ନୂଆଦିଲ୍ଲୀ,୧୬ା୬: ୨୦୧୨ରେ ଇଟାଲୀର ୨ ନୌସୈନିକ(ମରିନ୍)ଙ୍କ ଦ୍ୱାରା କେରଳ ଉପକୂଳରେ ୨ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାର ଶୁଣାଣିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ଏହାସହ ଦୁଇ ମୃତକଙ୍କ ପରିବାରକୁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବା ନେଇ ସୁନିଶ୍ଚିତ କରିବାକୁ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ ଫେବୃୟାରୀ ୧୫ରେ କେରଳର ୨ ମତ୍ସ୍ୟଜୀବୀ ଜେଲେଷ୍ଟାଇନ୍ ଏବଂ ଅଜିଶ ପିଙ୍କୁ ନିନ୍ଦାକାର ହାର୍ବରକୁ ମାଛ ଧରିବାକୁ ଯାଇଥିଲେ। ଦୁହେଁ ସେଣ୍ଟ ଆଣ୍ଟୋନି ବୋଟ୍ରେ ଲାକ୍ଷାଦ୍ୱୀପ ଆଡ଼କୁ ଗଭୀର ସମୁଦ୍ରରେ ମାଛ ଧରିବାକୁ ଯାଇ ଫେରିବାବେଳେ ସିଙ୍ଗାପୁରରୁ ଇଜିପ୍ଟ ଯାଉଥିବା ଅଏଲ୍ ଟ୍ୟାଙ୍କର ଏମ୍ଭି ଏନ୍ରିକା ଲେକ୍ସି ସହ ମୁହଁାମୁହଁି ହୋଇଥିଲେ। ଏହା ଏକ ଇଟାଲୀୟ ଜାହାଜ ଥିଲା। ସେଥିରେ ୧୯ ଭାରତୀୟଙ୍କ ସମେତ ୩୪ କ୍ରିଉ ମେମ୍ବର ଥିଲେ। ଜାହାଜରେ ମୁତୟନ ଇଟାଲୀର ଦୁଇ ମରିନ୍୍ ସଲ୍ଭାଟୋର ଗିରୋନ୍ ଏବଂ ମସିମିଲିଆନୋ ଲଟୋର ଉଭୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଇଟାଲୀ ସରକାର ଏଥିପାଇଁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଏହାସହ ୨ ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ଇଟାଲୀରେ ଆପରାଧିକ ମାମଲା ଚଳାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଏମ୍.ଆର୍. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ବନ୍ଦ କରି ଦୁଇ ଇଟାଲୀୟ ନୌସୈନିକଙ୍କ ବିରୋଧରେ ଏଫ୍ଆଇଆର୍କୁ ରଦ୍ଦ କରିଛନ୍ତି। କହିଛନ୍ତି, ଅନ୍ତର୍ଜାତୀୟ ଆଇନ ଅନୁସାରେ ଭାରତ କ୍ଷତିପୂରଣ ପାଇଛି। ଏହି ରାଶି ଯୁକ୍ତିଯୁକ୍ତ ଓ ପର୍ଯ୍ୟାପ୍ତ। ଇଟାଲୀ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ନିଜ କୋର୍ଟରେ ମାମଲା ଚଳାଇବ। ସୁପ୍ରିମକୋର୍ଟ ରେଜେଷ୍ଟ୍ରିରେ ଜମା ଥିବା ଏହି ଅର୍ଥକୁ କେରଳ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ। ହାଇକୋର୍ଟ ୧୦ କୋଟିରୁ ୪ କୋଟି ଟଙ୍କା ଲେଖାଏ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ନାମରେ ଜମା କରିବେ। ବୋଟ୍ ମାଲିକଙ୍କୁ ୨ କୋଟି ଟଙ୍କା ଦିଆଯିବ।
ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ
ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...
ବିହାର ବଢ଼ାଇଦେଲା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ...
ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର
ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...
ଡାକ୍ତରଙ୍କ ଘରୁ ମିଳିଲା ହଜାର ହଜାର ସଂଖ୍ୟାରେ ନକଲି ଇଞ୍ଜେକଶନ
ନୂଆଦିଲ୍ଲୀ,୨୦।୬: ବ୍ଲାକ ଫଙ୍ଗ୍ସରେ ପୀଡ଼ିତ ରୋଗୀଙ୍କୁ ଦିଆଯାଉଥିବା ଲିପୋସୋମାଲ ଆମ୍ଫୋଟେରିକିନ-ବି’ର ନକଲି ଇଞ୍ଜେକଶନ ଉତ୍ପାଦନ ଓ ବିକ୍ରି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ...
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ନୂଆ ଭାରିଆଣ୍ଟ୍ ଦ୍ୱାରା ୩ ପ୍ରତିଶତ ଶିଶୁ ହେବେ ଗୁରୁତର: ନୀତି ଆୟୋଗ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...
ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...


