ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ ବିଭିନ୍ନ ଜିଲାରେ ଭାଜପା କର୍ମୀମାନେ ତୀବ୍ର ପ୍ରତିବାଦ କରିଥିବାବେଳେ ଉଭୟ ଦଳର ତୁଙ୍ଗ ନେତାଙ୍କ ଭିତରେ ଆରମ୍ଭ ହୋଇଥିବା ଟୁଇଟ୍ ଯୁଦ୍ଧ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ବୁଧବାର ଭାଜପା ଏମ୍ପି ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ଟିକା କିଣିବାରେ ଅସମର୍ଥ ହୋଇ କେନ୍ଦ୍ରର ସହଯୋଗ ଲୋଡ଼ିଲା। ଏହାପରେ କେନ୍ଦ୍ର ସହଯୋଗର ହାତ ବଢ଼ାଇଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ। ତେଣୁ ସୌଜନ୍ୟତା ଦୃଷ୍ଟିରୁ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯିବା କଥା। ହେଲେ ଏହା ନ କରିବା ହୀନମନ୍ୟତାର ପରିଚାୟକ ବୋଲି ଅପରାଜିତା ଟୁଇଟ୍ରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଅପରାଜିତାଙ୍କ ଟୁଇଟ୍ର ଜବାବରେ ବିଜେଡି ରାଜ୍ୟ ସଭା ସଦସ୍ୟ ତଥା ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ, ଟିକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବିଷୟ। ସୂଚନାଯୋଗ୍ୟ, ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ଟିକା କେନ୍ଦ୍ରରେ ଫଟୋକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉତ୍ତେଜନା ଦେଖାଦେଇଥିଲା। ଟିକା ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ଲାକାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜେଡି ଲୋଗୋ ଥିବାରୁ ଭାଜପା ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଦଳୀୟ କର୍ମୀମାନେ ଟିକାକରଣ କେନ୍ଦ୍ରରେ ଥିବା ପ୍ଲାକାର୍ଡକୁ ଫିଙ୍ଗିଦେଇଥିଲେ। ସୋମବାର ଅନୁଗୋଳ, ବାଲେଶ୍ୱର, ରାୟଗଡ଼ା ଏବଂ ଜୟପୁରରେ ଭାଜପା କର୍ମୀମାନେ ପ୍ରତିବାଦ କରିଥିଲେ। ମଙ୍ଗଳବାର ବ୍ରହ୍ମପୁରରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଭାଜପାର ଏଭଳି କାର୍ଯ୍ୟକୁ ବିଜେଡି ଅରାଜକତା ବୋଲି କହିଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଅପହୃତା ନାବାଳିକାଙ୍କୁ ଖୋଜୁନି ପୋଲିସ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ନାବାଳିକା ଝିଅକୁ ଅପହରଣ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ବିଧବା ମା’। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ...
ଟିକା ଯୋଗୁ ଜଣାପଡୁନି ଡେଲଟା ପ୍ଲସ୍ ଆକ୍ରାନ୍ତଙ୍କ ଲକ୍ଷଣ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ସାରା ଦେଶରେ ଏବେ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଛି। ଓଡ଼ିଶାର ଜଣେ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର...
ବିନା ସ୍ଲଟ୍ ବୁକିଂରେ ନେଇପାରିବେ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର,୬ା୬(ବ୍ୟୁରୋ): ଏଣିକି ବିନା ସ୍ଲଟ୍ରେ ଦିଆଯିବ ଦିତୀୟ ଡୋଜ୍ ଟିକା। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ମେ’ ୧୪ ପୂର୍ବରୁ ଟିକା ନେଇଥିବା...
‘ୟାସ୍’ କ୍ଷୟକ୍ଷତି ୬୧୦ କୋଟି
ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି...
କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି।...
ସ୍ନାନ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରି ଗଜପତି ମହାରାଜା...
କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଠପଢ଼ା ଖର୍ଚ୍ଚ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷାଖର୍ଚ୍ଚ ଦେବେ ରାଜ୍ୟ ସରକାର। ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ୍ ଯୋଜନାରେ ସାମିଲ ହେବେ। ସେମାନଙ୍କ...
ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...


