E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କରୋନା ଓ ଏକ୍‌ମୋ ଯନ୍ତ୍ର
7:15 amJune 15, 2021

ଡା.ପ୍ରଫୁଲ୍ଲ କୁମାର ଦାସ

ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି। ଯେତିକିବେଳେ ଭାରତ ବର୍ଷରେ ରୋଗୀମାନଙ୍କ ଲାଗି ମେଡିକାଲ ଅମ୍ଳଜାନ, ଆଇସିୟୁ ଏବଂ ଭେଣ୍ଟିଲେଟର ଯୋଗାଣ ନେଇ ସଂଘର୍ଷ ଚାଲିଛି, ଠିକ୍‌ ସେତିକିବେଳେ ଓଡ଼ିଶାରେ ଏହାର ଆବଶ୍ୟକତା ଓ କୋଭିଡ୍‌ ମୁକାବିଲାରେ ଯଥାର୍ଥତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ନିଃସନ୍ଦେହ ଜିଲା ମୁଖ୍ୟାଳୟ କଥା ଦୂରେ ଥାଉ, ମେଡିକାଲ କଲେଜ, ଏପରି କି ଓଡ଼ିଶା ଏମ୍‌ସରେ ବି ଏହି ଯନ୍ତ୍ର ଉପଲବ୍ଧ ନାହିଁ। ଏକଥା ନୁହେଁ ଯେ ମେଶିନର ଦାମ୍‌ ଦୁର୍ମୂଲ୍ୟ, ପାଖାପାଖି ୪୦ଲକ୍ଷ ଟଙ୍କା ହେବ। କିନ୍ତୁ ଉପଯୁକ୍ତ ତଥା ଅଭିଜ୍ଞ ବା ପ୍ରଶିକ୍ଷିତ ମାନବସମ୍ବଳ ବଡ଼ ବାଧକ ସାଜିଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଏହି ଯନ୍ତ୍ର ନ ଥିବା ଯୋଗୁ ଲୋକମାନେ ଚିକିତ୍ସା ପାଇଁ ସୁଦୂର କୋଲକତା ଏବଂ ଚେନ୍ନାଇକୁ ଏରୋପ୍ଲେନ ଯୋଗେ ଯାଉଛନ୍ତି।
ଗୁରୁତର ଅସୁସ୍ଥ ରୋଗୀମାନଙ୍କ ନିକଟରେ ଯେତେବେଳେ ଅମ୍ଳଜାନ ସହାୟତା ବିଫଳ ହୁଏ, ଅମ୍ଳଜାନକୁ ବଜାୟ ରଖିବାରେ ବିଶେଷଜ୍ଞମାନେ ଯାନ୍ତ୍ରିକ ଭେଣ୍ଟିଲେସନ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ଅର୍ଥାତ୍‌ ଅତି ଗୁରୁତର ପରିିସ୍ଥିତିରେ, ଡାକ୍ତରମାନେ ଏକ୍‌ମୋ (ଏକ୍ସଟ୍ରାକୋରୋରାଲ ମେମ୍ବ୍ରନ୍‌ ଅମ୍ଳଜାନ) ପ୍ରୟୋଗ କରିବାକୁ ବାଛି ପାରନ୍ତି; ଯାହା ଏକ କୃତ୍ରିମ ହୃଦୟ ବା ଆହୁରି ସରଳ ଭାବେ କହିଲେ ଶରୀର ବାହାରେ କୃତ୍ରିମ ଫୁସ୍‌ଫୁସ୍‌ ଭାବରେ କାର୍ଯ୍ୟ କରିଥାଏ। ଏହା ରୋଗୀର ରକ୍ତରୁ ଅଙ୍ଗାରକାମ୍ଳ ବାହାର କରିଥାଏ ଏବଂ ଏଥିରେ ଅମ୍ଳଜାନ ଯୋଗ କରିଥାଏ। ଚିକିତ୍ସା ବିଜ୍ଞାନୀଙ୍କ ମତରେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଏହା ବିଶେଷ ପ୍ରଭାବ ରଖେ। ଏହା ବ୍ୟକ୍ତିକୁ ଜୀବାଣୁ ମୁକାବିଲା ପାଇଁ ଅତିରିକ୍ତ ସମୟ ଦେଇଥାଏ। ଅତ୍ୟଧିକ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହି