ନୂଆଦିଲ୍ଲୀ: ପରିବାର ମଧ୍ୟରେ ସ୍ବାମୀସ୍ତ୍ରୀଙ୍କ ଝଗଡ଼ା କିଛି ନୂଆ କଥା ନୁହେଁ। ହେଲେ ବେଳେବେଳେ ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ କଳି ମାରପିଟ୍ ପର୍ଯ୍ୟନ୍ତ ଯାଇଥାଏ। ସୋସିଆଲ ମିଡିଆରେ ସ୍ବାମୀସ୍ତ୍ରୀ ମଧ୍ୟରେ ଝଗଡ଼ାର ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ହେଲେ ଝଗଡ଼ା ପରେ ଯାହା ଘଟୁଛି ତାହା ଦେଖିଲେ ଆପଣ ବି ଚମକି ପଡ଼ିବେ।
ଭିଡିଓର ଆରମ୍ଭରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଦେଖିବାକୁ ମିଳୁଛି। ଧିରେଧିରେ ଉଭୟ ବାଲକୋନୀକୁ ଚାଲି ଆସୁଛନ୍ତି। ସେଠାରେ ମାର୍ପିଟ ଲାଗିବା ବେଳେ ରେଲିଂ ଭାଙ୍ଗି ଯିବା ଯୋଗୁ ସେମାନେ ୨୫ ଫୁଟ ତଳକୁ ହଠାତ୍ ଖସି ପଡ଼ୁଛନ୍ତି। ରାସ୍ତା ଉପରେ ସେମାନେ ପଡ଼ିଯିବା ଦେଖି ଅନେକ ଲୋକ ଚକିତ ହୋଇଯାଉଛନ୍ତି। ଲୋକେ ଆମ୍ବୁଲାନ୍ସ ଡାକି ଉଭୟଙ୍କୁ ଡାକ୍ତରଖାନା ପଠାଉଥିବା ନଜର ଆସୁଛି।
ଘଟଣାଟି ପିଟସବର୍ଗର ବୋଲି ଜଣାପଡ଼ିଛି। ବାଲକୋନୀରୁ ତଳକୁ ଖସିପଡ଼ିବା ଯୋଗୁ ସ୍ବାମୀସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷେ କେହି ଭିଡିଓଟିକୁ ସୋସିଆଲ ମିଡିଆରେ ଛାଡ଼ି ଦେବା ପରେ ଏହା ଭାଇରାଲ ହେବାରେ ଲାଗିଛି। ବ୍ୟବହାରକାରୀ ଏଥିରେ ଅନେକ ପ୍ରକାର କମେଣ୍ଟ ଦେଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.