ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଡବ୍ଲ୍ୟୁଏସ୍ଏଚଜି) ୪୬୬୧.୨୨ କୁଇଣ୍ଟାଲ ଧାନ ଦୁର୍ନୀତି କରିଛନ୍ତି। ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରିସିପ୍ଟ ଜାରି କରାଯାଇଛି। ଏହିକ୍ରମରେ ସମ୍ପୃକ୍ତ ଗୋଷ୍ଠୀର କର୍ମକର୍ତ୍ତାମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତି କମିଶନରଙ୍କୁ ୨୩ା୪ା୨୦୨୧ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି ସୁପାରିସ କରିଥିଲେ। ଏହି ସୁପାରିସକୁ ଆଧାରକରି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ବିଶ୍ୱଜିତ ଦାସ ୧୮ା୬ା୨୦୨୧ରେ ଉପରୋକ୍ତ ୭ ଜିଲାର ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଚାଷୀଙ୍କଠାରୁ ଭେଣ୍ଡର ରିସିପ୍ଟ ପରେ ଧାନ ସଂଗ୍ରହ ହୋଇ ନ ପାରିବାରୁ ଏଭଳି ଦୁର୍ନୀତିର ରହସ୍ୟ ଉନ୍ମୋଚନ ହୋଇପାରିଛି। କିନ୍ତୁ ବିନା ଚାଷୀରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଅନୁରୂପ ଭାବେ ବହୁ କୁଇଣ୍ଟାଲ ଧାନ ଅର୍ଥ ହଡ଼ପ ହୋଇଥିବା ସନ୍ଦେହକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି। ତେଣୁ ଗତ ଖରିଫରେ ଧାନ ସଂଗ୍ରହରେ ଭାଗ ନେଇଥିବା ସମସ୍ତ ଡବ୍ଲ୍ୟୁଏସ୍ଏଚଜିର ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନିରପେକ୍ଷ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।
ଯାଜପୁର ଜିଲାରେ ୧୪୫ ପ୍ୟାକ୍ସ ଏବଂ ଏସ୍ଏଚଜି ଜରିଆରେ ୧୧ ଲକ୍ଷ ୪୨ କୁଇଣ୍ଟାଲ ଖରିଫ ଧାନସଂଗ୍ରହ କରାଯାଇଥିଲା। ଏଥିରେ ୨୩ ଏସ୍ଏଚ୍ଜି ଭାଗ ନେଇଥିଲେ। ଗତ ଖରିଫ ବର୍ଷ ୪୩,୮୧୧ ଜଣ ଚାଷୀ(ନୂଆ-୧୪,୦୪୮ ଓ ନବୀକରଣ-୨୯୭୬୩) ପଞ୍ଜୀକରଣ କରିଥିଲେ। ଏଥିରୁ ବହୁ କୁଇଣ୍ଟାଲ ଧାନ କାଗଜପତ୍ରରେ ସଂଗ୍ରହ ଚାଲିଛି ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ନିଜ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଚାଷୀ ଦର୍ଶାଇ ଜାଲ୍ କାଗଜପତ୍ରରେ ଧାନସଂଗ୍ରହ କରାଯାଇଥିଲା। ତେବେ ଏହି ବ୍ୟବଧାନକୁ ପୂରଣ କରିବାକୁ ଏଠାରେ ବାହାର ଜିଲାରୁ କମ୍ ଦରରେ ଧାନ କିଣାଯାଇଛି। ଏପରିକି ମିଲର୍ସମାନଙ୍କ ସହ ହାତ ମିଳାଇ ପିଡିଏସ୍ ଚାଉଳକୁ ରିସାଇକ୍ଲିଂ କରି କାଗଜପତ୍ର ଅପ୍ଡେଟ୍ କରାଯାଇଥିବା ଚର୍ଚ୍ଚା ହେଉଛି। ୨୦୧୯ରେ ଯାଜପୁର ଜିଲା ମାର୍କଣ୍ଡପୁର ପ୍ୟାକ୍ସରେ ୪ ଚାଷୀଙ୍କ ନାମରେ ଏଭଳି ମିଥ୍ୟା କାଗଜପତ୍ର ଜରିଆରେ ଧାନ କିଣାଯାଇ ପ୍ରାୟ ୧୯ ଲକ୍ଷ ଟଙ୍କା ହଡପ ହୋଇଥିବା ନଜିର ରହିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଅଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନ୍ୟ କେତେକ ପ୍ୟାକ୍ସରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଉପରେ ତଦନ୍ତ ଜାରି ରହିଛି। ତେବେ ଏହି ଖରିଫ ଧାନ କିଣାରେ ଏସ୍ଏଚଜିମାନଙ୍କୁ ହାତ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଦୁର୍ନୀତି କରୁଥିବା କୁହାଯାଉଛି। ଯାଜପୁର ଜିଲାର ବାବା ଆଖଣ୍ଡଳମଣି ଏସ୍ଏଚଜି ଚଞ୍ଚକତା କରି ୧୦୩.୩ କୁଇଣ୍ଟାଲ ଧାନ କିଣିଛି। ଅନ୍ୟପକ୍ଷେ ବରଗଡ଼ ଜିଲାର ୩, ଭଦ୍ରକର ୫, ଗଞ୍ଜାମର ୭, ନୂଆପଡ଼ାର ୧, ସମ୍ବଲପୁରର ୧୨ ଓ ସୁବର୍ଣ୍ଣପୁରର ୪ ଏସ୍ଏଚଜି ଏହି ମିଥ୍ୟା ଧାନ କିଣାରେ ସାମିଲ ହୋଇଥିବା ଖାଦ୍ୟ ଯୋଗାଣ ଓ କଲ୍ୟାଣ ବିଭାଗ ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ସମ୍ବଲପୁର ଜିଲାର କେଛୁଆପାଣି ବିଶବ ଏସ୍ଏଚ୍ଜି ନାମରେ ସର୍ବାଧିକ ୧୨୮୭.୪୩ କୁଇଣ୍ଟାଲ ମିଥ୍ୟା ଧାନ କିଣାଯାଇଛି। ତେବେ ଏହି ଦୁର୍ନୀତି ପଛରେ କେବଳ ଏସ୍ଏଚ୍ଜି ନୁହେଁ, ପ୍ୟାକ୍ସ କର୍ମକର୍ତ୍ତାଙ୍କ ଜରିଆରେ ଚଞ୍ଚକତା କରି ବିପୁଳ ପରିମାଣର ଧାନ କିଣାଯାଇ ସରକାରଙ୍କ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ଉଠିଛି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଆରପାରିରେ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ
ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...
ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ
ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ...
ସଙ୍କଟରେ ଇସ୍ପାତ ଶିଳ୍ପ
ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍...
ଲକ୍ଡାଉନ୍ରେ ବଢ଼ିଛି ମାଦକଦ୍ରବ୍ୟ କାରବାର
ଜଗତ୍ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍ସିଂହପୁର ଜିଲାରେ ଲକ୍ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
୧୦ରେ ବର୍ଷର ପ୍ରଥମ, ଶେଷ ବଳୟ ସୂର୍ଯ୍ୟୋପରାଗ
ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍ଲାଣ୍ଡ...
ପରୀ ପରେ ବେବିନାଙ୍କୁ ହତ୍ୟା
ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...


