ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି ପରିଧି ମଧ୍ୟରେ ଥିବା ପାରାଦୀପ ଥାନା ଅନ୍ତର୍ଗତ ପିପିଏଲ ସାରରୋଡ, ବାଉରିଆ ପାଳନ୍ଦା, ବାଲିଝରା ଏବଂ କାଳୀମନ୍ଦିର ନିକଟରେ ଫର୍ନେସ ଅଏଲ (ଏଫ୍ଓ) ଅପମିଶ୍ରଣ କରାଯାଇ ଯାଜପୁର ଜିଲା କଳିଙ୍ଗନଗର ସମେତ କେନ୍ଦୁଝର, ରାଉରକେଲା, ଅନୁଗୋଳ, ଝାରସୁଗୁଡ଼ା ଆଦି ସ୍ଥାନକୁ ପରିବହନ କରାଯାଉଛି। ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏହି କାରବାର ଚାଲିଛି। ଅଭିଯୋଗ ହେଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ପୋଲିସ କେବଳ ଅପମିଶ୍ରଣ ଡିପୋ ସ୍ଥାନାନ୍ତର କରୁଛି। ଏହି କାରବାରରେ ରାଜ୍ୟ ବାହାରର ଲୋକମାନେ ନିୟୋଜିତ ଥିବାରୁ ପୋଲିସ ପାଇଁ ମାସିକ ବଟି ଆଦାୟ କରିବା ସହଜ ହୋଇଛି ବୋଲି ଅଭିଯୋଗ ହୋଇଛି।
ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ଶିଳ୍ପ କାରଖାନାକୁ ମୂଲ୍ୟବାନ ଫର୍ନେସ ଅଏଲ ଟ୍ୟାଙ୍କରରେ ପରିବହନ ହେଉଛି। ଯେତେ ପରିମାଣର ଫର୍ନେସ ଅଏଲ ଟ୍ୟାଙ୍କରରୁ କଢା ଯାଉଛି ସେହି ପରିମାଣର ପାଣି ଓ କିଛି ରାସାୟନିକ ଦ୍ରବ୍ୟ ମିଶାଇ ପୁଣି ଗନ୍ତବ୍ୟସ୍ଥଳକୁ ରପ୍ତାନୀ କରାଯାଉଛି। ପୂର୍ବରୁ ରାଜପଥ କଡରେ ପୁରୁଣା ଟ୍ୟାଙ୍କର ରଖାଯାଉଛି। ସେହି ଟ୍ୟାଙ୍କରରେ ପରିବହନ ଗାଡିରୁ ଫର୍ନେସ ଅଏଲ କଢାଯାଇ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ପୂର୍ଣ୍ଣ ହୋଇଗଲେ ତାହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଇ କମ ଦରରେ ବିକ୍ରି କରାଯାଉଛି। ଗୋଟିଏ ଟ୍ୟାଙ୍କରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫର୍ନେସ ଅଏଲ ରହୁଛି। ଏହି କାରବାରରେ କେତେଜଣ ଅସାଧୁ ବ୍ୟକ୍ତି ଓ ପୋଲିସ ଲାଭବାନ ହେଉଥିବା ବେଳେ ନିମ୍ନମାନର ଫର୍ନେସ ଅଏଲ ବ୍ୟବହାର କରି ଶିଳ୍ପ କମ୍ପାନୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଜଣେ କାରଖାନା କର୍ମଚାରୀ ପ୍ରକାଶ କରିଛନ୍ତି। କୋଲକୋତାର ଏକ ଫର୍ନେସ ଅଏଲ ପରିବହନ ସଂସ୍ଥା ଦ୍ୱାରା ଏହି ର଼୍ୟାକେଟ ଦୀର୍ଘବର୍ଷ ହେଲା ସକ୍ରିୟ ରହିଛି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ କଳିଙ୍ଗନଗରର ଏକ ଶିଳ୍ପସଂସ୍ଥାରେ ଫର୍ନେସ ଅଏଲର ଗୁଣବତ୍ତା ଓ ସ୍ବଚ୍ଛତା ମାପିବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ପରିବହନ ସଂସ୍ଥା ମାସିକ ଚାନ୍ଦା ଦେଇ ନିଜ କବଜାରେ ରଖିଛି। ଫଳରେ କମ୍ ଦରମା ପାଉଥିବା ସେହି ଶିଳ୍ପ ସଂସ୍ଥାର କର୍ମଚାରୀମାନେ ରାଜକୀୟ ଜୀବନଯାପନ କରୁଥିବା ଚର୍ଚ୍ଚା ହେଉଛି।