ଅତିରିକ୍ତ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଜଣେ ରୋଗୀକୁ ୩୦ଦିନ ପର୍ଯ୍ୟନ୍ତ ରଖାଯାଇପାରିବ। ଗୋଟିଏ ଧାଡ଼ିରେ କହିଲେ ଯେଉଁ କୋଭିଡ୍‌-୧୯ ନିମୋନିଆରେ ପୀଡ଼ିତ ଗୁରୁତର ରୋଗୀଙ୍କୁ ରକ୍ତ ଅମ୍ଳଜାନ ସ୍ତର ବଜାୟ ରଖିବା ଲାଗି ଭେଣ୍ଟିଲେସନ ପର୍ଯ୍ୟାପ୍ତ ହେଉନାହିଁ, ସେମାନଙ୍କୁ ବର୍ତ୍ତମାନ ଏହି ଚିକିତ୍ସା ଅନେକ ସାହାଯ୍ୟ କରିପାରିବ ବା ଅନେକଙ୍କ ଜୀବନ ରକ୍ଷା ହୋଇପାରିବ।
ଚିକିତ୍ସା ବିଜ୍ଞାନୀଙ୍କ ମତରେ ଏହା ଏକ ଜଟିଳ ଟିମ୍‌ୱାର୍କ କାରଣ ଏହି ଚିକିତ୍ସା ଲାଗି ନିଶ୍ଚେତକ ବିଶେଷଜ୍ଞ, ହୃଦ୍‌ରୋଗ ବିଶେଷଜ୍ଞ, ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ, ଏକାଧିକ ରକ୍ତ ସଞ୍ଚାଳନ ସହାୟକ ପ୍ରମୁଖଙ୍କୁ ନେଇ ଗୋଟିଏ ଟିମ୍‌ ସୃଷ୍ଟି କରାଯିବାର ଆବଶ୍ୟକତା ରହିଥାଏ। ଚବିଶ ଘଣ୍ଟିଆ ସେବା ରୋଗୀକୁ ଦରକାର। ଜାତୀୟସ୍ତରରେ ଅନେକ ବିଶେଷଜ୍ଞଙ୍କ ମତ ହେଉଛି ଠିକ୍‌ ସମୟରେ ଯଦି ଏକ୍‌ମୋ ଯନ୍ତ୍ର ବ୍ୟବହାର କରାଯାଏ ତେବେ ୫୫ ପ୍ରତିଶତ ରୋଗୀ ବଞ୍ଚି ଯିବେ। ହେଲେ ସେମାନଙ୍କର ଅନ୍ୟ କୌଣସି ବିଶେଷ ସମସ୍ୟା ଯେମିତି କି ସେମାନେ ଅତ୍ୟନ୍ତ ବୟସ୍କ ହୋଇ ନ ଥିବେ କିମ୍ବା ଦୀର୍ଘସ୍ଥାୟୀ ରୋଗ ନ ଥିବ। ଏତେ ଗୁରୁତର ସେବା ଯୋଗାଉଥିବା ଏଭଳି ଏକ ଉପଯୋଗୀ ଯନ୍ତ୍ର ଓଡ଼ିଶା କାହିଁକି କରିପାରିବନାହିଁ? ଏଠାରେ ସୂଚାଇ ଦିଆଯାଇପାରେ କି ସାରା ଭାରତରେ ମାତ୍ର ୨୧ଟି ସ୍ଥାନରେ ସରକାରୀ ଭାବେ ଏହି ଯନ୍ତ୍ର ଉପଲବ୍ଧ ଅଛି। ଏହା ହିଁ ସୂଚାଉଛି, ଏହି ଚିକିତ୍ସାରେ କେତେ ଜଟିଳତା ରହିଛି। ଏପରି କି ସବୁ ଏମ୍‌ସରେ ମଧ୍ୟ ଏହି ସେବା ଉପଲବ୍ଧ ନାହିଁ। ରାଜ୍ୟ ସରକାର ନୀତିଗତ ଭାବେ ଏହି ଯନ୍ତ୍ର କିଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସମସ୍ୟାଟି ହେଲା, ଓଡ଼ିଶାରେ ସରକାରୀ ସ୍ତରରେ ପର୍ଯ୍ୟାପ୍ତ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ଏଥିପାଇଁ ଆବଶ୍ୟକ ରକ୍ତ ସଞ୍ଚାଳନ ସହାୟକଙ୍କର ମଧ୍ୟ ରାଜ୍ୟରେ ଘୋର ଅଭାବ ରହିଛି। ଏହି ଜଟିଳ ଚିକିତ୍ସା ପଦ୍ଧତି ଅନୁଯାୟୀ ଏହି ଯନ୍ତ୍ର ସାହାଯ୍ୟରେ ରୋଗୀକୁ ୨୪ଘଣ୍ଟା ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିଥାଏ। ଏଣୁ ଅଧିକ ସଂଖ୍ୟକ ରକ୍ତ ସଞ୍ଚାଳନ ସହାୟକଙ୍କର ଆବଶ୍ୟକତା ରହିଛି।
