ନୂଆଦିଲ୍ଲୀ,୧୬ା୬: ୨୦୧୨ରେ ଇଟାଲୀର ୨ ନୌସୈନିକ(ମରିନ୍)ଙ୍କ ଦ୍ୱାରା କେରଳ ଉପକୂଳରେ ୨ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାର ଶୁଣାଣିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ଏହାସହ ଦୁଇ ମୃତକଙ୍କ ପରିବାରକୁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବା ନେଇ ସୁନିଶ୍ଚିତ କରିବାକୁ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ ଫେବୃୟାରୀ ୧୫ରେ କେରଳର ୨ ମତ୍ସ୍ୟଜୀବୀ ଜେଲେଷ୍ଟାଇନ୍ ଏବଂ ଅଜିଶ ପିଙ୍କୁ ନିନ୍ଦାକାର ହାର୍ବରକୁ ମାଛ ଧରିବାକୁ ଯାଇଥିଲେ। ଦୁହେଁ ସେଣ୍ଟ ଆଣ୍ଟୋନି ବୋଟ୍ରେ ଲାକ୍ଷାଦ୍ୱୀପ ଆଡ଼କୁ ଗଭୀର ସମୁଦ୍ରରେ ମାଛ ଧରିବାକୁ ଯାଇ ଫେରିବାବେଳେ ସିଙ୍ଗାପୁରରୁ ଇଜିପ୍ଟ ଯାଉଥିବା ଅଏଲ୍ ଟ୍ୟାଙ୍କର ଏମ୍ଭି ଏନ୍ରିକା ଲେକ୍ସି ସହ ମୁହଁାମୁହଁି ହୋଇଥିଲେ। ଏହା ଏକ ଇଟାଲୀୟ ଜାହାଜ ଥିଲା। ସେଥିରେ ୧୯ ଭାରତୀୟଙ୍କ ସମେତ ୩୪ କ୍ରିଉ ମେମ୍ବର ଥିଲେ। ଜାହାଜରେ ମୁତୟନ ଇଟାଲୀର ଦୁଇ ମରିନ୍୍ ସଲ୍ଭାଟୋର ଗିରୋନ୍ ଏବଂ ମସିମିଲିଆନୋ ଲଟୋର ଉଭୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଇଟାଲୀ ସରକାର ଏଥିପାଇଁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଏହାସହ ୨ ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ଇଟାଲୀରେ ଆପରାଧିକ ମାମଲା ଚଳାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଏମ୍.ଆର୍. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ବନ୍ଦ କରି ଦୁଇ ଇଟାଲୀୟ ନୌସୈନିକଙ୍କ ବିରୋଧରେ ଏଫ୍ଆଇଆର୍କୁ ରଦ୍ଦ କରିଛନ୍ତି। କହିଛନ୍ତି, ଅନ୍ତର୍ଜାତୀୟ ଆଇନ ଅନୁସାରେ ଭାରତ କ୍ଷତିପୂରଣ ପାଇଛି। ଏହି ରାଶି ଯୁକ୍ତିଯୁକ୍ତ ଓ ପର୍ଯ୍ୟାପ୍ତ। ଇଟାଲୀ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ନିଜ କୋର୍ଟରେ ମାମଲା ଚଳାଇବ। ସୁପ୍ରିମକୋର୍ଟ ରେଜେଷ୍ଟ୍ରିରେ ଜମା ଥିବା ଏହି ଅର୍ଥକୁ କେରଳ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ। ହାଇକୋର୍ଟ ୧୦ କୋଟିରୁ ୪ କୋଟି ଟଙ୍କା ଲେଖାଏ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ନାମରେ ଜମା କରିବେ। ବୋଟ୍ ମାଲିକଙ୍କୁ ୨ କୋଟି ଟଙ୍କା ଦିଆଯିବ।
୩ କିଲୋମିଟର ଦୂର କାନ୍ଧରେ ବସି କନ୍ୟାଙ୍କ ଘରେ ପହଞ୍ଚିଲେ ବର, କାରଣ ଜାଣିଲେ…
ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର...
ଭାକ୍ସିନ୍ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା…
ପାଟନା,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ...
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’
ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲା...
ତୃତୀୟ ଲହର ମୁକାବିଲା ପ୍ରସ୍ତୁତି: ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ଦିଆଯିବ ତାଲିମ୍
ନୂଆଦିଲ୍ଲୀ,୧୬।୫: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଧ୍ୟାନରେ ରଖି...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...


