ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା ଦେଇ ପ୍ରପୋଜ କରେ ତ କିଏ କେକ୍ରେ ମୁଦି ରଖି ସାଥୀଙ୍କୁ ବିବାହ ପ୍ରସ୍ତାବ ଦେଇଥାନ୍ତି। ହେଲେ ଆମେ ଆପଣଙ୍କୁ ଏଭଳି ଜଣେ ଯୁବକଙ୍କ କାହାଣୀ ବିଷୟରେ କହିବୁ ଯିଏ ଅତି ନିଆରା ଢ଼ଙ୍ଗରେ ନିଜର ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି।
ପିଏଚ୍ଡି କରୁଥିବା ହନାନଙ୍କୁ ଗୁପ୍ଚୁପ୍ ବହୁତ ପସନ୍ଦ। ଯେଉଁ ସମୟରେ ବି ତାଙ୍କୁ ଗୁପ୍ଚୁପ୍ ଦେଲେ ସେ ଖାଇ ନେଇଥାନ୍ତି। ଏହାକୁ ନଜରରେ ରଖି ତାଙ୍କ ପ୍ରେମିକ ଗୁପ୍ଚୁପ୍ରେ ମୁଦି ଭର୍ତ୍ତି କରି ପ୍ରେମ ନିବେଦନ କରିଥିଲେ। ଏହା ଦେଖି ହନାନ ଖୁସିରେ ଆତ୍ମହରା ହୋଇଯାଇଥିଲେ। କାରଣ ସେ ଏଭଳି କଥାକୁ କେବେ ବି କଳ୍ପନା କରି ନ ଥିଲେ।
ଏନେଇ ଟୁଇଟ୍ କରି ହନାନ ଲେଖିଥିଲେ, ମୁଁ ଗୁପ୍ଚୁପ୍କୁ ବା କିଭଳି ମନା କରିପାରିବି। ଏହାଦେଖି ସେ ପ୍ରସ୍ତାବରେ ହଁ ଭରିଥିବା ସ୍ପଷ୍ଟ ହୋଇଥିଲା। ଏହି ଟୁଇଟ୍ ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.