ଏକଥା ସତ ଯେ ଏକ୍‌ମୋ ମେଶିନ ଏବଂ ଫୁସ୍‌ଫୁସ୍‌ ପ୍ରତିରୋପଣ ବ୍ୟବସ୍ଥା ଉଭୟ କୋଭିଡ୍‌-୧୯ କ୍ଷେତ୍ରରେ ସଞ୍ଜୀବନୀ ହେବ, କିନ୍ତୁ ଏହା କାର୍ଯ୍ୟକାରୀ କରିବା ସେତେ ସହଜ ନୁହେଁ, ଯେମିତି କୁହାଯାଉଛି। ଏକ୍‌ମୋ ଯନ୍ତ୍ର ଆଣିବା ପାଇଁ ହେଲେ ଅତିକମ୍‌ରେ ଆଉ ଚାରିଜଣ ରକ୍ତସଞ୍ଚାଳକ ଏବଂ ଅଧିକ ହୃଦ୍‌ବକ୍ଷ ଶଲ୍ୟଙ୍କର ଆବଶ୍ୟକତା ରହିଛି। ଏଠାରେ ଉଲ୍ଲେଖଥାଉ କି, କେବଳ ଟିକା, ଅମ୍ଳଜାନ, ଆଇସିୟୁ ବା ଭେଣ୍ଟିଲେଟର ନୁହେଁ, ଫୁସ୍‌ଫୁସ୍‌ ପ୍ରତିରୋପଣ ଏବଂ ଏକ୍‌ମୋ ଯନ୍ତ୍ର ଅଥବା କୃତ୍ରିମ ଫୁସ୍‌ଫୁସ୍‌ ବ୍ୟବସ୍ଥା କୋଭିଡ୍‌ କ୍ଷେତ୍ରରେ ବଡ଼ ଉପାଦେୟ ହେବ। କେବଳ କଟକ ବଡ଼ ମେଡିକାଲ ନୁହେଁ, ରାଜ୍ୟର ସମସ୍ତ ମେଡିକାଲ କଲେଜ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର ବୋଲି କିଛି ସ୍ବାସ୍ଥ୍ୟବିଜ୍ଞାନୀ ଗଣମାଧ୍ୟମକୁ ଜଣାଇଛନ୍ତି।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୨୩୪୪୩


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍‌.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...

ମହାମାରୀରେ ଶିକ୍ଷକଙ୍କ ଭୂମିକା

କଳ୍ପନା ସାହୁ ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା...

ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ଏଇ ଭାରତରେ

ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍‌ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...

ପେଟେଣ୍ଟମୁକ୍ତ ଟିକା

ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...

ଇମ୍ରାନ୍‌ଙ୍କ ମନ୍ତବ୍ୟ

ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ନିକଟରେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଶିକ୍ଷକତାକୁ ଦୂରୁ ଜୁହାର
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts