E-Paper
  • logo
  • Wednesday 1st April 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ

ଚାଷୀ ନ ଥାଇ ଧାନ କିଣା
8:45 amJune 23, 2021

ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଡବ୍ଲ୍ୟୁଏସ୍‌ଏଚଜି) ୪୬୬୧.୨୨ କୁଇଣ୍ଟାଲ ଧାନ ଦୁର୍ନୀତି କରିଛନ୍ତି। ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରିସିପ୍ଟ ଜାରି କରାଯାଇଛି। ଏହିକ୍ରମରେ ସମ୍ପୃକ୍ତ ଗୋଷ୍ଠୀର କର୍ମକର୍ତ୍ତାମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତି କମିଶନରଙ୍କୁ ୨୩ା୪ା୨୦୨୧ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି ସୁପାରିସ କରିଥିଲେ। ଏହି ସୁପାରିସକୁ ଆଧାରକରି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ ଦାସ ୧୮ା୬ା୨୦୨୧ରେ ଉପରୋକ୍ତ ୭ ଜିଲାର ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଚାଷୀଙ୍କଠାରୁ ଭେଣ୍ଡର ରିସିପ୍ଟ ପରେ ଧାନ ସଂଗ୍ରହ ହୋଇ ନ ପାରିବାରୁ ଏଭଳି ଦୁର୍ନୀତିର ରହସ୍ୟ ଉନ୍ମୋଚନ ହୋଇପାରିଛି। କିନ୍ତୁ ବିନା ଚାଷୀରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅନୁରୂପ ଭାବେ ବହୁ କୁଇଣ୍ଟାଲ ଧାନ ଅର୍ଥ ହଡ଼ପ ହୋଇଥିବା ସନ୍ଦେହକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି। ତେଣୁ ଗତ ଖରିଫରେ ଧାନ ସଂଗ୍ରହରେ ଭାଗ ନେଇଥିବା ସମସ୍ତ ଡବ୍ଲ୍ୟୁଏସ୍‌ଏଚଜିର ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନିରପେକ୍ଷ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।
ଯାଜପୁର ଜିଲାରେ ୧୪୫ ପ୍ୟାକ୍ସ ଏବଂ ଏସ୍‌ଏଚଜି ଜରିଆରେ ୧୧ ଲକ୍ଷ ୪୨ କୁଇଣ୍ଟାଲ ଖରିଫ ଧାନସଂଗ୍ରହ କରାଯାଇଥିଲା। ଏଥିରେ ୨୩ ଏସ୍‌ଏଚ୍‌ଜି ଭାଗ ନେଇଥିଲେ। ଗତ ଖରିଫ ବର୍ଷ ୪୩,୮୧୧ ଜଣ ଚାଷୀ(ନୂଆ-୧୪,୦୪୮ ଓ ନବୀକରଣ-୨୯୭୬୩) ପଞ୍ଜୀକରଣ କରିଥିଲେ। ଏଥିରୁ ବହୁ କୁଇଣ୍ଟାଲ ଧାନ କାଗଜପତ୍ରରେ ସଂଗ୍ରହ ଚାଲିଛି ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ନିଜ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଚାଷୀ ଦର୍ଶାଇ ଜାଲ୍‌ କାଗଜପତ୍ରରେ ଧାନସଂଗ୍ରହ କରାଯାଇଥିଲା। ତେବେ ଏହି ବ୍ୟବଧାନକୁ ପୂରଣ କରିବାକୁ ଏଠାରେ ବାହାର ଜିଲାରୁ କମ୍‌ ଦରରେ ଧାନ କିଣାଯାଇଛି। ଏପରିକି ମିଲର୍ସମାନଙ୍କ ସହ ହାତ ମିଳାଇ ପିଡିଏସ୍‌ ଚାଉଳକୁ ରିସାଇକ୍ଲିଂ କରି କାଗଜପତ୍ର ଅପ୍‌ଡେଟ୍‌ କରାଯାଇଥିବା ଚର୍ଚ୍ଚା ହେଉଛି। ୨୦୧୯ରେ ଯାଜପୁର ଜିଲା ମାର୍କଣ୍ଡପୁର ପ୍ୟାକ୍ସରେ ୪ ଚାଷୀଙ୍କ ନାମରେ ଏଭଳି ମିଥ୍ୟା କାଗଜପତ୍ର ଜରିଆରେ ଧାନ କିଣାଯାଇ ପ୍ରାୟ ୧୯ ଲକ୍ଷ ଟଙ୍କା ହଡପ ହୋଇଥିବା ନଜିର ରହିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଅଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନ୍ୟ କେତେକ ପ୍ୟାକ୍ସରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଉପରେ ତଦନ୍ତ ଜାରି ରହିଛି। ତେବେ ଏହି ଖରିଫ ଧାନ କିଣାରେ ଏସ୍‌ଏଚଜିମାନଙ୍କୁ ହାତ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଦୁର୍ନୀତି କରୁଥିବା କୁହାଯାଉଛି। ଯାଜପୁର ଜିଲାର ବାବା ଆଖଣ୍ଡଳମଣି ଏସ୍‌ଏଚଜି ଚଞ୍ଚକତା କରି ୧୦୩.୩ କୁଇଣ୍ଟାଲ ଧାନ କିଣିଛି। ଅନ୍ୟପକ୍ଷେ ବରଗଡ଼ ଜିଲାର ୩, ଭଦ୍ରକର ୫, ଗଞ୍ଜାମର ୭, ନୂଆପଡ଼ାର ୧, ସମ୍ବଲପୁରର ୧୨ ଓ ସୁବର୍ଣ୍ଣପୁରର ୪ ଏସ୍‌ଏଚଜି ଏହି ମିଥ୍ୟା ଧାନ କିଣାରେ ସାମିଲ ହୋଇଥିବା ଖାଦ୍ୟ ଯୋଗାଣ ଓ କଲ୍ୟାଣ ବିଭାଗ ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ସମ୍ବଲପୁର ଜିଲାର କେଛୁଆପାଣି ବିଶବ ଏସ୍‌ଏଚ୍‌ଜି ନାମରେ ସର୍ବାଧିକ ୧୨୮୭.୪୩ କୁଇଣ୍ଟାଲ ମିଥ୍ୟା ଧାନ କିଣାଯାଇଛି। ତେବେ ଏହି ଦୁର୍ନୀତି ପଛରେ କେବଳ ଏସ୍‌ଏଚ୍‌ଜି ନୁହେଁ, ପ୍ୟାକ୍ସ କର୍ମକର୍ତ୍ତାଙ୍କ ଜରିଆରେ ଚଞ୍ଚକତା କରି ବିପୁଳ ପରିମାଣର ଧାନ କିଣାଯାଇ ସରକାରଙ୍କ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ଉଠିଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All

ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର

ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୮।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୫ ଜଣଙ୍କ ଜୀବନ...

୧୭ ଜିଲାରେ ଆରମ୍ଭ ହେବ ଡିଏଲ୍‌ ଟେଷ୍ଟ୍‌

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍‌ଟିଓ ପକ୍ଷରୁ...

ରାସ୍ତାକୁ ଚାଲି ଆସିଲା ଗାଈ, ଓଲଟିଲା କାର

ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ...

କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ

ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ...

ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌

ବ୍ରହ୍ମପୁର ଅଫିସ,୫ା୬: ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।...

ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ

ମହାକାଳପଡ଼ା,୪।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ...

ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୬ ଜୀବନ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଧରିତ୍ରୀ କାର୍ଟୁନ୍‍ – Dharitri Cartoon
Next Post Next post:
ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ଉପରେ ୫% ସୁଧ ଛାଡ଼ ହେବ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts