ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ ୧ ଟନ ଗଞ୍ଜେଇ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏକ ଟ୍ରକ୍ରେ ଗଞ୍ଜେଇ ମହାରାଷ୍ଟ୍ର ଚାଲାଣ ହେଉଥିବା ଖବର ପାଇ ଥାନା ଅଧିକାରୀ ଆଦିତ୍ୟ ମହାକୁଡ କୋରାପୁଟ ଘାଟିରେ ଜଗି ରହିଥିଲେ। ଟ୍ରକ୍ (ନଂ.ଏମ୍ଏଚ୍ ୧୮ ବିଜି- ୫୫୪୧) ଘାଟିରେ ପହଞ୍ଚିବା ପରେ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ମୁଢି ବସ୍ତା ଭିତରୁ ଗଞ୍ଜେଇ ମିଳିଥିଲା। ଘଟଣାର ଅଧିକ ତଦନ୍ତ ଚାଳିଥିବା ଥାନା ଅଧିକାରୀ ମହାକୁଡ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜେଇ ଚାଲାଣକାରୀମାନେ ପରିବା ବସ୍ତା, ପଣସ ବସ୍ତା ଭିତରେ ଗଞ୍ଜେଇ ପୂରାଇ ନେଉଥିବା ବେଳେ ଧରାପଡିଥିଲେ। ଏବେ ପୋଲିସ ନଜର ହଟାଇବା ପାଇଁ ସେମାନେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ନେଉଥିଲେ।
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ View All
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...
ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି...
୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା
ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ...
କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’
ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ...
ଦୁର୍ଘଟଣାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ, ନିଜ କାର୍ ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ
କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶନିବାର ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା...
ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ଉପରେ ୫% ସୁଧ ଛାଡ଼ ହେବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରୁ ରାଜ୍ୟ ସରକାର ଋଣ ଭାର କମ୍...
ଅତଡ଼ା ଖସୁଛି, ଲୋକେ ଛାନିଆ
ପୁରୁଣା ଭୁବନେଶ୍ୱର,୨୪।୬(ଡି.ଏନ୍.ଏ.): ଏକାମ୍ର ଯୋଜନା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...


