କାର୍ବିସ୍ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ ଦୃଢ଼ ଜବାବ ଦେଇଛି ବେଜିଂ। କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ବିଶ୍ୱର ଭାଗ୍ୟ ନିୟନ୍ତ୍ରଣ କରିବା ସମୟ ଚାଲିଗଲାଣି ବୋଲି ଚାଇନା ରବିବାର ଜି ୭ ନେତାମାନଙ୍କୁ ସତର୍କ କରାଇ ଦେଇଛି। ଚାଇନାର ବର୍ଦ୍ଧିତ ଶକ୍ତିର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକର ମିଳିତ ଉଦ୍ୟମକୁ ବେଜିଂ ସମାଲୋଚନା କରିଛି। ୧୯୯୧ରେ ସୋଭିଏଟ୍ ୟୁନିୟନ ଭୁଶୁଡ଼ିବା ସହ ଶୀତଳ ଯୁଦ୍ଧର ଅନ୍ତ ଘଟିଥିଲା। ଏହା ପରେ ଚାଇନା ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବେ ମୁଣ୍ଡ ଟେକିଛି। ଚାଇନାର ଶକ୍ତିବୃଦ୍ଧି ଆମେରିକାକୁ ହତୋତ୍ସାହିତ କରିଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଚାଇନାକୁ ମୁଖ୍ୟ ରଣନୀତିକ ପ୍ରତିଦ୍ୱନ୍ଦ୍ୱୀ ବିବେଚନା କରୁଛନ୍ତି। ଦିନ ଥିଲା ଯେତେବେଳେ ଏକ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ସାରା ବିଶ୍ୱ ଉପରେ ନିଷ୍ପତ୍ତି ନେଉଥିଲା। ଏବେ ସେ ସମୟ ଆଉ ନାହିଁ ବୋଲି ଲଣ୍ଡନରେ ଥିବା ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି। ରାଷ୍ଟ୍ର ଛୋଟ ହେଉ କି ବଡ଼, ଶକ୍ତିଶାଳୀ ହେଉ ଅଥବା ଦୁର୍ବଳ, ଧନୀ ହେଉ କି ଗରିବ; ବିଶ୍ୱ ବ୍ୟାପାର ସବୁ ଦେଶ ସହ ପରାମର୍ଶ ମାଧ୍ୟମରେ ପରିଚାଳନା ହେବା ଚାଇନା ବିଶ୍ୱାସ କରେ ବୋଲି ସେ କହିଛନ୍ତି। ଜାତିସଂଘ ନୀତି ଆଧାରରେ ଅନ୍ତର୍ଜାତୀୟ ନିର୍ଦ୍ଦେଶନାମା ହେଉଛି ଏକମାତ୍ର ବୈଧ ବୈଶ୍ୱିକ ପ୍ରଣାଳୀ, ତଥାକଥିତ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ନିୟମାବଳୀ ନୁହେଁ ବୋଲି ଚାଇନା ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ବିରୋଧ କରାଯାଇ ଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍ (ବିଶ୍ୱ ଭିତ୍ତିଭୂମି ଯୋଜନା) ଗୃହୀତ ହୋଇଥିଲା। ଗରିବ ରାଷ୍ଟ୍ରଗୁଡ଼ିକରେ ଉଚ୍ଚ ମାନର ଭିତ୍ତିଭୂମି ବିକାଶ ଲାଗି ସହାୟତା ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।
Posted inଅନ୍ତର୍ଜାତୀୟ View All
ଇରାନ ନୌସେନା ଜାହାଜ ଜଳିଗଲା
ତେହରାନ, ୩ା୬: ଇରାନ ନୌସେନାର ବୃହତ୍ତମ ଯୁଦ୍ଧ ଜାହାଜରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବା ସହ ଏହା ଗଲ୍ଫ ଅଫ୍ ଓମାନରେ ବୁଡ଼ିଯାଇଛି। ଏପରି...
ବିମାନ ଦୁର୍ଘଟଣାରେ ୭ ମୃତ
ମସ୍କୋ,୧୯।୬: ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଆହତ...
ଆଇଜାକ୍ ହର୍ଜୋଗ୍ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ...
ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି
ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...
ନେଫ୍ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ୍, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ...
ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…
ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ...
ରାଷ୍ଟ୍ରପତି ବାଇଡେନଙ୍କ ପୁଅ କଲ୍ଗର୍ଲଙ୍କୁ ଦେଲେ ୧୮ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୨୪ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ୨୦୧୮ରେ ଜଣେ କଲ୍ଗର୍ଲଙ୍କ ସହିତ ହୋଟେଲରେ ରାତି କଟାଇଥିଲେ। ଯାହାକି ତାଙ୍କ ପିତା ଜୋ-ବାଇଡେନଙ୍କ ଉପରେ...
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...


