗ୍ରେସ୍ ଏକ୍କା ସ୍ଥାନ ପାଇଥିଲେ। ବୀରେନ୍ଦ୍ରଙ୍କର ପୂର୍ବରୁ ୨୦୧୨ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରହିଛି। ଆଣ୍ଠୁରେ ଆଘାତ ଯୋଗୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିପାରି ନ ଥିଲେ। ମାତ୍ର ଅମିତଙ୍କ ପାଇଁ ଏହା ହେବ ପ୍ରଥମ ଅଲିମ୍ପିକ୍ସ। ଘୋଷିତ ୧୬ ଜଣିଆ ଦଳରେ ଅମିତଙ୍କ ସମେତ ୯ ଖେଳାଳି ପ୍ରଥମଥର ପାଇଁ ଅଲିମ୍ପିକ୍ସ ସ୍ବାଦ ପାଇବେ। ସେମାନେ ହେଲେ ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ ଓ ଲଳିତ କୁମାର ଉପାଧ୍ୟାୟ। ୨୦୧୬ ପରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ୬ ଖେଳାଳି ହେଲେ ପୂର୍ବତନ ଅଧିନାୟକ ତଥା ଗୋଲକିପର ପି.ଆର. ଶ୍ରୀଜେଶ, ମିଡ୍ଫିଲ୍ଡର ମନ୍ପ୍ରୀତ ସିଂ, ଡିଫେଣ୍ଡର ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର ଓ ମନଦୀପ ସିଂ। ଅଧିନାୟକଙ୍କ ନାମ ଘୋଷଣା ହୋଇ ନ ଥିଲେ ହେଁ ମନ୍ପ୍ରୀତ ଦଳର ନେତୃତ୍ୱ ନେବା ସମ୍ଭାବନା ଅଧିକ ରହିଛି।
ଦଳରେ ଜଣେମାତ୍ର ଗୋଲକିପରଙ୍କୁ ନିଆଯାଇଥିବାରୁ ପ୍ରତିଭାସମ୍ପନ୍ନ କ୍ରିଷ୍ଣନ ବାହାଦୁର ପାଠକ ସୁଯୋଗ ପାଇନାହାନ୍ତି। ଦଳରେ ୫ ଜଣ ଲେଖାଏ ଡିଫେଣ୍ଡର, ମିଡ୍ଫିଲ୍ଡର ଏବଂ ଫରଓ୍ବାର୍ଡଙ୍କୁ ନିଆଯାଇଛି। ରିଓରେ ଖେଳିଥିବା ଆକାଶଦୀପ ସିଂ ଏବଂ ରମଣଦୀପ ସିଂଙ୍କ ପରି ନାମୀ ଖେଳାଳି ଏଥର ଦଳରେ ନାହାନ୍ତି।
ଅଲିମ୍ପିକ୍ସରେ ଭାରତ ୮ ସ୍ବର୍ଣ୍ଣ ପଦକ ପାଇଛି। ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣିମ ସଫଳତା ପାଇଥିଲା। ମାତ୍ର ୪ ଦଶନ୍ଧି ଧରି ପଦକ ଶୂନ୍ୟତା ରହିଛି। ଟୋକିଓ ଅଲିମ୍ପିକ୍ସର ପୁଲ୍-ଏ’ରେ ଏଥର ଭାରତ ରହିଛି। ଏହି ପୁଲ୍ରେ ଥିବା ଅନ୍ୟ ଦଳଗୁଡ଼ିକ ହେଲେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା, ୩ ଥର ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଟିମ୍ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ ଏବଂ ଆୟୋଜକ ଜାପାନ।
ଭାରତୀୟ ଦଳ
ଗୋଲକିପର: ପି.ଆର. ଶ୍ରୀଜେଶ
ଡିଫେଣ୍ଡର: ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା।
ମିଡ୍ଫିଲ୍ଡର: ହାର୍ଦ୍ଦିକ ସିଂ, ମନ୍ପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ।
ଫରଓ୍ବାର୍ଡ: ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ।
ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ
ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍ର ୧୬ଜଣିଆ ସ୍କ୍ବାଡ୍ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ: ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ଓ୍ବିଲିୟମସନ
ସାଉଥାମ୍ପଟନ,୧୬ା୬(ପି.ଟି.)-ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବା ଲାଗି କେନ୍ ଓ୍ବିଲିୟମସନ ଉପଲବ୍ଧ ହେବେ। ଜୁନ୍ ୧୮ରୁ ଆରମ୍ଭ...
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...
ଆଇପିଏଲ ପାଇଁ ଖୁସି ଖବର
ଜାମାଇକା,୧୮ା୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ କାରିବିୟନ ପ୍ରିମିୟର ଲିଗ୍ (ସିପିଏଲ)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ୟୁଏଇରେ...
ରାଣୀ ଅଧିନାୟିକା, ଦୀପ୍ଗ୍ରେସ୍ ଓ ସବିତା ଉପଅଧିନାୟିକା
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...


