ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ଏହା ୭୬.୧୭% ବୋଲି ବୁଧବାର ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ପ୍ରକାଶ ପାଇଛି। ଚାନ୍ଦା ସଂଗ୍ରହରେ ଭାଜପା ପଛକୁ ରହିଛି କଂଗ୍ରେସ। ଏହି ଦଳକୁ ୫୮ କୋଟି ଟଙ୍କା ଇଲେକ୍ଟୋରାଲ ଟ୍ରଷ୍ଟରୁ ମିଳିଛି, ଯାହାକି ମୋଟ ଚାନ୍ଦାର ୧୫.୯୮ ପ୍ରତିଶତ। ରାଜନୈତିକ ଦଳଗୁଡ଼ିକୁ ୭ଟି ଟ୍ରଷ୍ଟ ଜରିଆରେ ଚାନ୍ଦା ଦେବାରେ ଶୀର୍ଷରେ ରହିଛନ୍ତି ଜେଏସ୍ଡବ୍ଲ୍ୟୁ, ଆପୋଲୋ ଟାୟାର୍ସ, ଇଣ୍ଡିଆବୁଲ୍, ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଏବଂ ଡିଏଲ୍ଏଫ୍ ଗ୍ରୁପ୍ । ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିଃ ସର୍ବାଧିକ ୩୯.୧୦ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ଆପୋଲୋ ଟାୟାର୍ସ ୩୦ କୋଟି, ଇଣ୍ଡିଆବୁଲ୍ସ ଇନ୍ଫ୍ରାଇଷ୍ଟେଟ୍ ଲିଃ ୨୫ କୋଟି ଟଙ୍କା ବିଭିନ୍ନ ଟ୍ରଷ୍ଟକୁ ଦେଇଛି। ସେହିପରି ୨୦୧୯-୨୦ରେ ୧୮ ଜଣ ବ୍ୟକ୍ତି ଇଲେକ୍ଟୋରାଲ ଟ୍ରଷ୍ଟ୍କୁ ଚାନ୍ଦା ଦେଇଛନ୍ତି। ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ୍କୁ ୧୦ ଜଣ ମୋଟ ୨.୮୭ କୋଟି ଟଙ୍କା ଦେଇଥିବାବେଳେ ସ୍ମଲ୍ ଡୋନେଶନ୍ସ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୫.୫୦ ଲକ୍ଷ, ସ୍ବଦେଶୀ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୧ ଲକ୍ଷ ଟଙ୍କା ଚାନ୍ଦା ପୈଠ କରିଥିବା ଜଣାପଡ଼ିଛି।
ଏହା ବ୍ୟତୀତ ଅନ୍ୟ ୧୨ଟି ଦଳ ଏଏପି, ଏସ୍ଏଚ୍ଏସ୍, ଏସ୍ପି, ଯୁବ ଜନଜାଗୃତି ପାର୍ଟି, ଜନନାୟକ ପାର୍ଟି, ଜେଡିୟୁ, ଜେଏମ୍ଏମ୍, ଏଲ୍ଜେପି, ଏସ୍ଏଡି, ଆଇଏନ୍ଏଲ୍ଡି, ଜେକେଏନ୍ସି ଏବଂ ଆର୍ଏଲ୍ଡି ମିଳିତ ଭାବେ ୨୫.୪୬୫୨ କୋଟି ଟଙ୍କା ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡ଼ିଛି। ଇଲେକ୍ଟୋରାଲ ଟ୍ରଷ୍ଟର ଚାନ୍ଦା ରିପୋର୍ଟ ଦାଖଲ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଥିଲା। ୨୦୧୩ ଜାନୁୟାରୀ ପରେ ଗଠିତ ଏହି ୭ ଟ୍ରଷ୍ଟ ହେଲେ ସତ୍ୟ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରତିନିଧି ଇଲେକ୍ଟୋରାଲ ଟ୍ରଷ୍ଟ, ପିପୁଲ୍ସ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ, ଜନହିତ ଇଲେକ୍ଟୋରାଲ ଟ୍ରଷ୍ଟ, ବଜାଜ ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଜନପ୍ରଗତି ଇଲେକ୍ଟୋରାଲ ଟ୍ରଷ୍ଟ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିଡିଟିବି) ନିକଟରେ ପଞ୍ଜୀକୃତ ହୋଇଥିବା ୨୧ ଇଲେକ୍ଟୋରାଲ ଟ୍ରଷ୍ଟ ମଧ୍ୟରୁ ୧୪ଟି ନିର୍ବାଚନ କମିଶନଙ୍କ ନିକଟରେ ୨୦୧୯-୨୦ ବର୍ଷର ଚାନ୍ଦା ତଥ୍ୟ ଦାଖଲ କରିଥିବାବେଳେ କେବଳ ୭ଟିକୁ ଚାନ୍ଦା ମିଳିଥିବା ସେମାନେ ଘୋଷଣା କରିଥିଲେ।
ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର
ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...
ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୯।୬: ସ୍ବିସ୍ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍ର ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ...
୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ
ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...
ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ
ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...
ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ: ଶୀଘ୍ର ହଟାଅନି କରୋନା କଟକଣା…
ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍ଡାଉନ୍କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ...
ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…
କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...


