ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ଏହା ୭୬.୧୭% ବୋଲି ବୁଧବାର ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ପ୍ରକାଶ ପାଇଛି। ଚାନ୍ଦା ସଂଗ୍ରହରେ ଭାଜପା ପଛକୁ ରହିଛି କଂଗ୍ରେସ। ଏହି ଦଳକୁ ୫୮ କୋଟି ଟଙ୍କା ଇଲେକ୍ଟୋରାଲ ଟ୍ରଷ୍ଟରୁ ମିଳିଛି, ଯାହାକି ମୋଟ ଚାନ୍ଦାର ୧୫.୯୮ ପ୍ରତିଶତ। ରାଜନୈତିକ ଦଳଗୁଡ଼ିକୁ ୭ଟି ଟ୍ରଷ୍ଟ ଜରିଆରେ ଚାନ୍ଦା ଦେବାରେ ଶୀର୍ଷରେ ରହିଛନ୍ତି ଜେଏସ୍ଡବ୍ଲ୍ୟୁ, ଆପୋଲୋ ଟାୟାର୍ସ, ଇଣ୍ଡିଆବୁଲ୍, ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଏବଂ ଡିଏଲ୍ଏଫ୍ ଗ୍ରୁପ୍ । ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିଃ ସର୍ବାଧିକ ୩୯.୧୦ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ଆପୋଲୋ ଟାୟାର୍ସ ୩୦ କୋଟି, ଇଣ୍ଡିଆବୁଲ୍ସ ଇନ୍ଫ୍ରାଇଷ୍ଟେଟ୍ ଲିଃ ୨୫ କୋଟି ଟଙ୍କା ବିଭିନ୍ନ ଟ୍ରଷ୍ଟକୁ ଦେଇଛି। ସେହିପରି ୨୦୧୯-୨୦ରେ ୧୮ ଜଣ ବ୍ୟକ୍ତି ଇଲେକ୍ଟୋରାଲ ଟ୍ରଷ୍ଟ୍କୁ ଚାନ୍ଦା ଦେଇଛନ୍ତି। ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ୍କୁ ୧୦ ଜଣ ମୋଟ ୨.୮୭ କୋଟି ଟଙ୍କା ଦେଇଥିବାବେଳେ ସ୍ମଲ୍ ଡୋନେଶନ୍ସ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୫.୫୦ ଲକ୍ଷ, ସ୍ବଦେଶୀ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୧ ଲକ୍ଷ ଟଙ୍କା ଚାନ୍ଦା ପୈଠ କରିଥିବା ଜଣାପଡ଼ିଛି।
ଏହା ବ୍ୟତୀତ ଅନ୍ୟ ୧୨ଟି ଦଳ ଏଏପି, ଏସ୍ଏଚ୍ଏସ୍, ଏସ୍ପି, ଯୁବ ଜନଜାଗୃତି ପାର୍ଟି, ଜନନାୟକ ପାର୍ଟି, ଜେଡିୟୁ, ଜେଏମ୍ଏମ୍, ଏଲ୍ଜେପି, ଏସ୍ଏଡି, ଆଇଏନ୍ଏଲ୍ଡି, ଜେକେଏନ୍ସି ଏବଂ ଆର୍ଏଲ୍ଡି ମିଳିତ ଭାବେ ୨୫.୪୬୫୨ କୋଟି ଟଙ୍କା ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡ଼ିଛି। ଇଲେକ୍ଟୋରାଲ ଟ୍ରଷ୍ଟର ଚାନ୍ଦା ରିପୋର୍ଟ ଦାଖଲ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଥିଲା। ୨୦୧୩ ଜାନୁୟାରୀ ପରେ ଗଠିତ ଏହି ୭ ଟ୍ରଷ୍ଟ ହେଲେ ସତ୍ୟ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରତିନିଧି ଇଲେକ୍ଟୋରାଲ ଟ୍ରଷ୍ଟ, ପିପୁଲ୍ସ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ, ଜନହିତ ଇଲେକ୍ଟୋରାଲ ଟ୍ରଷ୍ଟ, ବଜାଜ ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଜନପ୍ରଗତି ଇଲେକ୍ଟୋରାଲ ଟ୍ରଷ୍ଟ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିଡିଟିବି) ନିକଟରେ ପଞ୍ଜୀକୃତ ହୋଇଥିବା ୨୧ ଇଲେକ୍ଟୋରାଲ ଟ୍ରଷ୍ଟ ମଧ୍ୟରୁ ୧୪ଟି ନିର୍ବାଚନ କମିଶନଙ୍କ ନିକଟରେ ୨୦୧୯-୨୦ ବର୍ଷର ଚାନ୍ଦା ତଥ୍ୟ ଦାଖଲ କରିଥିବାବେଳେ କେବଳ ୭ଟିକୁ ଚାନ୍ଦା ମିଳିଥିବା ସେମାନେ ଘୋଷଣା କରିଥିଲେ।
ଭାଜପାକୁ ଭାଙ୍ଗିବାକୁ ପ୍ରୟାସ:ଟିଏମ୍ସିରେ ସାମିଲ ହେଲେ ଅନେକ ନେତା
କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ...
ମୋଦିଙ୍କୁ ଭେଟିଲେ ନଡ୍ଡା
ନୂଆଦିଲ୍ଲୀ,୬।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ଜାତୀୟ ସାଧାରଣ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ତାଙ୍କ...
ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ: ଶୀଘ୍ର ହଟାଅନି କରୋନା କଟକଣା…
ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍ଡାଉନ୍କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ...
ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...
କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…
ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...
ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ
ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି।...
ଟିକା ନେଲେ ବି ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରିପାରେ
ନୂଆଦିଲ୍ଲୀ, ୯।୬: ଭାରତରେ ପ୍ରଥମେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକାର ଉଭୟ ଡୋଜ୍ ନେଇଥିବା...
ପାଦୁକ ପାଣି ପିଇଲେ ଭଲ ହେଉଛି କରୋନା: ଭିଡ଼ିଓ ଭାଇରାଲ…
ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ...