୨୦୨୦ ମେ ମାସରେ ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଉକ୍ତ କାରଖାନା ପରିସରରେ ୨ ଏଫ୍ଓ ଟ୍ୟାଙ୍କରକୁ ଏଭଳି ଅଭିଯୋଗରେ ଅଟକ ରଖାଯାଇଥିଲା। ଏଥିରେ ସଂପୃକ୍ତ ଏଫ୍ଓ ପରିବହନ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ମୂଲଚାଲ କରି ଛାଡି ଦିଆଯାଇଥିଲା। ଅଭିଯୋଗ ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରୁଥିବା ସମୟରେ ସେହି କାରଖାନାର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ମାମଲା ଦବି ଯାଇଥିଲା। ୯ା୧ା୨୦୨୧ରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପୋଲିସ ଫର୍ନେସ ଅଏଲ ଅପମିଶ୍ରଣର ଡିପୋରେ ଚଢାଉ କରି ତୈଳ ଭର୍ତ୍ତି ଏକ ଟ୍ୟାଙ୍କରକୁ ଜବତ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନ ଛାଡି ଚାଲିଯାଅ ବୋଲି ବାଲିଚନ୍ଦ୍ରପୁର ଥାନା ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲା। ଭଡଙ୍ଗା ଛକରେ ଚାଲିଥିବା ଏକ ଫର୍ନେସ ଅଏଲ ଅପମିଶ୍ରଣ ଡିପୋକୁ ପୂର୍ବରୁ ଚଢାଉ କରାଯାଇ ଅନୁରୂପ ପରାମର୍ଶ ଦିଆଯାଇଥିଲା। ସେମାନେ ଏବେ ଯାଜପୁର ଜିଲା ଛାଡି ପାରାଦୀପ ଥାନା ଇଲାକାରେ ଆଶ୍ରୟ ନେଇ ସେଠାରୁ ଅପମିଶ୍ରଣ ଫର୍ନେସ ଅଏଲ ପରିବହନ କରୁଥିବା ଜଣାପଡିଛି। ଅପମିଶ୍ରଣ ଫର୍ନେସ ଅଏଲ କାରବାର ସଂକ୍ରାନ୍ତରେ ସୂଚନା ମିଳିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରାଦୀପ ପୋଲିସ ପକ୍ଷରୁ କୁହାଯାଇଛି।
Posted inଆମ ଜିଲା ଖବର, ଯାଜପୁର View All
ରଥ ନିର୍ମାଣ କରୁଥିବା ୧୦ ମହାରଣା ଗିରଫ
ବାଲେଶ୍ୱର ଅଫିସ, ୨୧।୬: ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିର ରଥ ଖଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିଲା। ଏହି ନିୟମକୁ ଉଲ୍ଲଙ୍ଘନ...
ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ
କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ...
କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା
ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ...
ପରିତ୍ୟକ୍ତ କୂଅରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଯାହା ମିଳିଲା…
ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ...
ରଥଖଳାରେ ସେବାୟତ ହାତାହାତି
ପୁରୀ ଅଫିସ,୪ା୬: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ। ରଥ କାମରେ ବିଶ୍ୱକର୍ମା ମହାରଣା ନିୟୋଜିତ ହୋଇଛନ୍ତି। ତେବେ ଏହି ପବିତ୍ର କାମ...
ନୟାଗଡ଼ର ଦୁଇ ଖବରଦାତାଙ୍କ ଉପରେ ଆକ୍ରମଣକୁ ନିନ୍ଦା
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.) ନୟାଗଡ଼ ଜିଲାର ଦୁଇ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଅବକାରୀ ବିଭାଗର ଏଏସ୍ଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ପକ୍ଷରୁ ଦୃଢ଼...
ଦଦରା ଘରେ ଡାକ୍ତରଖାନା
ପରଜଙ୍ଗ, ୨।୬(ଡି.ଏନ.ଏ.) – କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ଜରୁରିକାଳୀନ ସମୟରେ ହାତପାହାନ୍ତାରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।...
ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ
ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।...


