ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର ଦଉଡ଼ି ଏବଂ ଘେର ଦଉଡ଼ି ପୁରୀରେ ପହଞ୍ଚତ୍ଛି। ଏକ ଟ୍ରକ ଯୋଗେ ପୁରୀରେ ୧୪ଟି ରଥ ଦଉଡ଼ି ଏବଂ ୬ଟି କର୍ଡନ ଦଉଡ଼ି ପହଞ୍ଚତ୍ଛି। ସମୁଦାୟ ୨୦ଟି ଦଉଡ଼ିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ପୁରୀ ଜିଲା ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମ ରଥଯାତ୍ରା ପାଇଁ ସମସ୍ତ ରଥ ଦଉଡ଼ି ନିର୍ମାଣ କରିଛି। ପ୍ରାୟ ଏକ ମାସ ଧରି ୧୪ଜଣ କାରିଗର କୋଭିଡ୍ କଟକଣା ମାନି ଦଉଡ଼ିଗୁଡିକୁ ପ୍ରସ୍ତୁତ କରିଛନ୍ତି। ଆସିଥିବା ରଥ ଦଉଡ଼ିଗୁଡିକର ଲମ୍ବ ୨୨୦ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ଇଞ୍ଚ। ସେହିପରି ଆଉଟଡୋର କର୍ଡନ ବା ବାହାର ଘେର ଦଉଡ଼ିର ଲମ୍ବ ୪୫୦ ଫୁଟ ହୋଇଥିବା ବେଳେ ୪ଇଞ୍ଚ ଗୋଲେଇ ରହିଛି। ଇନର କର୍ଡନର ଲମ୍ବ ୧୦୦ ମିଟର ସହ ଗୋଲେଇ ୪ ଇଞ୍ଚ ରହିଛି। ତେବେ ସମସ୍ତ ରଥ ଦଉଡ଼ିକୁ ସୁରକ୍ଷିତ ଭାବରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଖାଯାଇଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର’
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର (ଏନ୍ଏଚ୍ସିଭିସି) କରିବାକୁ କେନ୍ଦ୍ର...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
‘ବିଜୁ ଏକ୍ସପ୍ରେସ୍ ଓ୍ବେ’କୁ ୪୪୮ କୋଟି
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି।...
ରାତିରେ ଶୋଇଥିଲେ, ଦଂଶିଲା ସାପ
ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...
ଆରପାରିରେ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ
ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...
ପାଦରୁ ଲିଭିନି ଅଳତା ଚାଲିଗଲା ନବବଧୂଙ୍କ ଜୀବନ
ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ହାତରୁ ମେହେନ୍ଦୀ ଓ ପାଦରୁ ଅଳତା ଲିଭିନି ହେଲେ ଜଳିଲା ଜୁଇ l ଏମିତି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲା ରମ୍ଭା...
ଶ୍ୱାସ ନେବାକୁ ସଂଘର୍ଷ
ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...
ହୋମଗାର୍ଡ଼ଙ୍କ ସହ ମିଶି ଲୁଟ କରିଥିଲେ ବୋଲେରୋ
ସୋହେଲା,୧୨।୬୫: ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଅଞ୍ଚଳରୁ ଗତ ୮ ତାରିଖ ଏକ ବୋଲେରୋ ଗାଡ଼ି ଲୁଟ୍ ହୋଇଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ...


