ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଏହି ଚିଠା ଆଧାର (ପ୍ରମାଣୀକରଣ ଓ ଅଫ୍ଲାଇନ ଯାଞ୍ଚ) ନିୟମାବଳୀ, ୨୦୨୧ ଅନୁଯାୟୀ ଜଣେ କାର୍ଡଧାରୀ ତାଙ୍କ ବାୟୋମେଟ୍ରିକ୍କୁ ସ୍ଥାୟୀ ଭାବେ ଲକ୍ କରିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ। ବାୟୋମେଟ୍ରିକ୍ ପ୍ରମାଣୀକରଣ ପାଇଁ ଆବଶ୍ୟକ ସମୟରେ ଏହାକୁ ଅସ୍ଥାୟୀ ଭାବେ ଅନ୍ଲକ୍ କରାଯାଇପାରିବ। ଲକ୍ ହୋଇଥିବା ବାୟୋମେଟ୍ରିକ୍ ରେକର୍ଡ କ୍ଷେତ୍ରରେ ପ୍ରମାଣୀକରଣ ହୋଇପାରିବ ନାହିଁ। ଆଧାର (ପ୍ରମାଣୀକରଣ) ନିୟମାବଳୀ, ୨୦୧୬ ପରିବର୍ତ୍ତେ ଏହି ଚିଠା ନିୟମାବଳୀ ଲାଗୁ ହେବାକୁ ଯାଉଛି। ଆଧାର ତଥ୍ୟ ଚୋରି ଏବଂ ବାୟୋମେଟ୍ରିକର ବେଆଇନ ବ୍ୟବହାର ହେଉଥିବାରୁ ଗୋପନୀୟତା ଉଲ୍ଲଂଘନ ନେଇ ଚିନ୍ତାବ୍ୟକ୍ତ କରାଯାଉଥିଲା। ନୂଆ ନିୟମରେ କାର୍ଡଧାରୀଙ୍କୁ ପ୍ରାମାଣୀକରଣ ପାଇଁ ଅସ୍ଥାୟୀ ଭାବେ ତାଙ୍କ ବାୟୋମେଟିକ୍ସକୁ ଅନ୍ଲକ କରିବା ପାଇଁ ଅନୁମତି ଦିଆଯିବ। ଏଥିପାଇଁ କର୍ତ୍ତୃପକ୍ଷ ଯେତିକି ସମୟ ଦେଇଥିବେ, ତାହାଠାରୁ ଅଧିକ ସମୟ ଅନ୍ଲକ କରାଯାଇପାରିବ ନାହିଁ। ପ୍ରମାଣୀକରଣ କାର୍ଯ୍ୟ ଶେଷ ହେଲେ ଏହା ପୁନର୍ବାର ଲକ୍ ହୋଇଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.